ସମ୍ବଲପୁର ୧୨|୧: ସମ୍ବଲପୁର ଆହାର କେନ୍ଦ୍ରରେ ୩ହଜାର ଲୋକଙ୍କ ଖାଦ୍ୟ ନଷ୍ଟ ଘଟଣାରେ ଜିଲ୍ଲାପାଳଙ୍କ ହାତକୁ ଆସିଛି ତଦନ୍ତ ରିପୋର୍ଟ । ଘଟଣା ପାଇଁ ମହାନଗର ନିଗମ କମିଶନରଙ୍କ ଦାୟିତ୍ବ ହୀନତା ଓ ଆହାର ଯୋଗାଉଥିବା ମାନା ଟ୍ରଷ୍ଟର ବେପରୁଆ ମନୋଭାବ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି । ଯେଉଁଥି ପାଇଁ ୩ହଜାର ଲୋକଙ୍କ ଆହାର ନଷ୍ଟ ହେଲା ବୋଲି କୁହାଯାଇଛି । କିନ୍ତୁ ଘଟଣା ପାଇଁ ମୁଖ୍ୟତଃ ଦାୟୀ ହୋଇଥିବା ମହାନଗର ନିଗମ କମିଶନରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ମାନା ଟ୍ରଷ୍ଟ ମ୍ୟାନେଜରକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କୁ ୪୦ହଜାର ଟଙ୍କା ଜରିମାନା କରାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି ଅଦ୍ଭୁତ ନ୍ୟାୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ……
{"id":73117}ପ୍ରତିଦିନ ଆହାର କେନ୍ଦ୍ରରେ କେତେ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହେବ ତା’ର ତଦାରଖ ଦାୟିତ୍ବ ମହା ନଗର ନିଗମ କମିଶନରଙ୍କର । ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ସଂସ୍ଥା କେବଳ ତାଙ୍କ ନିର୍ଦେଶ ଅନୁସାରେ ଖାଦ୍ୟର ପରିମାଣ ବଦଳାଇବେ । ହେଲେ ସମ୍ବଲପୁର ଆହାର କେନ୍ଦ୍ରରେ ୩ହଜାର ଲୋକଙ୍କ ଆହାର ନଷ୍ଟ ହେବା ଘଟଣାରେ ଜିଲ୍ଲା ପ୍ରଶାସନ କେବଳ ଖାଦ୍ୟ ଯୋଗାଉଥିବା ସଂସ୍ଥା ବିରୋଧରେ ଆକ୍ସନକୁ ଆସିଛି । ଆଉ ଏଥି ପାଇଁ ମୁଖ୍ୟତଃ ଦାୟୀ ରହିଥିବା ମହାନଗର ନିଗମ କମିଶନରଙ୍କୁ ପୂରା ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି ଖୋଦ୍ ଜିଲ୍ଲାପାଳ । ଆଉ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ୪୦ହଜାର ଟଙ୍କା ଜରିମାନା କରିଛନ୍ତି ।
{"id":73118}ମାନ୍ନା ଟ୍ରଷ୍ଟ ମ୍ୟାନେଜର କହୁଛନ୍ତି ତାଙ୍କର କୌଣସି ଦୋଷ ନାହିଁ । କାରଣ କମିଶନରଙ୍କ ନିର୍ଦେଶ ଅନୁସାରେ ସେ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାନ୍ତି । ତାଙ୍କୁ ଖାଦ୍ୟ କମାଇବା ଲାଗି କୌଣସି ନିର୍ଦେଶ ନଥିଲା । ଏଭଳି ପରିସ୍ଥିତିରେ ପୂରା ଘଟଣା ପାଇଁ ପ୍ରକୃତ ଦୋଷୀ ହେଉଛନ୍ତି କମିଶନର । ଯିଏ ଆହାର କେନ୍ଦ୍ର ତଦାରଖ ଦାୟିତ୍ବରେ ଅଛନ୍ତି । ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ତାକୁ ନେଇ ଉଠିଲାଣି ପ୍ରଶ୍ନ ।
{"id":73119}ଏଠି ସରକାରଙ୍କ ଯୋଜନା ଗୁଡ଼ିକ କିଭଳି ତଳସ୍ତରରେ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ହେଲେ ସେମାନେ ଏଥିରେ ବାରମ୍ବାର ଅବହେଳା କରୁଥିବା ନଜରକୁ ଆସୁଛି । ତା’ପରେ ମଧ୍ୟ ନିଜ ଭିତରେ ସଲାସୁତରା କରି ଅନ୍ୟ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି ସରକାରୀ ବାବୁ । ଯାହାକୁ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।
{"id":73120}ସୂଚନାଯୋଗ୍ୟ ଯେ, ଗତ ୮ ଏବଂ ୯ ତାରିଖରେ ଯେତେବେଳେ ଭାରତ ବନ୍ଦ ଯୋଗୁଁ ଆହାର କେନ୍ଦ୍ରକୁ ଆସୁଥିବା ଲୋକଙ୍କ ସଂଖ୍ୟା କମିଲା ତାକୁ ଦେଖି ଦ୍ବିତୀୟ ଦିନରେ ମଧ୍ୟ ଖାଦ୍ୟର ପରିମାଣକୁ କମାଇବା ଦରକାର ଥିଲା । ହେଲେ ଏସବୁ ତଦାରଖ କରିବା ଦାୟିତ୍ବରେ ଥିବା ମହାନଗର ନିଗମ କମିଶନର ପୂରା ଢ଼ିଲା ପଡ଼ିଯାଇଥିଲେ । ଆଉ ତାଙ୍କ ଠାରୁ କୌଣସି ସୂଚନା ମାନା ଟ୍ରଷ୍ଟକୁ ଦିଆଯାଇନଥିଲା ।
{"id":73121}ଫଳରେ ଟ୍ରାକ୍ଟର ଡାଲାରେ ଭର୍ତ୍ତି ଭାତ ଡାଲ୍ମା ସର୍ବ ସମ୍ମୁଖରେ ଖତଗଦାରେ ଫୋପଡା ଗଲା। ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧୀ ଏହା ଦେଖି ଜିଲ୍ଲାପାଳଙ୍କ ନଜରକୁ ଆଣିଲେ। ଏତେ ବଡ ସମ୍ବେଦନଶୀଳ ଘଟଣାର ଦୁଇ ଦିନପରେ, ଆଜି ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଖୁଲାସା କରିଛନ୍ତି। ଜିଲ୍ଲାପାଳଙ୍କ କହିବା ହେଲା, ମାନ୍ନାଟ୍ରଷ୍ଟ ଏହି ଖାଦ୍ୟ ନଷ୍ଟ ପାଇଁ ଦାୟୀ। କାରଣ ଦୁଇଦିନ ଧରି, ଟ୍ରେଡ୍ ୟୁନିୟନର ଭାରତବନ୍ଦ ଯୋଗୁ, ସାଧାରଣ ଲୋକ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଖାଇନଥିଲେ। ଫଳରେ ପ୍ରାୟ ୩ହଜାର ଲୋକଙ୍କ ଖାଦ୍ୟ ବଳିଯାଇଥିଲା।
{"id":73122}ଖାଦ୍ୟ ବଳିବା ସଂପର୍କରେ ମାନ୍ନାଟ୍ରଷ୍ଟର ମ୍ୟାନେଜର ଜିଲ୍ଲାପାଳ କିମ୍ବା, ମହାନଗର ନିଗମ କମିଶନରଙ୍କ ଦୃଷ୍ଟିକୁ ଆଣି ନଥିଲା। ତେଣୁ ଏତେ ଖାଦ୍ୟ ଯାହାକି, ବସ୍ତିର ଗରିବ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇପାରିଥାନ୍ତା,ତାହା ଖତଗଦାକୁ ଗଲା। ତେଣୁ ମାନ୍ନାଟ୍ରଷ୍ଟର ମ୍ୟାନେଜରଙ୍କ ଦାୟୀତ୍ବହୀନତା ପାଇଁ,ତାଙ୍କୁ ୪୦ହଜାର ଟଙ୍କା ଜୋରିମାନା କରାଯାଇଛି। ସୋମବାର ସୁଦ୍ଧା ସେ, ଏହି ଟଙ୍କା ଟ୍ରେଜେରୀରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
{"id":73123}ହେଲେ ମାନ୍ନଟ୍ରଷ୍ଟର ମ୍ୟାନେଜରଙ୍କ କହିବା ହେଲା,ଏଥିରେ ତାଙ୍କର କିଛି ଭୁଲ ନାହିଁ। କାରଣ,ମହାନଗର ନିଗମ କମିଶନରଙ୍କ ନିର୍ଦ୍ଦେଶମୁତାବକ, ରୋଷେଇ କରାଯାଇଥାଏ। କେତେ ଲୋକଙ୍କ ପାଇଁ ରୋଷେଇ କରାଯିବ ଓ କେଉଁ ଆହାର କେନ୍ଦ୍ରକୁ କେତେ ମିଲ୍ ଯିବ, ତାର ନିର୍ଦ୍ଦେଶ ନିଜେ କମିଶନର ଦେଇଥାନ୍ତି। ତେଣୁ ମାନ୍ନାଟ୍ରଷ୍ଟକୁ ଫାଇନ ହେବା ଠିକ୍ ହୋଇନାହିଁ ବୋଲି ସେ କହିଛନ୍ତି। ହେଲେ କମିଶନର ଏ ସଂପର୍କରେ କିଛି କହିବାକୁ ମନା କରିଦେଇଛନ୍ତି
{"id":73124}ଜିଲ୍ଲାପାଳଙ୍କ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ କିନ୍ତୁ, ସନ୍ତୁଷ୍ଟ ନୁହଁନ୍ତି ସାଧାରଣ ଲୋକ। ଆମ ରାଜ୍ୟରେ ଅନେକ ନଗଡା ଭଳି ଗାଁ ରହିଛି। ସେପଟେ ପଶ୍ଚିମଓଡିଶାରେ ଆଜି ମଧ୍ୟ ଅନାହାର ଓ ଅର୍ଦ୍ଧାହାର ଭଳି ଚିତ୍ର ରହିଛି। ଲୋକଙ୍କୁ ଦୁଇବେଳା ଖାଦ୍ୟ ମିଳୁନାହିଁ। ଅନାଥ ଆଶ୍ରମରେ ଖାଦ୍ୟ ମିଳୁନଥିବାରୁ ପିଲାମାନେ, ହଷ୍ଟେଲ୍ ଛାଡୁଛନ୍ତି। ବସ୍ତିରେ ଅନେକ ଭୋକ ଉପାସରେ ପଡି ରହୁଥିବା ବେଳେ, ଖାଦ୍ୟ ଫିଙ୍ଗିବା ଭଳି ଏକ ଅମାନବୀୟ କାର୍ଯ୍ୟ କରିଥିବା ମାନ୍ନାଟ୍ରଷ୍ଟର ମ୍ୟାନେଜର ଓ ମହାନଗର ନିଗମ କମିଶନରଙ୍କ ବିରୋଧରେ ମାମଲା ଦାୟର କରି, ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏପରି କଲେ, ପୁଣି ଥରେ ଖାଦ୍ୟକୁ ଖତଗଦାରେ ଫିଙ୍ଗିବାକୁ, ଏଭଳି ସଂସ୍ଥା ଭୟ କରିବେ ବୋଲି ମତ ପ୍ରକାଶ ପାଇଛି.............
{"id":73125}୩ହଜାର ଲୋକଙ୍କ ଖାଦ୍ୟ ଖତଗଦାକୁ ଗଲା। ଆଉ ଘଟଣାର ତିନିଦିନ ପରେ, ମହାନଗର ନିଗମ କମିଶନରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବଦଳରେ,ମାନା ଟ୍ରଷ୍ଟ ମ୍ୟାନେଜରଙ୍କ ବିରୋଧରେ ଅର୍ଥଦଣ୍ଡ, ଧର୍ମକୁ ଆଖିଠାର ଭଳି ହୋଇଛି। ଏଭଳି ସଙ୍ଗୀନ୍ ମାମଲାରେ ଯଦି ଦୋଷୀଙ୍କ ବିରୋଧରେ ଜିଲ୍ଲାପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ନାଗରିକ କ୍ରିୟାନୁଷ୍ଠାନ କମିଟି ନିଜ ତରଫରୁ ମାମଲା ଦାୟର କରିବାକୁ ଅଣ୍ଟା ଭିଡିଛି