Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଟିକା ନେଲେ ମୁଲାୟମ ସିଂହ ଯାଦବ, ଅଖିଳେଶଙ୍କ ଉପରେ ବର୍ଷିଲେ ୟୁପି ଉପ ମୁଖ୍ୟମନ୍ତ୍ରୀ : କହିଲେ, ‘ଭ୍ୟାକସିନକୁ ନେଇ ଗୁଜବ ପ୍ରଚାର କରିଥିଲେ,ଏବେ କ୍ଷମା ମାଗନ୍ତୁ’

7/06/2021 at 5:09 PM

ଲକ୍ଷ୍ନୌ ୦୭/ ୦୬ : ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ସୋମବାର କୋଭିଡ ଭ୍ୟାକସିନ ନେଇଛନ୍ତି । ଗୁଡଗାଓଁର ମେଦାନ୍ତ ହସ୍ପିଟାଲରେ ଭ୍ୟାକସିନର ପ୍ରଥମ ଡୋଜ ନେଇଛନ୍ତି ମୁଲାୟମ । ଏ ନେଇ ସମାଜବାଦୀ ପାର୍ଟି ମୁଲାୟମ ସିଂହ ଯାଦବଙ୍କ ଫଟୋ ଅଫିସାଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ।
ତେବେ ମୁଲାୟମ ସିଂହ ଯାଦବ ଭ୍ୟାକସିନ ନେବା ପରେ ତାଙ୍କ ପୁଅ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ୟୁପିର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ଟ୍ବିଟ କରି କେଶବ କହିଛନ୍ତି, ‘ ସପା ପ୍ରମୁଖ ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ସ୍ବଦେଶୀ ଭ୍ୟାକସିନ ନେଇଥିବାରୁ ତାଙ୍କୁ ଧନ୍ୟବାଦ । କିନ୍ତୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଟିକାକୁ ନେଇ ଗୁଜବ ପ୍ରଚାର କରିଥିଲେ । ସେଥିପାଇଁ ଅଖିଳେଶ ଯାଦବ କ୍ଷମା ମାଗିବା ଉଚିତ । ସେହିଭଳି ୟୁପି ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି, ‘ଏହା ଭଲ ସନ୍ଦେଶ । ଆଶା କରୁଛି ସମାଜାବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଥିରୁ କିଛି ପ୍ରେରଣା ପାଇବେ ।’


ସୂଚନାଯୋଗ୍ୟ ଯେ, ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ସ୍ବଦେଶୀ ଟିକାକୁ ବିରୋଧ କରିଥିଲେ। ବିଜେପିର ଭ୍ୟାକସିନ ଳଗାଇବେ ନାହିଁ ବୋଲି ସେ କହିଥିଲେ । ଅଖିଳେଶ କହିଥିଲେ, ‘ମୁ୍ଁ ବିଜେପି ଭ୍ୟାକସିନକୁ କିଭଳି ବିଶ୍ବାସ କରିବି, ଆମ ସରକାର ଆସିଲେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ମୁ୍ଁ ବିଜେପି ଟିକା ନେବି ନାହିଁ ।’
ଅଖିଳେଶଙ୍କ ଏହି ବୟାନ ପରେ ଉତ୍ତର ପ୍ରଦେଶରେ ପ୍ରବଳ ବିବାଦ ଦେଖିବାକୁ ମିଳିଥିଲା । କିନ୍ତୁ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିବା ପରେ ସେ ଏକଦମ ନରମି ଯାଇଥିଲେ ଏବଂ ସମସ୍ତଙ୍କୁ ମାଗଣା ଭ୍ୟାକସିନ ନେବାକୁ ପରାମର୍ଶ ଦେଇଥିଲେ ।

   Related Posts