Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜିଠୁ ମାଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ

8/01/2021 at 8:39 AM

ସମ୍ବଲପୁର୮/୧:  ଆଜିଠୁ ମାଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳ ୬ଟାରୁ ମନ୍ଦିର ଖୋଲିବା ପରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଦୀର୍ଘ ୯ମାସ ପରେ ଦର୍ଶନ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁନଥିବା ଖୁସି ଦେଖିବାକୁ ମିଳିଛି। ପୂର୍ବଭଳି ଯେମିତି ସମ୍ବଲପୁରବାସୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଅଲଗା ଅଲଗା ଗେଟ୍ ଦେଇ କରାଯାଉଥିଲା ଠିକ୍ ସେହିପରି ଆଜି ବି ବାହାର ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା ହୋଇଛି।  ୨ଟି ପର୍ଯ୍ୟାୟରେ ମାଁ ସମଲେଶ୍ବରୀ ମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ ୬ରୁ ୧୧.୩୦ଟାରେ ପ୍ରଥମ ପର୍ଯ୍ୟାୟ, ୩ଟାରୁ ୭.୩୦ ଦ୍ବିତୀୟ ପର୍ଯ୍ୟାୟ। ମାସ୍କ, ସାନିଟାଇଜର ସହ କୋଭିଡ ଗାଇଡଲାଇନ୍ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

   Related Posts