ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ଶାଳିନୀ ଯାଦବ : କାହିଁକି ରଦ୍ଦ ହେଲା ତେଜ ବାହାଦୂରଙ୍କ ନାମାଙ୍କନ ଜାଣନ୍ତୁ

Published By : Prameya-News7 Bureau | May 02, 2019 IST

ବାରଣାସୀ ୨/୫ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ବାରଣାସୀ ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିଲେ ତେଜ ବହାଦୁର | ଗତକାଲି ତେଜ ବହାଦୁରଙ୍କ ନାମାଙ୍କନ ରିଟର୍ଣ୍ଣିଙ୍ଗ ଅଫିସର ରଦ୍ଦ କରିଦେଇଥିଲେ | ତେଜ ବହାଦୁରଙ୍କୁ ସେନାରୁ ବରଖାସ୍ତ କରାଯାଇଥିଲା | ତେଜ ବହାଦୁରଙ୍କ ନାମାଙ୍କନ କାହିଁକି ରଦ୍ଦ ପ୍ରଶାସନ ଲିଖିତ ଭାବେ ସୂଚନା ଦେଇଛି | କୌଣସି ସରକାରୀ ଚାକିରୀ କିମ୍ବା ସେନାରୁ ବରଖାସ୍ତ ହୋଇଥିବା ଅଭିଯୋଗ ଆଧାରରେ ନିର୍ବାଚନ ଲଢ଼ିବା ପାଇଁ ନିର୍ବାଚନ ଆୟୋଗଙ୍କ ଏନଓସି ଦରକାର ହୋଇଥାଏ |


ଆଜି ୧୧ଟା ବେଳେ ତେଜ ବହାଦୁର ଯାଦବ ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ | କିନ୍ତୁ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏନଓସି ଦେଇନଥିବାରୁ ତାଙ୍କ ନାମାଙ୍କନ ଖାରଜ କରିଦିଆଯାଇଛି | କୌଣସି କାରଣ ବିନା ମୋଦି ନାମାଙ୍କନ ଖାରଜ କରିଦେଇଛନ୍ତି ବୋଲି ତେଜ ବହାଦୁର ଅଭିଯୋଗ କରିଛନ୍ତି | ବାରଣାସୀରୁ ମୋଦିଙ୍କ ବିପକ୍ଷରେ ମହାମେଣ୍ଟ ପ୍ରାର୍ଥୀ ଶାଳିନୀ ଯାଦବ ନିର୍ବାଚନ ଲଢ଼ିବେ | ଶାଳିନୀଙ୍କୁ ସମର୍ଥନ କରି ତେଜ ବହାଦୁର ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି |

{"id":109834}


ତେଜ ବହାଦୁରଙ୍କ ନାମାଙ୍କନ ଖାରଜ ହେବାପରେ ସମାଜବାଦୀ ପାର୍ଟି ପ୍ରଦେଶ ପ୍ରବକ୍ତା ମନୋଜ ରାୟ କହିଛନ୍ତି ଯେ, ଏସବୁ ହେବାର ଥିଲା | କାରଣ ମୋଦିଙ୍କ ବିପକ୍ଷରେ ତେଜ ବହାଦୁର ମଜବୁତ ପ୍ରାର୍ଥୀ ଥିଲେ | ତାଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯିବ ନାହିଁ ବୋଲି ପୂର୍ବରୁ ଆଶଙ୍କା କରାଯାଇଥିଲା | ସେଥିପାଇଁ ମହାମେଣ୍ଟ ପ୍ରାର୍ଥୀ ଶାଳିନୀ ଯାଦବଙ୍କ ନାମାଙ୍କନ ମଧ୍ୟ ଦାଖଲ କରାଯାଇଥିଲା ବୋଲି କହିଛନ୍ତି ମନୋଜ ରାୟ | ସେ ପରିଚୟ ପତ୍ର ସ୍ୱୀକାର କରାଯାଇଛି | ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେଉଁ ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି | ସେଥିପାଇଁ ଏବେ ଶାଳିନୀ ବାରଣାସୀରୁ ମହାମେଣ୍ଟ ପ୍ରାର୍ଥୀ ବୋଲି କହିଛନ୍ତି ମନୋଜ ରାୟ |


ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ୧୦୨ ଜଣ ୧୧୯ ନାମାଙ୍କନ ପତ୍ର ଦେଇଥିଲେ | ସେଥିମଧ୍ୟରୁ ୩୧ ଜଣଙ୍କ ନାମାଙ୍କନ ବୈଧ ଥିଲା | ତେଜ ବହାଦୁରଙ୍କ ନାମାଙ୍କନ ରଦ୍ଦ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ତେଜ ବାହାଦୂର ୨ଟି ନାମାଙ୍କନ ପତ୍ର ଦେଇଥିଲେ | ତାଙ୍କ କାଗଜପତ୍ରରେ ସବୁ ତଥ୍ୟ ନଥିବାରୁ ତାଙ୍କୁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା | ୧ ତାରିଖ ସକାଳ ୧୧ଟା ସୁଦ୍ଧା ସେ ନିଜର ଜରୁରୀ କାଗଜପତ୍ର ଓ ଏନଓସି ନିର୍ବାଚନ ଆୟୋଗଙ୍କ ନିକଟରେ ଜମା କରିବେ | କିନ୍ତୁ ସେ ନିଜର ଏନଓସି ଜମା କରିନଥିଲେ | ଫଳରେ ତାଙ୍କ ନାମାଙ୍କନ ପତ୍ର ଖାରଜ କରିଦିଆଯାଇଥିଲା |

{"id":109836}


ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଏବଂ ବରଖାସ୍ତ ହୋଇଥିଲେ, ଏହି ମାମଲାରେ ସେକ୍ସନ ୯ ଲୋକପ୍ରତିନିଧି ଅଧିନିୟମ ଧାରା ୩୩ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଠାରୁ ଏକ ସାର୍ଟିଫିକେଟ ଆଣିବାକୁ ପଡିଥାଏ | ସେ ଦେଶ କିମ୍ବା ରାଜ୍ୟର ଅବମାନନା ମାମଲାରେ ବରଖାସ୍ତ ହୋଇନଥିବା ଏହି ସାର୍ଟିଫେକେଟରେ ଉଲ୍ଲେଖ ଥିବା ଉଚିତ | କିନ୍ତୁ ତେଜ ବାହାଦୂରଙ୍କୁ ଯେଉଁ ସମୟ ଦିଆଯାଇଥିଲା ସେହି ସମୟ ମଧ୍ୟରେ ସେ ସାର୍ଟିଫିକେଟ ଜମା କରିନଥିଲେ | ଯେଉଁଥିପାଇଁ ତାଙ୍କର ନାମାଙ୍କନ ରଦ୍ଦ କରିଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.