ସମାବେଶ ପଲିଟିକ୍ସ : ନିଜର ସଫଳତା ଓ ଅନ୍ୟର ବିଫଳତା ବଖାଣି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ କସରତ ଚଳାଇଛନ୍ତି ନେତା

Published By : Prameya-News7 Bureau | March 17, 2019 IST

କଟକ ୧୭|୩ : ନିର୍ବାଚନକୁ ଆଉ ବେଶୀ ଦିନ ନାହିଁ। ଲୋକଙ୍କ ନିଟକତର ହେବାରେ ବ୍ୟସ୍ତ ସବୁ ଦଳ। ଏମିତିରେ ସାମ୍ନାକୁ ଆସିଛି ବିଜେପି ଓ ବିଜେଡିର ସମାନ୍ତରାଳ ସମାବେଶ ପଲିଟିକ୍ସ। ନିଜ ନିଜର ସଫଳତା ଓ ଅନ୍ୟର ବିଫଳତା ବଖାଣି ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ କସରତ ଚଳାଇଛନ୍ତି ନେତାଏ।

{"id":94587}

ନବୀନ ଖରାପ, ବିଜେଡି ଖରାପ। ତାଙ୍କୁ ଭୋଟ ଦିଅନ୍ତୁନି। ବିଜେପି ଖରାପ, ମୋଦି ଖରାପ। ତାଙ୍କୁ ଭୋଟ ଦିଅନ୍ତୁନି। ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ରାଜନୈତିକ ଦଳ ବିଜେପି ଓ ବିଜେଡିର ଏହା ହେଉଛି ଭୋଟରଙ୍କୁ ଅପିଲ। ଜଣେ ଆଉ ଜଣଙ୍କର ଗୋହି ଖୋଳିବାରେ ବ୍ୟସ୍ତ। ଏ ମାର୍ଚ୍ଚ ମାସ ଟାଣ ଖରାରେ ନିର୍ବାଚନୀ ଗରମ ପବନ ପୁରା କଟକକୁ ଅସ୍ତବ୍ୟସ୍ତ କରି ପକାଉଛି। ବିଜେପି ବିରୋଧରେ କେନ୍ଦ୍ରୀୟ ଅବହେଳାର ଲମ୍ବା ତାଲିକା ଧରାଇ ଦେଇ ବିଜେଡି ମାଗିଛି ହକ୍। କଟକ ଗୌରୀ ଶଙ୍କର ପାର୍କ ନିକଟରେ ବିଜୁ ଯୁବ ଜନତା ଦଳ ତରଫରୁ ଆୟୋଜିତ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଛି ଦଳ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠୁ ନେଇ ମହାନଦୀ ବିବାଦ ଯାଏ ସବୁ କଥାରେ ବିଜେପିକୁ ଘେରିଛି ବିଜେଡି।  

{"id":94584}

ଅନ୍ୟପଟେ ବିଜେଡି ବିରୋଧରେ ବିଜେପିର ଅଭିଯୋଗ। ବିଜୟ ସଂକଳ୍ପ ସମାବେଶ କରି ଦଳୀୟ ନେତା ବର୍ଷିଛନ୍ତି ଶାସକ ଦଳ ନେତାଙ୍କ ଉପରେ। ନିକଟରେ ବିଜେପିରେ ମିଶିଥିବା ଡାକ୍ତର ଦାମୋଦର ରାଉତ କହିଛନ୍ତି ଦୁର୍ନୀତିରେ ଉବୁଟୁବୁ ଓଡିଶା। ଯଦି ସରକାର ନବଦଳିବେ ତେବେ ରାଜ୍ୟ ଧ୍ବଂସ ହୋଇଯିବ। ନିଯୁକ୍ତି ପ୍ରସଙ୍ଗ ବି ଉଠାଇଛି ବିଜେପି। ଆଉ ପାଦେ ଆଗକୁ ଯାଇ ଅଭିନେତ୍ରୀରୁ ନେତ୍ରୀ ବନିଥିବା ଅପରାଜିତା ମହାନ୍ତି କହିଛନ୍ତି ଏହା ଯୁଦ୍ଧର ସମୟ। ମାସେ କାଳ ଲଢ଼େଇ କରିବା, କେନ୍ଦ୍ରରେ ରାଜ୍ୟରେ ବିଜେପି ସରକାର ଆଣିବା। ସେହିଭଳି ଚିଟଫଣ୍ଡ ଓ ସହୀଦଙ୍କ ଦାଦାଙ୍କୁ ବିଜେଡି ବିଧାୟକଙ୍କ ଅସମ୍ମାନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଷଣ୍ଢୁଆଶୀ ଆକ୍ରମଣ କରିଛି ଗେରୁଆ ଦଳ।

{"id":94585}

ଲୋକପ୍ରିୟତା ବନାମ ଲୋକ ସମ୍ପର୍କ। କିଏ ବାଜି ମାରିବ ଆଉ କିଏ ଚିତପଟାଙ୍ଗ ଦେବ, ତାହା ସମାବେଶ ନୁହେଁ ବରଂ ଇଭିଏମ୍ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.