କରଜ ଟଙ୍କା ଆଣିବାକୁ ଘରୁ ବାହାରିଥିବା ସମାଜବାଦୀ ପାର୍ଟି ନେତାଙ୍କ ସ୍ତ୍ରୀଙ୍କୁ ହତ୍ୟା : ବସ୍ତାରୁ ମିଳିଲା ଶବ

Published By : Prameya-News7 Bureau | December 27, 2018 IST

ମୁଜାଫରପୁର ୨୭/୧୨: ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସମାଜବାଦୀ ପାର୍ଟି ଜଣେ ନେତାଙ୍କ ସ୍ତ୍ରୀ ସୁରୈୟା ବେଗମଙ୍କୁ ଅପହରଣ ପରେ ଫାଶୀ ଲଗାଇ ହତ୍ୟା କରାଯାଇଛି। ଏହା ପରେ ତାଙ୍କ ଶବକୁ ହାତ ଗୋଡ଼ ବାନ୍ଧି ବସ୍ତାରେ ପୂରାଇ ଏକ ବୁଦା ଭିତରେ ପକାଇଦିଆଯାଇଥିଲା। ଏହି ମାମଲାରେ ଏକ ଦମ୍ପତିଙ୍କ ସମେତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।

ଟଙ୍କା ନେବା ଦେବା ଏହି ଘଟଣାର ଅସଲି କାରଣ ବୋଲି ଜଣା ପଡ଼ିଛି। ୨୦୧୨ମସିହାରେ ଅନୁଷ୍ଠିତ ଖଟୌଲି ନଗରପାଳିକା ଚେୟାରମ୍ୟାନ ନିର୍ବାଚନରେ ସୁରୈୟା ବେଗମ ସ୍ବାଧୀନ ପ୍ରର୍ଥୀ ଭାବେ ଲଢ଼ିଥିଲେ।

୮ଦିନ ତଳେ ସେ ନିଖୋଜ ହୋଇଯାଇଥିଲେ। କିଛି ଦିନ ହେବ ମହିଳାଙ୍କୁ ଖୋଜା ଚାଲିଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରହିଛି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି।

ମୃତା ମହିଳା ସୁରୈୟା ବେଗମ୍ (୫୦) ଖଟୌଲିର ମୋହଲ୍ଲା ଢାକନ୍ ଛକରେ ରହୁଥିଲେ। ସେ ଡିସେମ୍ବର ୧୮ତାରିଖ ଇସଲାମନଗର ନିବାସୀ ମହିଳାଙ୍କୁ କରଜ ଦେଇଥିବା ଟଙ୍କା ଆଣିବାକୁ ଘରୁ ବାହାରି ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରିନଥିଲେ। ଏଥିପାଇଁ ତାଙ୍କ ଝିଅ ହୁମା ପୋଲିସରେ ସେ ନିଖୋଜ ବୋଲି ରିପୋର୍ଟ କରିଥିଲେ । କିନ୍ତୁ ତାଙ୍କର କୈାଣସି ପତ୍ତା ମିଳିନଥିଲା।

ଗତ ସୋମବାର ଦିନ ପରିବାର ଲୋକେ ଅଘଟଣର ଆଶଙ୍କା କରି ପୋଲିସ୍ ଅଫିସରେ ଆସି ପାଟିତୁଣ୍ଡ କରିଥିଲେ। ଏହା ପରେ ତାଙ୍କ ଶବ ମିଳିଥିଲା।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.