Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ୟୁନିଫର୍ମ ପିନ୍ଧି ମଦ ପିଉଥିଲେ ପୋଲିସ ବାବୁ: ଫଟୋ ଭାଇରାଲ ପରେ ସସ୍ପେଣ୍ଡ

2/09/2020 at 6:37 PM

ସମସ୍ତିପୁର ୦୨/୦୯ : ବିହାର ସୂବେ ଅଞ୍ଚଳରେ ମଦ ବନ୍ଦ ରହିଛି | କିନ୍ତୁ ମଦ ବନ୍ଦ କରିବାକୁ ସରକାର ଯାହାକୁ ଦାୟିତ୍ୱ ଦେଇଛନ୍ତି ସେ ହିଁ ଖୋଲାଖୋଲି ଏହାକୁ ଉଲଙ୍ଘନ କରୁଛନ୍ତି | ବିହାର ସମସ୍ତିପୁର ଅଞ୍ଚଳରେ ଏହିଭଳି ଏକା ମାମଲା ସାମ୍ନାକୁ ଆସିଛି | ଥାନାରେ ନିୟୋଜିତ ଜଣେ କନେଷ୍ଟବଳ ୟୁନିଫର୍ମରେ ମଦ ପିଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | କନେଷ୍ଟବଳଙ୍କ ମଦ ପିଇବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି | କନେଷ୍ଟବଳଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ସସ୍ପେଣ୍ଡ କରାଯାଇଛି |

ଏହି ମାମଲାରେ ସମସ୍ତିପୁର ଏସପି ବିକାଶ ବର୍ମନ କହିଛନ୍ତି ଯେ ମାମଲା ସାମ୍ନାକୁ ଆସିବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ କନେଷ୍ଟବଳଙ୍କୁ ସସ୍ପେଣ୍ଡ କରାଯାଇଛି | ଏହାସହ ଏସଡ଼ିପିଓଙ୍କୁ ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି |    

ଏହା ପ୍ରଥମ ମାମଲା ନୁହେଁ ଯେଉଁଠି ମଦ ଉପରେ ଆଇନ ଲାଗୁ ହେବା ସତ୍ୱେ ଏହିଭଳି ମାମଲା ସାମ୍ନାକୁ ଆସିଥାଏ | ଅଧିକାଂଶ ସମୟରେ ନିୟମ ପାଳନ କରାଇବା ଲୋକେ ହିଁ ନିୟମ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଥାଏ |

   Related Posts