ସମଲ ବ୍ୟାରେଜ ଜଳସମ୍ପଦ ଅଫିସ ଆଗରେ ବ୍ରାହ୍ମଣୀ ବାସଚ୍ୟୁତ ସଂଘ ପକ୍ଷରୁ ଆନ୍ଦୋଳନ
12/11/2018 at 11:51 AM

ଅନୁଗୋଳ ୧୨|୧୧: ସମଲ ବ୍ୟାରେଜ ଦ୍ବାରା କ୍ଷତିଗ୍ରସ୍ତ ବ୍ରାହ୍ମଣୀ ବାସଚ୍ୟୁତ ସଂଘ ପକ୍ଷରୁ ସମଲ ବ୍ୟାରେଜ ଜଳସମ୍ପଦ ଅଫିସ ଆଗରେ ପ୍ରତିବାଦ ଏବଂ ଧାରଣା । କ୍ଷତିଗ୍ରସ୍ତ ଗହମ, ନାଲମ, ଶିପୁର, ତାଳପଡା, ଦୁର୍ଗାପୁର ଏବଂ କୁସୁମପାଳର ଶତାଧିକ ବିସ୍ଥାପିତ ଧାରଣାରେ ସାମିଲ ହୋଇଛନ୍ତି । ବ୍ରାହ୍ମଣୀ ନଦୀ କୂଳରୁ ୧୦୦ଫୁଟ ଭିତରେ ଥିବା ଘର ଗୁଡିକୁ ତୁରନ୍ତ ଉଠାଇ ସେମାନଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟ ଦାବି। ରହିଛି । ବର୍ଷା ଦିନେ ନଦୀ କୂଳରେ ରହୁଥିବା ଏହି ପରିବାର ଗୁଡିକ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି। ନଦୀ ଅତଡାରେ ଅନେକ ଘର ଭାଙ୍ଗିରୁଜି ଗଲାଣି। ଏଥିପାଇଁ ୨୦୦୩ ମସିହାରୁ ମଧ୍ୟ ସମଲ ବ୍ୟାରେଜ ବିସ୍ଥାପନ କରିସାରିଛି କିନ୍ତୁ ୧୫ ବର୍ଷ ବିତିଥିଲେ ମଧ୍ୟ ଥଇଥାନ ହୋଇନାହିଁ। ଏଥିରେ ଜଳ ସଂପଦ ବିଭାଗ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯେପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।