ନୂଆଦିଲ୍ଲୀ ୦୭/୧୦: ନିକଟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱର କପଲ୍ ସାମନ୍ଥା-ନାଗା ଚୈତନ୍ୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସେମାନଙ୍କ ପ୍ରଶଂସକଙ୍କୁ ଦୁଃଖି କରିଛି। ଛାଡପତ୍ର ନିଷ୍ପତ୍ତି ନେବା ପରେ ସାମନ୍ତ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
wp:html/wp:html
ଛାଡପତ୍ର ଘୋଷଣା କରିବା ପରେ ସାମନ୍ଥା ସୋସିଆଲ ମିଡିଆଠାରୁ ଦୂରରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ସୋସିଆଲ ମିଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସାମନ୍ଥା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସହିତ ସେ ନିଜ ହୃଦୟର କଥା ବି କହିଛନ୍ତି।
ଅଭିନେତ୍ରୀ ସେୟାର କରିଥିବା ଫଟୋରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏହା ସହିତ ସେ ନିଜ କେଶରେ ଗୋଲାପୀ ଫୁଲ ମଧ୍ୟ ଲଗାଇଛନ୍ତି। ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ପୁରୁଣା ପ୍ରେମର ଗୀତ-ପାହାଡ-ବ୍ରିଜ୍ରେ ଶୀତଳ ପବନର ଶବ୍ଦ, ଉପତ୍ୟକାରେ ଦୁଃଖର ଶବ୍ଦ ଏବଂ ପୁରୁଣା ପ୍ରେମୀଙ୍କ ଗୀତ। ପୁରୁଣା ବଙ୍ଗଳା, ପାହାଚ ଏବଂ ରାସ୍ତାରେ ପବନର ଶବ୍ଦ।
ଛାଡପତ୍ର ଘୋଷଣା କରିବା ପରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଏହା ପୋଷ୍ଟ କରିଛନ୍ତି। ପ୍ରଶଂସକ ତାଙ୍କର ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।