ସମଲେଶ୍ବରୀ ଏକ୍ସପ୍ରେସର ଇଞ୍ଜିନ ଫେଲ୍, ୬ଘଣ୍ଟା ଅଟକିଲା ଟ୍ରେନ୍

Published By : Prameya-News7 Bureau | June 28, 2019 IST

ଜୟପୁର ୨୮|୬: ପୁଣି ଥରେ ସମଲେଶ୍ବରୀ ଏକ୍ସପ୍ରେସରେ ତ୍ରୁଟି । ଇଞ୍ଜିନ ଖରାପ ହେବା ଯୋଗୁଁ ୬ ଘଣ୍ଟା ଅଟକିଲା ସମଲେଶ୍ବରୀ ଏକ୍ସପ୍ରେସ । ପୁଣି ଯାତ୍ରୀ ହେଲେ ହନ୍ତସନ୍ତ ।

{"id":128129}

ସୂଚନାଯୋଗ୍ୟ ଯେ, ଆଜି ଜଗଦଲପୁରରୁ ହାୱଡା ଅଭିମୁଖେ ଟ୍ରେନ ବାହାରିଥିବା ବେଳେ କୋରାପୁଟର କୋଟପାଡ ଷ୍ଟେସନ ନିକଟରେ ଇଞ୍ଜିନ ଅଚଳ ହୋଇଯିବାରୁ ଟ୍ରେନଟି ଅଟକି ଯାଇଥିଲା।ତେବେ ଜୟପୁର ନିକଟସ୍ଥ ଜରତୀ ଷ୍ଟେସନରୁ ଦିତୀୟ ଇଞ୍ଜିନ ନିଆଯାଇଥିଲା । ହେଲେ ଏଥିରେ ବି ତ୍ରୁଟି ଦେଖା ଦେଇଥିଲା । ଏହାପରେ ଆଉ ଗୋଟିଏ ଇଂଜିନ ନେବା ପରେ ଟ୍ରେନ୍ ଚଳାଚଳ ସ୍ବଭାବିକ ହୋଇଥିବା ଜୟପୁର ଷ୍ଟେସନ ମାଷ୍ଟର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.