ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଫୁସଫୁସରେ ସମସ୍ୟା, ଲାଗିଲା ଅକ୍ସିଜେନ୍ ସପୋର୍ଟ ସିଷ୍ଟମ

Published By : Prameya-News7 Bureau | May 25, 2021 IST

ଲକ୍ଷ୍ନୌ ୨୫/୫: ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା । ଫୁସଫୁସରେ ସମସ୍ୟା ହେତୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ମେଦାନ୍ତ ହସ୍ପିଟାଲର ମେଡିକାଲ ଡାଇରେକ୍ଟର କହିଛନ୍ତି ରାକେଶ କପୁର କହିଛନ୍ତି ଯେ ସି.ଟି ସ୍କାନ ପରେ ଆଜାମ ଖାନଙ୍କ ଲଙ୍ଗ୍ସରେ ଫାଇବ୍ରୋସିସ୍ ନାମକ ଏକ ରୋଗର ଥିବା ଦେଖିବାକୁ ମିଳିଛି । ଏହାସହ ତାଙ୍କ ଶରୀରରେ କ୍ୟାହବିଟି ଦେଖାଦେଇଛି । ଫଳରେ ତାଙ୍କର ଅକ୍ସିଜେନ୍ ସ୍ତରକୁ ବଢାଇଦିଆଯାଇଛି ।

ଫାଇବ୍ରୋସିସ୍ ହେଉଛି ଏମିତି ଏକ ରୋଗ ଯାହା ଫୁସଫୁସରେ କ୍ଷତ ଏବଂ ନିଶ୍ୱାସ ନେବାରେ କଠିନତା ସୃଷ୍ଟି କରେ । ଏହି କାରଣରୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିନଥାଏ । ଯେଉଁଥିପାଇଁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏହା ହୃଦଘାତ ଏବଂ ଅନ୍ୟାନ୍ୟ ଜଟିଳତା ଦେଖେଦେଇଥାଏ । ବରିଷ୍ଠ ଏସପି ନେତା ଆଜାମ ଖାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ରିଟିକାଲ କେୟାରରେ ରଖାଯାଇଛି । ତେବେ ତାଙ୍କ ପୁଅ ମହମ୍ମଦ ଅବଦୁଲଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.