Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଇ-ଭଉଣୀଙ୍କୁ ମିଳିଲା ରୋଜଗାରର ପନ୍ଥା: ସ୍ବେଚ୍ଛାସେବୀ ସଂଗଠନ ଖୋଲି ଦେଲେ ଦୋକାନ

17/08/2020 at 3:49 PM

ଆନନ୍ଦପୁର୧୭/୮:  ପେଟର ଭୋକ ମେଣ୍ଟାଇବା ଲାଗି ଆଉ କାହା ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ। ଆଉ କାହା ପାଖରେ  ହାତ ପତେଇବେ ନାହିଁ ଏହି ଭାଇ-ଭଉଣୀ ୫ ଜଣ। ଦୀର୍ଘ ୭ ମାସ ହେବ ବାପା ନିଖୋଜ ଅଛନ୍ତି ଏବଂ ପିଲାମାନଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ ମାଆ। ପେଟକୁ ଗଣ୍ଡେ ଦାନ ଆଉ ଦେହକୁ ଖଣ୍ଡେ କନା ପାଇଁ ସଂଘର୍ଷ ଜାରି ରଖିଥିବା ଏହି ପିଲାମାନଙ୍କୁ ମିଳିଛି ରୋଜଗାର ପନ୍ଥା।

ଏହି ପିଲାମାନଙ୍କ ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଗତ ୩୦ ତାରିଖରେ ନ୍ୟୁଜ ସେଭେନ୍‌ ଚ୍ୟାନେଲରେ ଖବର ପ୍ରସାରଣ ପରେ ବିଭିନ୍ନ ଆଡୁ ସେମାନଙ୍କୁ ମିଳୁଛି ସହାୟତା। ମାଆ ଛେଉଣ୍ଡ ଏହି ୫ ଜଣ ପିଲାଙ୍କ ମୁଣ୍ଡ ଉପରେ ହାତ ରଖିଛି ଏକ ସ୍ବେଚ୍ଛସେବୀ ସଙ୍ଗଠନ ସମାଜର ଦର୍ପଣ ହେଲପ୍‌ ଗ୍ରୁପ। ପିଲାମାନଙ୍କ ଗୁଜୁରାଣ ମେଣ୍ଟାଇ ଲାଗି ଏକ ଗ୍ରୋସରି ଦୋକାନ ଖୋଲି ଦେଇଛନ୍ତି ଏହି ସ୍ବେଚ୍ଛାସେବୀ ସଙ୍ଗଠନ।

ଏହି ଗ୍ରୋସରି ଦୋକାନ ସେମାନଙ୍କୁ ଯୋଗାଇଛି ରୋଜଗାର ପନ୍ଥା। ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହଯୋଗ ହାତ ବଢ଼ାଇଥିଲେ। ଏପରି କିଛି ସହୃଦୟ  ବ୍ୟକ୍ତି ସେମାନଙ୍କୁ ଆର୍ଥିକ ସହୟତା ପ୍ରଦାନ କରିଥିଲେ। କିନ୍ତୁ ସମାଜ ଦର୍ପଣ ହେଲପ୍‌ ଗ୍ରୁପ ଏହି ପିଲାମାନଙ୍କ ପାଇଁ ଖୋଲି ଦେଇଛି ରୋଜଗାର ବାଟ। ସମାଜର ଦର୍ପଣ ହେଲପ୍ ଗ୍ରୁପର ସଦସ୍ୟମାନଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

   Related Posts