Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଛାଡପତ୍ରକୁ ନେଇ ଆପତ୍ତିଜନକ କଥାବାର୍ତ୍ତା ହେତୁ ରାଗିଗଲେ ସାମନ୍ଥା, ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଦାୟର କଲେ ମାନହାନି ମକଦ୍ଦମା

21/10/2021 at 11:37 AM

ନୂଆଦିଲ୍ଲୀ ୨୧/୧୦: ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରଠାରୁ ଅଭିନେତ୍ରୀ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି। ସାମନ୍ଥା ଏବଂ ନାଗାଙ୍କ ଛାଡପତ୍ର ପରଠାରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ମିଡିଆ ରିପୋର୍ଟରେ ଅଭିନେତ୍ରୀଙ୍କ ବିଷୟରେ ଆପତ୍ତିଜନକ କଥା କୁହାଯାଇଥିଲା। ବର୍ତ୍ତମାନ କୁହାଯାଉଛି ଯେଉଁମାନେ ତାଙ୍କ ବିଷୟରେ ନକଲି, ବିଭ୍ରାନ୍ତକାରୀ ଏବଂ ଆପତ୍ତିଜନକ କଥା ବିସ୍ତାର କରିଥିଲେ ସେମାନଙ୍କ ବିରୋଧରେ ଅଭିନେତ୍ରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ୟୁଟ୍ୟୁବ ଚ୍ୟାନେଲ ସୁମନ ଟିଭି, ତେଲୁଗୁ ପପୁଲାର୍ ଟିଭି ଏବଂ ଅନ୍ୟ କେତେକ ୟୁଟ୍ୟୁବ ଚ୍ୟାନେଲକୁ ଆଇନଗତ ନୋଟିସ ପଠାଇଛନ୍ତି।

Naga Chaitanya से तलाक को लेकर आपत्तिजनक बातों से गुस्साईं Samantha, कई यूट्यूब चैनल्स पर ठोका मानहानि का केस

ଅଭିଯୋଗ ହୋଇଛି ଯେ ସାମନ୍ଥାଙ୍କ ଇମେଜକୁ ଖରାପ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ବିଭ୍ରାନ୍ତିକର ଏବଂ ଆପତ୍ତିଜନକ ଖବର ଚଳାଇଥିଲା। କେବଳ ଏତିକି ନୁହେଁ ସାମନ୍ଥା ଜଣେ ଓକିଲଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ଯେଉଁ ଓକିଲଙ୍କୁ ସାମନ୍ଥା ଆଇନଗତ ନୋଟିସ୍ ପଠାଇଛନ୍ତି ସେ ହେଉଛନ୍ତି ଭେଙ୍କଟା ରାଓ। ଭେଙ୍କଟା ରାଓ ସାମନ୍ଥାଙ୍କ ବିବାହିତ ଜୀବନକୁ ନେଇ କିଛି ଦାବି କରିବା ସହିତ ଅଭିନେତ୍ରୀଙ୍କ ଅନେକ ଲୋକଙ୍କ ସହ ଆଫେୟାର୍ସ ଥିବା କହିଥିଲେ।

Naga Chaitanya से तलाक को लेकर आपत्तिजनक बातों से गुस्साईं Samantha, कई यूट्यूब चैनल्स पर ठोका मानहानि का केस

ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିପକ୍ଷ ଅଭିଯୋଗ ମଧ୍ୟରେ ସାମନ୍ଥା ଏକାକୀ ଦେଖାଯାଉଛି। ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ ଏବଂ ଶ୍ୱଶୁର ନାଗାର୍ଜୁନ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ବିଷୟରେ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଛାଡପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ତଙ୍କୁ ୨୦୦ କୋଟି ଟଙ୍କା ଏଲିମନି ରୂପେ ଅଫର୍ କରିଥିଲେ, ଯାହାକୁ ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ।

   Related Posts