ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ୱରୀ, କାଲି ଷଷ୍ଠୀ ଓ ସପ୍ତମୀ ପୂଜା

Published By : Prameya-News7 Bureau | October 10, 2021 IST

ସମ୍ୱଲପୁର ୧୦/୧୦: ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି ପଂଚମୀ ଅବସରରେ ମାଆ ବୈଷ୍ଣବୀ ରୂପରେ ଦର୍ଶନ ଦେଉଛନ୍ତି ।

ମାଆଙ୍କ ଏହି ରୂପକୁ ଅନ୍ୟଠି ବେଶ କୁହାଯାଉଥିବାବେଳେ ଏଠାରେ କିନ୍ତୁ ଏହାକୁ ଶୃଙ୍ଗାର ବେଶ କୁହାଯାଏ । ଆସନ୍ତାକାଲି ଉଭୟ ଷଷ୍ଠୀ ଓ ସପ୍ତମୀ ପାଳନ କରାଯିବ । ସେପଟେ ମାଆଙ୍କ ଦର୍ଶନ ପାଇଁ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.