Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ଟ୍ୱିଟକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ଜବାବ “ଅଖିଳେଶ ଜୀ ଅଶିକ୍ଷିତ ପରି କଥାବାର୍ତ୍ତା କରନ୍ତୁ ନାହିଁ “

15/04/2020 at 10:35 AM

ଲକ୍ଷ୍ନୌ ୧୫/୦୪ : କରୋନା ସଂକ୍ରମଣକୁ ନେଇ ଦେଶର ପରିସ୍ଥିତି ଉପରେ ରାଜନୈତିକ ବୟାନବାଜି ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି | ମୁମ୍ବାଇରେ ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଲାଇବା ପରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଅଖିଳେଶ ଯାଦବ ଟ୍ୱିଟ ଜରିଆରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ରଦେବ ସିଂହ ମଧ୍ୟ ତାଙ୍କୁ ଓଲଟା ଜବାବ ଦେଇଛନ୍ତି | ସେ ଅଖିଳେଶ ଯାଦବଙ୍କୁ ଅଶିକ୍ଷିତ ଭଳି କଥାବାର୍ତ୍ତା ନ କରିବାକୁ ଓ ରାଜନୀତି ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶକୁ ସହଯୋଗ କରିବାକୁ ଉପଦେଶ ଦେଇଛନ୍ତି |

ମଙ୍ଗଳବାର ଦିନ ମୁମ୍ବାଇ ରାସ୍ତାରେ ହଜାର ହଜାର ଲୋକ ନିଜ ଘରକୁ ଫେରିବା ପାଇଁ ଭିଡ କରିଥିଲେ | ଭିଡ ଯୋଗୁଁ ଲକଡାଉନ ନିୟମ ଧ୍ୱସ୍ତ ହୋଇଯାଇଥିଲା | ଏହି ମାମଲାରେ ଅଖିଳେଶ ଯାଦବ ବିଜେପି ସରକାରଙ୍କୁ ଘେରିବାକୁ ଚେଷ୍ଟା କରି ଟ୍ୱିଟ କରିଛନ୍ତି |ଅଖିଳେଶ ଯାଦବ ଟ୍ୱିଟ କରିଥିଲେ ଯେ, ମୁମ୍ବାଇରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ନିଜ ନିଜ ଘରକୁ ଫେରିବା ପାଇଁ ଦାବିକୁ ଦେଖି ଉତ୍ତର ପ୍ରଦେଶ ସରକାର ତୁରନ୍ତ ନୋଡାଲ ଅଧିକାରୀ ନିଯୁକ୍ତ କରନ୍ତୁ ଏବଂ କେନ୍ଦ୍ର ସହ ମିଶି ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟରେ ଫସି ରହିଥିବା ରାଜ୍ୟବାସୀଙ୍କୁ ବାହାର କରନ୍ତୁ | ସରକାର ଯେତେବେଳେ ଧନୀ ଲୋକଙ୍କୁ ଜାହାଜରେ ବିମାନରେ ବିଦେଶରୁ ଫେରାଇ ଆଣିପାରୁଛନ୍ତି ତାହେଲେ ଗରିବଙ୍କୁ ଟ୍ରେନ ଯୋଗେ କାହିଁକି ଯିବାକୁ ଦିଆଯିବନାହିଁ |

ଜବାବରେ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ରଦେବ ଟ୍ୱିଟ କରି କହିଛନ୍ତି, “ଅଖିଳେଶ ଜୀ ଅଶିକ୍ଷିତ ଭଳି କଥାବାର୍ତ୍ତା କରନ୍ତୁନି |ଅଲଗା ରାଜ୍ୟରେ ରହୁଥିବା ଉତ୍ତର ପ୍ରଦେଶ ଲୋକଙ୍କ ପାଇଁ ପୂର୍ବରୁ ହିଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି | ଉକ୍ତ ନୋଡାଲ ଅଧିକାରୀଙ୍କ ନମ୍ବର ମଧ୍ୟ ଜାରି କରାଯାଇଛି | ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ପ୍ରତିଦିନ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି | ସମସ୍ତ ନୋଡାଲ ଅଧିକାରୀ ଅଲଗା ରାଜ୍ୟରେ ଫସି ରହିଥିବା ଉତ୍ତର ପ୍ରଦେଶ ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି, ତାଙ୍କ ସମ୍ପର୍କରେ ଅଛନ୍ତି, ତାଙ୍କୁ ସାହାଯ୍ୟ କରୁଛନ୍ତି | ଆପଣ ରାଜନୀତି ଛାଡ଼ନ୍ତୁ ଏବଂ କରୋନା ସଂଘର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶକୁ ସହଯୋଗ କରନ୍ତୁ |” ବିଜେପି ରାଜ୍ୟ ସଭାପତି ଟ୍ୱିଟ ସହ ନୋଡାଲ ଅଧିକାରୀଙ୍କ ନାମ ଓ ଫୋନ ନମ୍ବର ମଧ୍ୟ ଟ୍ୟାଗ କରିଛନ୍ତି |

   Related Posts