ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର, ଦର୍ଶନ ପାଇଁ ସମୟ ନିର୍ଘଣ୍ଟ

Published By : Prameya-News7 Bureau | January 02, 2021 IST

ସମ୍ବଲପୁର ୨।୧: କୋଭିଡ୍ କଟକଣା ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଧିରେ ଧିରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି । ଆସନ୍ତା ୩ ତାରିଖରୁ ଖୋଲୁଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ମା’ ସମଲେଇଙ୍କ ଦର୍ଶନ ପାଇଁ ନିର୍ଘଣ୍ଟ ହୋଇଛି ସମୟ । ଏଥି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିଭଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା ରହିଛି । କାଲିଠାରୁ ୫ଦିନ ପାଇଁ ସ୍ଥାନୀୟ ଲୋକ ମା’ଙ୍କୁ ଦର୍ଶନ କରିପାରିବେ  ।

{"id":385626,"sizeSlug":"large","linkDestination":"none"}

ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ପୂର୍ବରୁ ଏସଓପି ଜାରି କରିଥିଲେ । ଏସଓପି ଅନୁଯାୟୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସମ୍ବଲପୁରବାସୀ  ମା’ଙ୍କ ଦର୍ଶନ କରିବେ । ଏଥି ପାଇଁ ସେମାନଙ୍କୁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ।

{"id":385628,"sizeSlug":"large","linkDestination":"none"}

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନର ଅନୁମତି ମିଳିବ ନାହିଁ । ଗାଇଡ୍ ଲାଇନ୍ ଅନୁଯାୟୀ ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ରହିବ । ଯେଉଁ ଗେଟ୍ ରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେହି ଗେଟ୍ ରେ ବାହାରକୁ ଆସିପାରିବେ ନାହିଁ । ଏଭଳି କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.