ଷଡଯନ୍ତ୍ରରେ ଫସିଲେ ସାମ୍ବାଦିକ ! ଆକ୍ରୋଶମୂଳକ ଭାବେ ଗିରଫ କଲା ପୋଲିସ

Published By : Prameya-News7 Bureau | November 13, 2021 IST

ଜଳେଶ୍ୱର,୧୩/୧୧:  ଷଡଯନ୍ତ୍ରରେ ଫସିଲେ ସାମ୍ବାଦିକ । ଆକ୍ରୋଶମୂଳକ ଭାବେ ସାମ୍ବାଦିକଙ୍କୁ ଗିରଫ । ଗିରଫ ପରେ ଦିଆଯାଇନି ଏତଲାର କପି ।  ବ୍ରାଉନ ସୁଗାର ଓ ବେପାରୀଙ୍କ ବାବଦରେ ଲଗାତର ଖବର ପ୍ରସାରିତ କରୁଥିବା  ସାମ୍ବାଦିକ ରାଜେଶ ପ୍ରଧାନଙ୍କୁ  ଜଳେଶ୍ୱର ପୋଲିସ ଶନିବାର ଅଟକ ରଖିବା ପରେ ଗିରଫ କରିଛି ।

ସୂଚନାନୁସାରେ, ସାମ୍ବାଦିକ ରାଜେଶ ପ୍ରଧାନଙ୍କୁ ପୋଲିସ ଶୁକ୍ରବାର ଥାନାକୁ ଡାକିଥିଲା ।  ଟଙ୍କା ନେଣଦେଣ ବାବଦ ଏକ ମାମଲାରେ ତାଙ୍କୁ ଶୁକ୍ରବାର ଅଟକ ରଖାଯାଇଥିଲା । ଏହାପରେ ଶନିବାର ସକାଳେ ରାଜେଶଙ୍କୁ ଗିରଫ କରାଯିବା ନେଇ ସୂଚନା ଦିଆଯାଇଛି । ସବୁଠାରୁ ବଡ କଥା ହେଲା ଯେ ଯେଉଁ ବ୍ୟକ୍ତି ରାଜେଶଙ୍କ ବିରୋଧରେ ମାମଲା କରିଛନ୍ତି ସେ ନିଜେ ଥାନାକୁ ଆସିନାହାଁନ୍ତି । ପୋଲିସ ରାଜେଶଙ୍କୁ ଏଫଆଇଆର କପି ମଧ୍ୟ ଦେଇନାହିଁ । ରାଜେଶଙ୍କ ବିରୋଧରେ ବହୁ ସଙ୍ଗୀନ ଦଫା ଲାଗିଛି  ।

ରାଜେଶ ଲଗାତର ଭାବେ ବ୍ରାଉନ ସୁଗାର କାରବାର ଓ ବେପାରୀଙ୍କ ବିରୋଧରେ ଖବର ପ୍ରସାରଣ କରୁଥିଲେ । ଏପରିକି ବେଆଇନ ଗୋରୁ ଚାଲାଣ ଖବର ଉପରେ ମଧ୍ୟ ସେ ନଜର ରଖୁଥିଲେ । ଏହି କାରଣରୁ କେହି ମାଫିଆ ଆକ୍ରୋଶମୂଳକ ଭାବେ  ତାଙ୍କୁ ଫସାଇ ଦେଇ ନାହାଁନ୍ତି ତ ବୋଲି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି । ସେହିପରି ଏତଲାକାରୀଙ୍କ ଭୂମିକା ମଧ୍ୟ ସନ୍ଦେହଘରେର ରହିଛି । ଆଇନ ଅନୁସାରେ, ପୋଲିସ ଗିରଫ ବ୍ୟକ୍ତିଙ୍କୁ ଏତଲାର କପି ଦେବା ଆବଶ୍ୟକ । କିନ୍ତୁ ଏବେସୁଦ୍ଧା ରାଜେଶଙ୍କୁ ଏତଲାର କପି ମିଳିନାହିଁ । ଏତଲାକାରୀଙ୍କ ଦେଖା ମଧ୍ୟ ମିଳିନି ।  ଶୁକ୍ରବାର ଯେତେବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ରାତିରେ ଖାଇବାକୁ ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି । ଏନେଇ ବରିଷ୍ଠ ଅଧିକାରୀ ମଧ୍ୟ ମୁହଁ ଖୋଲିବାକୁ ନାରାଜ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.