Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସୋସିଆଲ ମିଡିଆ ଆକାଉଣ୍ଟରୁ ‘ଅକ୍କିନେନୀ’ ଟାଇଟଲ ହଟାଇଲେ ସାଉଥ୍ ଅଭିନେତ୍ରୀ ସାମନ୍ଥା ; ସ୍ବାମୀ ନାଗ ଚୈତନ୍ୟଙ୍କ ସହ ବିବାଦ ନେଇ ଚର୍ଚ୍ଚା

1/08/2021 at 9:00 PM

ମୁମ୍ବାଇ ୦୧/୦୮ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ବେଶ୍ ଜଣାଶୁଣା ଅଭିନେତ୍ରୀ ସାମନ୍ଥା ଅକ୍କିନେନୀ । ନିଜର ଅଭିନୟ ବଳରେ ସେ ସିନେପ୍ରେମୀଙ୍କ ହୃଦୟ କିଣି ନିଅନ୍ତି । ସାମନ୍ଥା ଦ ଫ୍ୟାମିଲି ମ୍ୟାନ୍-୨ରେ ଅଭିନୟ ପାଇଁ ସର୍ବଭାରତୀୟ ସ୍ତରରେ ବେଶ ଲୋକପ୍ରିୟତା ହାସଲ କିରିଥିଲେ । କିନ୍ତୁ ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସାମନ୍ଥା ସୋସିଆଲ ମିଡିଆ ହ୍ୟାଣ୍ଡେଲର ବାୟୋରେ ନିଜର ନାଁ ସହ ଅକ୍କିନେନୀ ରଖିଥିଲେ । ହେଲେ ତାହାକୁ ଏବେ ସେ ହଟାଇ ଦେଇଛନ୍ତି ।

ତେବେ ସାମନ୍ଥାଙ୍କର ଏହି ନାଁ ବଦଳାଇବା ଦେଖି ତାଙ୍କ ଫ୍ୟାନ୍ସମାନଙ୍କ ଭିତରେ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସାମନ୍ଥା ଏବେ ଉଭୟ ଇନଷ୍ଟା ଓ ଟ୍ବିଟରରେ ନାମ ପରିବର୍ତ୍ତନ କରି କେବଳ ‘ଏସ୍’ ଅକ୍ଷର ରଖିଛନ୍ତି । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଫ୍ୟାନ୍ସମାନେ ଭାବୁଛନ୍ତି କି ଦୁହିଁଙ୍କ ଭିତରେ ଓ ଅକ୍କିନେନୀ ପରିବାର ସହିତ ସାମନ୍ଥାଙ୍କର ସମ୍ପର୍କ ଠିକ୍ ନଥିବାର ଆଲୋଚନା ହେଉଛି । ହେଲେ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ସାମନ୍ଥା ।

ବିବାହ ପୂର୍ବରୁ ଦୁହେଁ ବହୁ ଦିନ ଧରି ଡେଟ୍ କରିଥିଲେ । ୨୦୧୭ରେ ସାମନ୍ଥା ଓ ନାଗ ଚୈତନ୍ୟ ଦୁହେଁ ବିବାହ କରିଥିଲେ । ନିକଟରେ ସାମନ୍ଥା ଏକ ଫିଲ୍ମ ଶକୁନ୍ତଳମର ଶୁଟିଂ ଆରମ୍ଭ କରିଛନ୍ତି । ସେହି ଫିଲ୍ମରେ ସାମନ୍ଥା ରାଜକୁମାରୀ ଭରତା ଭୂମିକାରେ ନଜର ଆସିବେ ।

   Related Posts