ସମ୍ବଲପୁରୀ କପଡାରେ ଫ୍ୟୁଜନ୍ ଆଉଟଫିଟ୍‌ ପିନ୍ଧି ଷ୍ଟେଜରେ ଜଲଓ୍ୱା ଦେଖାଇଲେ ମଡେଲ

Published By : Prameya-News7 Bureau | January 16, 2020 IST

 ସୁବର୍ଣ୍ଣପୁର୧୬।୦୧- ସମ୍ବଲପୁରୀ ବସ୍ତ୍ର । ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଓ ସ୍ଥାୟୀତ୍ବ ପାଇଁ ସବୁ ବର୍ଗର ଲେ।କଙ୍କ ପ୍ରଥମ ପସନ୍ଦ । ତେବେ ସମ୍ବଲପୁରୀ ବସ୍ତ୍ରରେ ଆଧୁନିକ ଛାପ ଦେଇ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ଫ୍ୟାସନ ସେ। ମାଧ୍ୟମରେ ପ୍ରୟାସ କରଯାଇଛି । ଗତ ରାତିରେ ସମ୍ବଳପୁରରେ ଆୟେ।ଜିତ ହେଇଥିଲା ଏକ ଦମଦାର ଫ୍ୟାସନ ସେ। ।

{"id":212147,"sizeSlug":"large"}

ରାମ୍ପ ଉପରେ ମଡେଲ । ମ୍ୟୁଜିକର ତାଳେ ତାଳେ ଚାଲିଛି କ୍ୟାଟଓ୍।କ୍ । ସମ୍ବଲପୁରୀ କପଡାରେ ଫ୍ୟୁଜନ୍ ଆଉଟଫିଟ୍‌ ପିନ୍ଧି ଷ୍ଟେଜରେ ଜଲଓା ଦେଖାଉଛନ୍ତି ମଡେଲ । ସମ୍ବଲପୁରୀ ବସ୍ତ୍ରକୁ ନେଇ ବୁଧବାର ସନ୍ଧ୍ୟାରେ ସୁବର୍ଣ୍ଣପୁରରେ ଆୟୋଜିତ ହୋଇଥିଲା ନିଆରା ଫେସନ ସୋ । ସୋରେ ପିଲାଠୁ ବଡ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରାମ୍ପରେ ଚାଲିଥିଲେ । ସୋ ରେ କେବଳ ସମ୍ବଲପୁରୀ ବସ୍ତ୍ର ପ୍ରଦର୍ଶନ କରାଯାଇନଥିଲା ଟପସ,ଗାଉନ,ଲେଡିଜ ସୁଟ,ପାର୍ଟି ସୁଟ ସହ ଭିଭିନ୍ନ ପ୍ରକାରର ପୋଷାକର ସମ୍ଭାର ଦେଖିବାକୁ ମିଳିଥିଲା ।ଜିଲ୍ଲାରେ ପ୍ରଥମ ଥର ପାଇଁ ଫ୍ୟାସନ ସେ।ର ଆୟେ।ଜନ ହେ।ଇଥିବା ବେଳେ ଏଥିରେ ଭାଗ ନେଇଥିଲେ ୪୦ଜଣ ମଡେଲ ।

{"id":212144,"sizeSlug":"large"}

ସମ୍ବଲପୁରୀ ବସ୍ତ୍ରକୁ ବିଶ୍ବ ଦରବାରରେ ପହଞ୍ଚାଇବା ଉଦେଶ୍ୟରେ ଆୟେ।ଜିତ ହେ।ଇଥିଲା ଫ୍ୟାସନ ସେ।। ଏହି ଫ୍ୟାସନ ସେ। ପାଇଁ ୩ ମାସ ଆଗରୁ ପ୍ରସ୍ତୁତି କରିଥିଲେ ଆୟେ।ଜକ । କୌଣସି ନାମୀଦାମି ମଡେଲଙ୍କୁ ନେଇ ନୁହେଁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି ଏକ ପ୍ରୟାସ କରିଛନ୍ତି ଆୟେ।ଜକ । ବିଳମ୍ବିତ ରାତି ଯାଏ ଫ୍ୟାସନ ସେ।କୁ ଭରପୁର ଉପଭେ।ଗ କରିଥିଲେ ଜିଲ୍ଲାବାସୀ । ଏଭଳି ଏକ ସେ।ରେ ଭାଗ ନେବାକୁ ସୁଯେ।ଗ ମିଳିଥିବାରୁ ଖୁସିବ୍ୟକ୍ତ କରିଥିଲେ ପ୍ରତିଯେ।ଗୀ ।

{"id":212143,"sizeSlug":"large"}

ବର୍ତ୍ତମାନର ନ୍ୟୁ ଜେନେରେସନ ବା ଯୁବପିଢୀ ସମ୍ବଲପୁରୀ ଡ୍ରେସରୁ ମୁହଁ ଫେରାଇ ନେଉଥିବାବେଳେ ଆୟୋଜକଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.