Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଅମିତ ଶାହଙ୍କ ରେଲି ପାଇଁ ଦିଲ୍ଲୀ ରାମଲୀଳା ମୈଦାନରେ ପ୍ରସ୍ତୁତ ହୋଇଛି ୫ ହଜାର କେଜି ଖେଚେଡ଼ି : ଖେଚୁଡ଼ିର ନାଁ ‘ସମରସତ୍ତା’ ଖେଚେଡ଼ି

6/01/2019 at 2:17 PM

ଦିଲ୍ଲୀ ୬/୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ଏକ ରେଲିରେ ଯୋଗ ଦେବେ | ଏହି ରେଲିରେ ଯୋଗଦେଇଥିବା ଲୋକଙ୍କ ପାଇଁ ରାମଲୀଳା ମୈଦାନରେ ୫ ହଜାର କେଜି ଖେଚେଡ଼ି ରନ୍ଧା ଯାଇଛି | ରେଲିରେ ଯୋଗଦେବାକୁ ଥିବା କର୍ମକର୍ତ୍ତାଙ୍କ ପାଇଁ ଏହି ଖେଚେଡ଼ି ପ୍ରସ୍ତୁତ କରାଯାଇଛି | ଏହି ଖେଚେଡ଼ିକୁ ‘ସମରସତ୍ତା’ ନାଁ ଦିଆଯାଇଛି | ବିଜେପି ଦଳ ସବୁଠାରୁ ଅଧିକ ପରିମାଣ ଖେଚେଡ଼ି ପ୍ରସ୍ତୁତ କରି ଗିନିଜ ବୁକ ଅଫ ୱାର୍ଲଡରେ ନିଜର ନାଁ ସାମିଲ କରିବାକୁ ଚାହୁଁଚି |


ଖେଚୁଡ଼ି ପ୍ରସ୍ତୁତି ପାଇଁ ୩ ଲକ୍ଷ ଦଳିତ ପରିବାର ଠାରୁ ଦଳି ଏବଂ ଚାଉଳ ଅଣାଯାଇଛି | ଖେଚୁଡ଼ିରେ ୧୦୦୦ କେଜି ଦଳି ଏବଂ ଚାଉଳ ମିଶାଯାଇଛି | ଏହାସହ ୩୦୦ରୁ ୪୦୦ କେଜି ପାରିବ, ୨୦୦ ଲିଟର ଶୁଦ୍ଧ ଘିଅ, ୧୦୦ ଲିଟର ତେଲ ପକାଯାଇଛି | ଖେଚୁଡ଼ି ପ୍ରସ୍ତୁତ ହେବାପାଇଁ ଏଥିରେ ୫୦୦୦ ହଜାର ଲିଟର ପାଣି ପକାଯାଇଛି | ଏହି ଖେଚୁଡ଼ିକୁ ୧୦*୧୦ ଫୁଟ ଉଚ୍ଚ ହାଣ୍ଡିରେ ରନ୍ଧା ଯାଇଛି | ତେବେ ଏହି ସ୍ପେସିଆଲ ଖେଚୁଡ଼ି ପ୍ରସ୍ତୁତ କରୁଛନ୍ତି ନାଗପୁର ଜଣେ ରୋଷେୟା | ତାଙ୍କ ନାଁ ହେଲା ସେଫ ବିଷ୍ଣୁ ମନୋହର |


ଭୀମ ମହାସଂଗମ ବିଜୟ ସଙ୍ଗମ-୨୦୧୯ ରେଲି ଜରିଆରେ ଦଳ ଲୋକସଭା ନିର୍ବାଚନ ପୂର୍ବରୁ ଦଳିତଙ୍କୁ ପରୀକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରିଛି | ଖେଚୁଡ଼ିର ବିଶେଷତ୍ୱ ହେଲା ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ଲକ୍ଷ ଦଳିତ ପରିବାର ଠାରୁ ଦଳି ଚାଉଳ ଅଣାଯାଇଛି | ବିଜେପି କର୍ମୀ ଦିଲ୍ଲୀର ୧୪ଟି ଜିଲ୍ଲାର ଦଳିତ ପରିବାର ଠାରୁ ଦଳି ଚାଉଳ ସଂଗ୍ରହ କରିଛନ୍ତି |


ଶୁଣିବାକୁ ମିଳୁଛି ଯେ, ଦଳିତଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହା ବିଜେପିର ସମରସଜ୍ଜା | ଦେଶରେ ମୋଟ ୧୭ ପ୍ରତିଶତ ଦଳିତ ଭୋଟ ରହିଛି | ଦଳିତଙ୍କ ମୋଟ ଜନସଂଖ୍ୟା ୨୦ କୋଟି ୧୪ ଲକ୍ଷ ରହିଛି | ୧୫୦ ରୁ ଅଧିକ ଲୋକସଭା ଆସନରେ ଦଳିତଙ୍କ ପ୍ରଭାବ ରହିଛି | ଦେଶର ୧୩୧ ସାଂସଦ ଏହି ଦଳିତ ବର୍ଗର | ଏହି ଦଳିତ ବର୍ଗ ପାଇଁ ଲୋକସଭାରେ ୮୪ଟି ଆସନ ସଂରକ୍ଷିତ ଅଛି | ଗତ ଲୋକସଭା ନିର୍ବାଚନରେ ଏନଡିଏକୁ ଏଥିରୁ ୪୬ଟି ଆସନ ଏବଂ କଂଗ୍ରେସକୁ ୭ଟି ଆସନ ମିଳିଥିଲା |

   Related Posts