ସାମନ୍ଥାଙ୍କୁ ନେଇ ଏକ୍ସ-ବୟଫ୍ରେଣ୍ଡ କଲେ ଟ୍ବିଟ୍ : କହିଲେ 'ଧୋକାବାଜ୍ କେବେ ଶାନ୍ତିରେ ରୁହନ୍ତି ନାହିଁ' ...

Published By : Prameya-News7 Bureau | October 11, 2021 IST

ମୁମ୍ବାଇ ୧୧/୧୦ : ରୂପେଲି ପରଦାର ଏହି ଯୋଡି ପ୍ରଥମେ ପରସ୍ପରକୁ ପ୍ରେମ କରୁଥିଲେ । ପରସ୍ପର ସହ ସମ୍ପର୍କକୁ ଉଭୟ ଖୋଲାଖୋଲି  ଭାବରେ ଘୋଷଣା କରିନଥିବା ବେଳେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଯାଇଥିଲେ । ତେବେ ଆମେ ଅଭିନେତା ସିଦ୍ଧାର୍ଥ ନାରାୟଣନ ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କ ବିଷୟରେ କହୁଛୁ । ସିଦ୍ଧାର୍ଥ ଓ ସାମନ୍ଥା ପରସ୍ପରକୁ ଡେଟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ଆଗକୁ ବଢି ପାରି ନଥିଲା । ଅନ୍ୟପଟେ ସାମନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରିଥିବା ବେଳେ ଉଭୟ ନିଜ ନିଜ ଜୀବନରେ ଆଗକୁ ବଢିଥିଲେ ।

wp:html /wp:html

କିନ୍ତୁମାତ୍ର ୪ ବର୍ଷ ପରେ ସାମନ୍ଥାଙ୍କ ପାରିବାରିକ ଜୀବନରେ ବିଚ୍ଛେଦ ପଡିଛି । ଏନେଇ ପରେ ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ । ସିଦ୍ଧାର୍ଥ ସାମନ୍ଥାଙ୍କୁ ଇଙ୍ଗିତ କରି ଏକ ଟ୍ୱିଟ୍‌ କରି କହିଛନ୍ତି ସିଦ୍ଧାର୍ଥ । ସ୍କୁଲରେ ପଡିଥିବା ବେଳେ ମୋ ଶିକ୍ଷକଙ୍କ ଠାରୁ ମିଳିଥିବା ପ୍ରଥମ ଶିକ୍ଷା ହେଉଛି ‘ ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ। ଆପଣଙ୍କ ପ୍ରଥମ ଶିକ୍ଷା କଣ ବୋଲି ଲେଖିଥିଲେ ସିଦ୍ଧାର୍ଥ । ତେବେ ଏହା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏବଂ ଅନ୍ୟ କାହା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ ଲେଖି ନାହାନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ । ଆସନ୍ତା ୧୪ ତାରିଖରେ ରିଲିଜ ହେବାକୁ ଯାଉଛି ସିଦ୍ଧାର୍ଥଙ୍କ ତେଲୁଗୁ ଫିଲ୍ମ ମହାସମୁଦ୍ରମ । ଏହି ଫିଲ୍ମଟିର ପ୍ରମୁଖ ବିଷୟ ହେଉଛି ପ୍ରେମ ଓ ଧୋକା ରହିଥିବାରୁ ସେ ଏପରି ଲେଖିଛନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.