ଏହି ଦମଦାର ଅଭିନେତାଙ୍କ ବୋହୂ ୪୦ ଦିନ ଯାଏଁ ହନିମୁନରେ ଯାଇଥିଲେ, ସେକ୍ସ ବିଷୟରେ କହିଥିଲେ ଏମିତି କଥା…

Published By : Prameya-News7 Bureau | April 20, 2019 IST

ସାଉଥ ସିନେମା ଜଗତର ଫେମସ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ଏବେ ସମାନ୍ଥା ଅକ୍କିନେନୀ ଭାବେ ମଧ୍ୟ ପରିଚିତା। ନିଜ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତ୍ରୀ । ୨୦୧୦ ମସିହାରେ ସେ ଟଲିଉଡରେ ଡେବ୍ୟୁ କରିଥିଲେ। “ୟେ ମାୟା ଚେସାଭେ” ଫିଲ୍ମରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଫିଲ୍ମଫେଆର ଆୱାର୍ଡ ଫର ବେଷ୍ଟ ଡେବ୍ୟୁ ଆକ୍‌ଟ୍ରେସ୍‌ ମଧ୍ୟ ହାସଲ କରିଥିଲେ ସମାନ୍ଥା।  ଅଧିକାଂଶ ସମୟ ସେ ନିଜ ବୋଲ୍ଡ ମନ୍ତବ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

{"id":105367}

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ନାଗାର୍ଜୁନାଙ୍କ ପୁଅ ନାଗ ଚୈତନ୍ୟଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ସମାନ୍ଥା । ୭ ବର୍ଷ ରିଲେସନଶିପରେ ରହିଲା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। “ୟେ ମାୟା ଚେସାଭେ” ଫିଲ୍ମ ସେଟ୍‌ରେ ଉଭୟ ଦେଖା ହୋଇଥିଲେ। ସେତେବେଳେ ଚୈତନ୍ୟ ଅଭିନେତ୍ରୀ ଶୃତି ହାସନଙ୍କୁ ଡେଟ କରୁଥିଲେ। ଅପରପକ୍ଷରେ ସମାନ୍ଥା ଅଭିନେତା ସିଦ୍ଧାର୍ଥଙ୍କୁ ପସନ୍ଦ କରୁଥିଲେ। ୨୦୧୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ “ଅଟୋନଗର ସୂର୍ୟ୍ୟା” ପରେ ସମାନ୍ଥା ଓ ଚୈତନ୍ୟ ଉଭୟ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ।

{"id":105368}

 ତେବେ ଶେଷରେ ସମାନ୍ଥା ନିଜ ପ୍ରଥମ ଫିଲ୍ମର କୋ-ଷ୍ଟାରଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ଗୋଆରେ ହୋଇଥିଲା। ଏହି ଦମ୍ପତ୍ତିଙ୍କ ବିବାହ ୨ଟି ଧର୍ମ ଅନୁସାରେ ହୋଇଥିଲା । ପ୍ରଥମ ଦିନ ଦୁହିଁଙ୍କ ବିବାହ ହିନ୍ଦୁ ରିତିନୀତି ଅନୁସାରେ ହୋଇଥିଲା ଓ ଦ୍ବିତୀୟ ଦିନ ଖ୍ରୀଷ୍ଟିୟାନ ରିତିନୀତିରେ ହୋଇଥିଲା। ସାମାନ୍ଥାଙ୍କର ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଛି।

{"id":105369}

 ସମାନ୍ଥା ଥରେ ତାଙ୍କ ସେକ୍ସ ଲାଇଫ ବିଷୟରେ ଏକ ବୋଲ୍ଡ ବୟାନ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ଶୁଣି ଅନେକ ଦର୍ଶକ ଆଚମ୍ୱିତ ହୋଇଥିଲେ। ଏକ ରିଆଲିଟି ସୋରେ ସମାନ୍ଥାକୁ ପ୍ରଶ୍ନ କରାଯାଇଥିଲା ଯେ, ସେ ସେକ୍ସ ଓ ଫୁଡ୍‌ ମଧ୍ୟରୁ କାହାକୁ ବାଛିବେ। ଏହାର ଉତ୍ତର ସେକ୍ସ ବୋଲି ସମାନ୍ଥା କହିଥିଲେ। ବିବାହ ପରେ ନାଗ ଚୈତନ୍ୟ ଓ ସମାନ୍ଥା ୪୦ ଦିନ ପାଇଁ ହନିମୁନରେ ଯାଇଥିଲେ।

{"id":105370}

ଟଲିଉଡର ସବୁଠୁ ସୁନ୍ଦର ଯୋଡିଙ୍କ ମଧ୍ୟରୁ ଉଭୟଙ୍କ ଯୋଡି ଟପ୍‌ରେ ଅଛି। ବିବାହ ପରେ ଏହି ଦମ୍ପତ୍ତି ଖୁବ ବୁଲାବୁଲି କରିବାର ଅନେକ ଫଟୋ ଭାଇରାଲ ହୋଇଥିଲା। ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.