ଲକ୍ଷ୍ନୌ ସହର ସାରା ଲାଗିଛି ପ୍ରଧାନମନ୍ତ୍ରୀଙ୍କ ବ୍ୟାନର,ଜୋର ଧରିଲା ଚର୍ଚ୍ଚା ‘ୟାଦ ହୈ ନା’

Published By : Prameya-News7 Bureau | March 11, 2021 IST

ଲକ୍ଷ୍ନୌ ୧୧।୩:  ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ମୁଖ୍ୟ ସଡକ, ଛକ  ଏପିରିକି ଗଳିକନ୍ଦି ସବୁ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ପ୍ରକାରର ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଗୁରୁବାର ଦେଖା ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟାନର ଓ ପୋଷ୍ଟର ୨୦୧୪ ଲୋକ ସଭା ନିର୍ବାଚନ କାଳର। ଦେଶରେ ଦରଦାମ ନିୟନ୍ତ୍ରଣରେ ବିଫଳ ୟୁପିଏ ସରକାରଙ୍କ ବିରୋଧରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିବା ନିର୍ବାଚନ ପ୍ରସଙ୍ଗ ଏହି ପୋଷ୍ଟରରେ ଲେଖା ରହିଛି।

ଲୋକଙ୍କୁ ମନେ ପକାଇ ଦେବାକୁ ସମାଜବାଦୀ ପାର୍ଟ ନେତା ଆଇ.ପି. ସିଂହ ସାରା ସହରରେ ଏହି ପୋଷ୍ଟର ଲଗାଇଥିବା ବେଳେ ‘ୟାଦ ହୈ ନ’ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କ ଉପରେ ପେଟ୍ରୋଲ ଡିଜେଲ ମାଡ ବହୁତ ହୋଇଗଲାଣି ଏଣୁ ଦେଶକୁ ମୋଦି ସରକାର ଦରକାର ବୋଲି ବିଜ୍ଞାପିତ କରିଥିଲେ। ସେତେବେଳେ ଦେଶରେ ପ୍ରତି ଲିଟର ପେଟ୍ରୋଲ ଦର ୫୦ରୁ ୫୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ଲିଟର ପିଛା ୩୫ ଟଙ୍କା ଥିଲା।

wp:embed {"url":"https://twitter.com/IPSinghSp/status/1369711594179989512","type":"rich","providerNameSlug":"twitter","responsive":true,"className":""}
https://twitter.com/IPSinghSp/status/1369711594179989512
/wp:embed

ଏବେ ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର କରିଥିବା ବେଳେ ଡିଜେଲ ୯୫ ଟଙ୍କା ପାଖାପାଖି ଦରରେ ବିକ୍ରି ହେଉଛି। ଏଥିରେ ସିଂହଙ୍କ ପୋଷ୍ଟର ଓ ବ୍ୟାନର ବାସ୍ତବିକ ଏବେକା ସମୟରେ ପ୍ରସଙ୍ଗ ରଖୁଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସହରବାସୀଙ୍କୁ ମନେ ପକାଇବା ଲାଗି ସିଂହ ଏହାକୁ କାନ୍ଥବାଡରେ ଲଗାଇଥିବା ବେଳେ ଦେଶବାସୀଙ୍କ ଲାଗି ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଏବେ ଅନୁନ୍ୟ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ହୁଏତ ପାଳନ କରିପାରନ୍ତି ବୋଲି ସିଂହ ଆଶା ପ୍ରକଟ କରିଛନ୍ତି।

କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ ପ୍ରତ୍ୟେକ ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି। ୟୁପିଏ ପରି ମୋଦିଙ୍କ ସରକାର ମଧ୍ୟ ଶାସନର ପ୍ରଥମ ୫ ବର୍ଷରେ ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିଲେ। ମୋଦି ସରକାରକୁ ଆସୁ ଆସୁ ଦେଶରେ ଡାଲି କେଜି ପିଛା ଦର ୧୧୦ଟଙ୍କାକୁ ପହଞ୍ଚିଥିଲା।  ଦ୍ୱିତୀୟ କାର୍ଯ୍ୟକାଳରେ ମଧ୍ୟ ସରକାର ହାତ ଟେକି ବସିଛନ୍ତି ଦେଶରେ ବ୍ୟବସାୟୀଙ୍କ ରାଜ ଚାଲିଛି।

wp:embed {"url":"https://twitter.com/IPSinghSp/status/1369712585415610369","type":"rich","providerNameSlug":"twitter","responsive":true,"className":""}
https://twitter.com/IPSinghSp/status/1369712585415610369
/wp:embed

ସରକାରଙ୍କ ନୋଟ ବନ୍ଦୀ ପରେ କରୋନା ଲକଡାଉନ ଲୋକଙ୍କ ପରିସ୍ଥିତିକୁ ଜଟିଳ କରିଦେଇଛି। ଏଥିରେ ସିଂହଙ୍କ ପୋଷ୍ଟର କଥା ଜଣାପଡିବା ପରେ ବିଜେପି ଶାସିତ ରାଜ୍ୟର ପୋଲିସ ସହର ସାରା ବୁଲି ବୁଲି କାନ୍ଥବାଡରୁ ପୋଷ୍ଟର ଚିରିବା ସହ ହୋର୍ଡିଂସ ସବୁ କାଢି ନେଇଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ ସମାଜବାଦୀ ନେତା ଆଇ.ପି.ସିଂହ ଉତ୍ତରପ୍ରଦେଶ ବିଜେପିର ଜଣେ ଛାମୁଆ ନେତା ଥିଲେ। ତେବେ ଦଳର ନୀତି ଓ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଖୋଲାଖୋଲି ସମାଜବାଦୀ ପାର୍ଟିକୁ ସମର୍ଥନ କରିଥିଲେ। ଏଥିପାଇଁ ତାଙ୍କୁ ଅତୀତରେ ଦଳରୁ ବହିଷ୍କାର କରାଯାଇଥିବା ବେଳେ ସେ ଏବେ ସମାଜବାଦୀ ପାର୍ଟିରେ  କାର୍ଯ୍ୟ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.