Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

UP ଜନସଂଖ୍ୟା ବିଧେୟକକୁ ନେଇ ଯୋଗୀଙ୍କୁ ‘ସପା’ ସାଂସଦଙ୍କ ପ୍ରଶ୍ନ, ଯୁଦ୍ଧ ହେଲେ କେଉଁଠୁ ଆଣିବ ଲୋକବଳ ?

11/07/2021 at 7:15 PM

ଲକ୍ଷ୍ନୌ ୧୧।୭: ସମାଜବାଦୀ ପାର୍ଟି (ସପା) ସାଂସଦ ସଫିକୁର ରହମାନ ବର୍କନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ଚିଠା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଶିଶୁ ଜନ୍ମ ନେବାର ଅଛି ସେ ଜନ୍ମ ନିଶ୍ଚିତ ହେବ । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଉତ୍ତରପ୍ରଦେଶ ଲାଗି ନୂଆ ଜନସଂଖ୍ୟା ନୀତି ଲୋକାର୍ପଣ ଅବସରରେ ଯଦି ଲୋକଙ୍କୁ ପ୍ରଜନନ ଲାଗି ଅନୁମତି ଦିଆଯିବନି ତେବେ ଯୁଦ୍ଧ ମାମଲାରେ ଭାରତକୁ ଜନଶକ୍ତି ମିଳିବ କେଉଁଠୁ ବୋଲି ବର୍କ ପ୍ରଶ୍ନ କରିଛନ୍ତି।  

ସମ୍ଭଲର ସପା ସାଂସଦ ବର୍କ ଉତ୍ତରପ୍ରଦେଶ ଲ କମିଶନଙ୍କ ୱେବ୍‌ ସାଇଟ୍‌ରେ ଜୁଲାଇ ୧୯ ସୁଦ୍ଧା ଲୋକଙ୍କ ଠାରୁ ଆମନ୍ତ୍ରିତ କରାଯାଇଥିବା ପରାମର୍ଶ ପ୍ରସଙ୍ଗର ଏହା କହିଛନ୍ତି। ସେ କହିଛନ୍ତି ଯେ ପୃଥିବୀରେ କେତେ ଲୋକ ରହିବେ ତାହା ଭଗବାନ ନିୟନ୍ତ୍ରିତ କରନ୍ତି ମଣିଷ ନୁହେଁ। ଏଣୁ ସରକାରଙ୍କ କୌଣସି କଟକଣା ଏଥିରେ ବାଧକ ହୋଇପାରିବ ନାହିଁ। ବିଧେୟକ ଚିଠା ପ୍ରସ୍ତାବ ୱେବସାଇଟ୍‌ରେ ଅପଲୋଡ ହେବାପରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଜନସଂଖ୍ୟା ନୀତି ୨୦୨୧-୨୦୩୦କୁ ଉନ୍ମୋଚନ କରିଛନ୍ତି।

ବିଧେୟକ ଚିଠା ପ୍ରସ୍ତାବରେ ୨ରୁ ଅଧିକ ସନ୍ତାନଙ୍କ ଅଭିଭାବକଙ୍କୁ ସ୍ଥାନୀୟ ପାଳିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା ଅଥବା ସରକାରୀ ଚାକିରୀ ଲାଗି ଆବେଦନରୁ ପ୍ରତିବନ୍ଧିତ କରାଯିବ। ସେହିପରି ଏପରି ପରିବାରଙ୍କୁ ସବୁ ପ୍ରକାର ସରକାରୀ ସବସିଡିରୁ ମଧ୍ୟ ବଞ୍ଚିତ କରିବା ଲାଗି ପ୍ରାବଧାନ ରହିଛି। ପ୍ରସ୍ତାବରେ ସତତ ବିକାଶ ଲାଗି ରାଜ୍ୟ ନିମନ୍ତେ ନୂଆ ଜନସଂଖ୍ୟା ଆଇନର ଜରୁରି ଆବଶ୍ୟକତା ଥିବା ଉଲ୍ଲେଖ କରାଯାଇଛି।

ତେବେ ପ୍ରସଙ୍ଗରେ ବିଜେପି ସରକାରଙ୍କ ଉପରେ ଟିପ୍ପଣୀ କରି ବର୍କ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସ୍‌ ପ୍ରମୁଖ ମୋହନ ଭାଗବତଙ୍କ ପର୍ଯ୍ୟନ୍ତ ଆଇନଟି ସମ୍ପୂର୍ଣ୍ଣ ଉପଯୁକ୍ତ କୁହାଯାଇପାରେ। ହେଲେ ସେମାନେ ବି ଭାବିବା ଦରକାର ଯଦି ସାରା ଦେଶ ଲାଗି ଏପରି ଆଇନ କରିଦିଆଯିବ ଓ ଆଗମୀ ଦିନରେ ଆମକୁ ଅନ୍ୟ ଦେଶରୁ ପୁରୁଷ ଆମଦାନୀ କରିବାକୁ ପଡେ ତେବେ ଏପରି ଆଇନ ଦେଶ ଲାଗି ଲାଭ ନୁହେଁ କ୍ଷତିର ବ୍ୟାପାର ହେବ ନିଶ୍ଚିତ।   

   Related Posts