Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ସୁପାରୀ କିଲର ପତ୍ତା ପାଉନି ପୋଲିସ୍…

10/10/2020 at 1:07 PM

ଭୁବନେଶ୍ୱର ୧୦।୧୦: ସାମନ୍ତରାପୁର ମିଠା ଦୋକାନୀ ପ୍ରଭାକର ସାହୁ ହତ୍ୟା ଘଟଣା । ଦିନ ଗଡ଼ିବା ସହ  ଜମ୍ବୁ (୪୫)ଙ୍କ ହତ୍ୟା ଘଟଣାରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସୁଛି । ମାମଲାରେ ଜଣେ ଅଭିଯୁକ୍ତ ଗୁରୁବାର ଦିନ କୋର୍ଟରେ ଆତ୍ମସର୍ମପଣ କରିଥିଲା। ସେହିପରି ଶନିବାର ଦିନ ଲିଙ୍ଗରାଜ ଥାନା ପୋଲିସ୍‌ ୫ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ, ଶିଶୁପାଳଗଡ଼ ଦୋଳବେଡ଼ା ସାହିର ବଳରାମ ବେହେରା (୭୪), ତାଙ୍କ ପୁଅ ଦିଲ୍ଳୀପ ବେହେରା ଓରଫ ଦିଲୁ (୪୫), ଦିଲୁର ପତ୍ନୀ ସସ୍ମିତା ବେହେରା (୪୧)। ତା’ଛଡା ଏହି ୩ ଜଣଙ୍କୁ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ପୁଲିସ୍‌ ଡେଲାଙ୍ଗର ବିଶ୍ୱଜିତ ବାରିକ୍‌ (୨୬), ଭିମଟାଙ୍ଗୀର ରଶ୍ମୀରଞ୍ଜନ ବାରିକ (୨୫)ଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ କୌଣସି ପ୍ରକାର ମାରଣାସ୍ତ୍ର ଜବତ କରାଯାଇ ନାହିଁ। ସବୁ ଠାରୁ ବଡ଼ କଥା ହେଲା ଏହି ଘଟଣାରେ ପୋଲିସ୍‌ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ପାଖରେ ପହଞ୍ଚିପାରିନି।

ତେବେ ମିଳିଥିବା ସୂଚନା ମୁତାବକ, ଜମ୍ବୁ ଦୀର୍ଘ ବର୍ଷ ହେବ ବଳରାମଙ୍କ ମିଠା ଦୋକାନରେ କାରିଗର ଭାବରେ କାମ କରୁଥିଲେ । ଗତ ଦୁଇ ବର୍ଷ ହେବ ଜମ୍ବୁ ନିଜେ ଦୋକାନ କରିବେ ବୋଲି ଯୋଜନା କରି ବଳାରାମଙ୍କ ଦୋକାନରୁ କାମ ଛାଡ଼ି ଦେଇଥିଲେ । ତା’ପରେ ବଳରାମଙ୍କ ମିଠା ଦୋକାନ ଠାରୁ ମାତ୍ର କିଛି ଦୂରରେ ଜମ୍ବୁ ଏକ ଉଠା ମିଠା ଦୋକାନ ଆରମ୍ଭ କଲେ । ଏହା ପରେ ବଳରାମଙ୍କ ବେପାର ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ବଳାରାମଙ୍କ ପୂରା ପରିବାର ଜମ୍ବୁଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଏମାନେ ବ୍ରହ୍ମପୁରର ଦୁଇ ସୁପାରୀ କିଲରଙ୍କୁ ଯୋଗାଯୋଗ କରିଥିଲେ ।

ସୁପାରୀ କିଲରଙ୍କୁ ୫୦ ହଜାର ଟଙ୍କା ଦେଇ ଜମ୍ବୁଙ୍କୁ ମାରିଦେବାକୁ କହିଥିଲେ । ଗତ ୧ ତାରିଖରେ ଦୁଇ ଅପରାଧୀ ଆସି ଜମ୍ବୁକୁ ଦେଖି ଯାଇଥିଲେ । ୪ ତାରିଖ ଅପରାହ୍ଣ ପ୍ରାୟ ୩ଟା ୩୦ ପାଖାପାଖି ଆସି ସାମନ୍ତରାପୁର ଛକ ଉପରେ ଜମ୍ବୁକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଜମ୍ବୁଙ୍କ ପତ୍ନୀ ମିନତି ଅଭିଯୋଗ କରିଥିଲେ ବଳାରାମ ଓ ତାଙ୍କ ପୁଅ ଦିଲୁ ଜମ୍ବୁଙ୍କୁ ହତ୍ୟା କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା ।

ଜମ୍ବୁଙ୍କର ମୃତ୍ୟୁ ହେବା ପୂର୍ବରୁ ବଳାରାମଙ୍କ ପୂରା ପରିବାର ଲୁଚି ଯାଇଥିଲେ । ଲିଙ୍ଗିପୁର ପ୍ଲଟ୍‌ ନମ୍ବର ୧୩୦୨ ରଶ୍ମୀରଞ୍ଜନଙ୍କ ଘରେ ଲୁଚି ରହିଥିଲେ ବଳାରାମ । ଦିଲୁ ଓ ତାଙ୍କ ପତ୍ନୀ ସସ୍ମିତା ଡେଲାଙ୍ଗ ଜାରକାନି ରେଲୱେ କଲୋନୀ କ୍ୱାର୍ଟର୍ସ ନମ୍ବର ୧୧୫(ବି)ରେ ଲୁଚି ରହିଥିଲେ । ଦିଲୁର ପୁଅ ରାଜ୍‌ କୁମାର ବେହେରା ମଧ୍ୟ ବିଭିନ୍ନ ଆଡେ ଲୁଚି ବୁଲୁଥିଲା। ସ୍ପେଶାଲ୍‌ ସ୍କ୍ୱାଡ୍‌ ବିଭିନ୍ନ ଆଡେ ଚଢ଼ଉ ଆରମ୍ଭ କରିବା ପରେ ଗୁରୁବାର ରାଜ୍‌ ଜିଲ୍ଳା ଜଜ୍‌ଙ୍କ ନିକଟରେ ଆତ୍ମ ସର୍ମପଣ କରିଥିଲା । ପୁଲିସ୍‌ ଅନ୍ୟମାନଙ୍କୁ ଗିରଫ କରିଛି ।

ପୁଲିସ୍‌ ଜେରା କରିବା ପରେ ଜାଣିବାକୁ ପାଇଥିଲା ଜମ୍ବୁ ପାଇଁ ବଳରାମଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଦିଲୁର ପୁଅ ରାଜ୍‌ ସୁପାରି କିଲର ଯୋଗାଡ଼ କରି ଜମ୍ବୁଙ୍କୁ ହତ୍ୟା କରାଇଥିଲା । ତା’ଛଡା ପରିବାର ଲୋକମାନଙ୍କୁ ନେଇ ରାଜ୍‌ ତାର ସାଙ୍ଗମାନଙ୍କ ଘରେ ଲୁଚାଇ ରଖିଥିଲା । ଏହି ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ କରୁଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାଜ୍‌କୁ ପୁଲିସ ରିମାଣ୍ଡରେ ଆଣିବ । ରିମାଣ୍ଡ ସମୟରେ ସୁପାରୀ କିଲର ବିଷୟରେ ପୁଲିସ୍‌କୁ କିଛି ସୁରାକ ମିଳିବ ବୋଲି ଜଣାପଡିଛି । ଏବେ ଦେଖିବା ବାକି ରହିଲା ସୁପାରି କିଲରଙ୍କୁ ପୁଲିସ୍‌ ବାନ୍ଧି ପାରୁଛି ନା ନାହିଁ ।

   Related Posts