କରୋନା ଯୁଦ୍ଧରେ ହାରିଗଲେ ସାମ୍ବାଦିକ ଜତିଶ ଖମାରୀ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କୋଭିଡ୍ ଯୋଦ୍ଧା

Published By : Prameya-News7 Bureau | April 16, 2021 IST

ବଲାଙ୍ଗିର,୧୬/୦୪: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଛି । ଏହାମଧ୍ୟରେ ପାଟଣାଗଡ଼ ବ୍ଲକ୍‌ର ସାମ୍ବାଦିକ ଜତିଶ ଖମାରୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା । ସ୍ୱର୍ଗତ ଖମାରୀ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ ।

ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୦ଟାରେ ତାଙ୍କର ପରଲୋକ ଘଟିଛି । ଖମାରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.