Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗୁଜବକୁ ନେଇ କଡା ଜବାବ୍ ଦେଲେ ସାମନ୍ଥା : କହିଲେ ‘ହଁ ମୋର ଆଫେୟାର ଥିଲା, ଗର୍ଭପାତ ବି ହୋଇଥିଲା’…

9/10/2021 at 12:35 PM

ନୂଆଦିଲ୍ଲୀ ୦୯/୧୦ : ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ଛାଡପତ୍ର ବିଷୟରେ ବିଭିନ୍ନ ତଥ୍ୟ ଏବେ ଶୁଣିବାକୁ ମିଳୁଛି। ସେମାନଙ୍କ ଛାଡପତ୍ରକୁ ନେଇ ଗଣମାଧ୍ୟମରେ ବିଭିନ୍ନ କଳ୍ପନାଜଳ୍ପନା ମଧ୍ୟ କରାଯାଇ ଥିଲା। କିନ୍ତୁ ବର୍ତ୍ତମାନ ସେହି ସମସ୍ତ ଗୁଜବ ବିଷୟରେ ସାମନ୍ଥା ତାଙ୍କ ବଡ ଖୁଲାସା କରିଛନ୍ତି। ଏନେଇ ସେ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି।

ସାମନ୍ଥା ଇନଷ୍ଟାଗ୍ରାମରେ ଲେଖିଛନ୍ତି ‘ମୋର ବ୍ୟକ୍ତିଗତ ସଙ୍କଟରେ ଆପଣଙ୍କ ଭାବନାତ୍ମକକୁ ନେଇ ବିଭୋର ଅଛି । ମୋ ପ୍ରତି ଏତେ ସ୍ନେହ ଦେଖାଇବା, ସହାନୁଭୂତି, ଚିନ୍ତା ପ୍ରଦର୍ଶନ କରିବା ଏବଂ ମୋ ବିଷୟରେ କାହାଣୀ ବିସ୍ତାର କରୁଥିବା ଓ ମିଥ୍ୟା ଗୁଜବ ପ୍ରଚାର କରୁଥିବାରୁ ବହୁତ ଧନ୍ୟବାଦ । ଏହା ସହ ସେ କହିଛନ୍ତି କି ହଁ ମୋର ଅଫେୟାର ଚାଲିଥିଲା। ହଁ ମୁଁ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁ ନଥିଲି । ଏପରିକି ମୋର ଗର୍ଭପାତ ବି କରିଛି। ମୁଁ ଜଣେ ସୁବିଧାବାଦୀ …ଛାଡପତ୍ର ହେବା ନିଜ ଭିତରର ଏକ  ପ୍ରକାରର ଯନ୍ତ୍ରଣାଦାୟକ ପ୍ରକ୍ରିୟା। ଏହାକୁ ଦୂର କରିବା ପାଇଁ ମୋତେ ଦୟା କରିକି ଏକୁଟିଆ ଛାଡିଦିଅ । ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଛି । କିନ୍ତୁ, ମୁଁ ପ୍ରତିଜ୍ଞା କରୁଛି ଯେ ମୋତେ ଯିଏ ଯାହା ଚାହୁଁଛି କହୁ, କିନ୍ତୁ ମୋତେ ଭାଙ୍ଗି ପାରିବ ନାହିଁ ।

ଅନ୍ୟପଟେ ସାମନ୍ଥା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ୬ ଦିନ ପୂର୍ବରୁ ତାଙ୍କ ଅଲଗା ହେବା ଘୋଷଣା କରିଥିଲେ। ସାମନ୍ଥାଙ୍କ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଆମେ ନିଜ ନିଜ ପଥରେ ଆଗକୁ ବଢିଛୁ। ଆମକୁ ଆଗକୁ ବଢିବାକୁ ଗୋପନୀୟତା ଆବଶ୍ୟକ । ଏଥିପାଇଁ ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ।

   Related Posts