ସମଲେଶ୍ବରୀ ଏକ୍ସପ୍ରେସ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ୨ଟି ବସ ବ୍ୟବସ୍ଥା

Published By : Prameya-News7 Bureau | June 25, 2019 IST

ରାୟଗଡା୨୫|୬: ରାୟଗଡା ଜିଲ୍ଲାର ସିଙ୍ଗାପୁର-କେଉଟଗୁଡା ମଝିରେ ଲାଇନଚ୍ୟୁତ ହୋଇ ନିଆଁଲାଗିଯାଇଥିବା ହାୱଡା –ଜଗଦଳପୁର ସମଲେଶ୍ବରୀ ଏକ୍ସପ୍ରେସକୁ ଯାତ୍ରୀଙ୍କ ସହ ରାୟଗଡା ଅଣାଯାଇଛି ।  ଟ୍ରେନରେ ୧୪୮ଜଣ ଯାତ୍ରୀ ଥିଲେ । ଯାତ୍ରୀମାନଙ୍କୁ କୋରାପୁଟ ଓ ଜଗଦଳପୁରରେ ପହଞ୍ଚାଇବା ପାଇଁ ରେଳବାଇ କର୍ତ୍ତୃପକ୍ଷ ବସ ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ଗୋଟିଏ ବସ ଜଗଦଳପୁର ଓ ଅନ୍ୟ ବସଟି କୋରାପୁଟ ପର୍ଯ୍ୟନ୍ତ ଯିବ । ତେବେ ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ପୂର୍ବତଟ ରେଳବାଇ ସୂତ୍ରରୁ ଜଣାପଡିଛି । ସମସ୍ତ ମୃତକ ରେଳ କର୍ମଚାରୀ । ମୃତକମାନେ ହେଲେ ଏସଏସଇ ସୁରେଶ, ଗୌରୀ ନାଇଡୁ ଏବଂ ସୁରେଶ

{"id":127153}

 ସୂଚନାଯୋଗ୍ୟ ଯେ, ଘଟଣାରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଦୁଇଜଣ ଷ୍ଟେଶନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସିଙ୍ଗାପୁର ଓ କେଉଟଗୁଡା ଷ୍ଟେଶନ ମାଷ୍ଟରଙ୍କ ଅସାବଧାନତା ଯୋଗୁଁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା କୁହାଯାଇଛି ।

{"id":127154}

ଏହି ଦୁର୍ଘଟଣାରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ  ଆଉ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଦୁର୍ଘଟଣାର କାରଣ ମଧ୍ୟ ଜଣାପଡିଥିବା ପୂର୍ବତଟ ରେଳବାଇ କହିଛି । ଆଜି ଅପରାହ୍ନ ୪ଟିବେଳେ ହାୱଡା –ଜଗଦଳପୁର ସମଲେଶ୍ବରୀ ଏକ୍ସପ୍ରେସ ଏହି ଲାଇନରେ ଆସୁଥିବାବେଳେ ସେହି ଟ୍ରାକ ଉପରେ ଟ୍ରେନ ଟ୍ରାକ ମରାମତି କରିବାକୁ ଯାଇଥିବା ଆଉଏକ ଟ୍ରେନ ଠିଆ ହୋଇଥିଲା । ସମଲେଶ୍ବରୀ ଏକ୍ସପ୍ରେସ ଏହି ଟ୍ରନକୁ ଧକ୍କା ଦେବା ଫଳରେ ଉଭୟ ସମଲେଶ୍ବରୀ ଏକ୍ସପ୍ରେସ ଏବଂ ମରାମତି କରିବାକୁ ଯାଇଥିବା ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବାପରେ ସମଲେଶ୍ବରୀ ଏକ୍ସପ୍ରେସର ଇଞ୍ଜିନ ଓ ଇଞ୍ଜିନକୁ ଲାଗି ରହିଥିବା ବଗରେ ନିଆଁ ଲାଗିଯାଇଥିଲା ।

{"id":127155}

ତେବେ ନିଆଁ ଲାଗିବାପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇପଡିଥିଲେ ବୋଲି ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.