ଛାଡପତ୍ର ପରେ ଇନ୍‌ଷ୍ଟାଗ୍ରାମ୍‌ରୁ ଫଟୋ ଡିଲିଟ୍‌ କରୁଛନ୍ତି ସାଉଥ୍‌ ସୁନ୍ଦରୀ...

Published By : Prameya-News7 Bureau | October 29, 2021 IST

ମୁମ୍ବାଇ୨୯।୧୦ : ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ସମର୍ଥନରେ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଲଗା ହେବା ପରେ ସାମନ୍ଥା ନିଜ ଶୈଳୀରେ ଜୀବନ ବିତାଇବା ଆରମ୍ଭ କରିଦେଲେଣି। ନିକଟରେ ସେ ଚାରିଧାମ ଭ୍ରମଣ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ନାଗା ଚୈତନ୍ୟ ଓ ସମନ୍ଥା ପରସ୍ପର ଠାରୁ ଦୀର୍ଘ ୩ ସପ୍ତାହ ହେଲାଣି ଅଲଗା ହୋଇ ଯାଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବାରୁ ଆଜି ସାମନ୍ଥା ବଡ଼ ପଦକ୍ଷେପ ନେଇଛନ୍ତି। ସେ ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ସହ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ସେସବୁକୁ ଆଜି ଡିଲିଟ କରି ଦେଇଛନ୍ତି। କିଛି ମାସ ତଳେ ସମନ୍ଥା ନିଜ ଇନଷ୍ଟାଗ୍ରାମରୁ ଅକ୍କିନେନି ସରନେମକୁ ହଟାଇ ଦେଇଥିଲେ। ସେବେଠାରୁ ହିଁ ନାଗା ଓ ସମନ୍ଥା ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସତକୁ ସତ ୩ ସପ୍ତାହ ତଳେ ଉଭୟ ସୋଶାଲ ମିଡିଆରେ ପରସ୍ପରକୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ।ହେଲେ ଆଜି ଦୀର୍ଘ ଘଣ୍ଟାର ପରିଶ୍ରମ କରି ନାଗାଙ୍କ ସହ ସେ ପୋଷ୍ଟ କରିଥିବା ସମସ୍ତ ଫଟୋକୁ ଡିଲିଟ କରିଦେଇଛନ୍ତି।

{"id":535009,"sizeSlug":"full","linkDestination":"none"}

କହି ରଖୁଛୁ ଯେ, ଦୁହେଁ ବହୁ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ପାଖାପାଖି ୭ବର୍ଷ ପ୍ରେମ ସମ୍ପର୍କ ପରେ ଦୁହେଁ ଗୋଆରେ ଏକ ରାଜକୀୟ ଢ଼ଙ୍ଗରେ ବିବାହ କରିଥିଲେ। ବାହାଘରର ୫ବର୍ଷ ମଧ୍ୟରେ ଅନେକ ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ଏହାକୁ ଏବେ ଡିଲିଟ୍‌ କରି ଦେଇଛନତି। ବର୍ତ୍ତମାନ ସାମନ୍ଥା ନିଜ ବନ୍ଧୁମାନଙ୍କ ସହ ଦୁବାଇରେ ଅଛନ୍ତି। ସେ ଖୁବଶୀଘ୍ର ଭାରତ ଫେରି ପୁଣି ନିଜର କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.