ସୀମା ଟପିଲା ବର୍ବରତା, କଏଦୀଙ୍କ ପୋଷାକ ଖୋଲି ନିର୍ଯ୍ୟାତନା, ଫଟୋ ଭାଇରାଲ

Published By : Prameya-News7 Bureau | April 28, 2020 IST

ସାଲଭାଡର, ୨୮|୦୪:   ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ ମୁକାବିଲକା କରୁଛି .। ସମସ୍ତ  ସମସ୍ତଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଛନ୍ତି । କିନ୍ତୁ ଇଲ୍ ସାଲଭାଡରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ କଏଦୀମାନଙ୍କୁ ଏତି ଅମାନବୀୟ ଭାବେ ଅତ୍ୟାଚାର କରାଯାଇଛି । ଜେଲରେ କଏଦୀଙ୍କୁ ପୋଷାତ ଖୋଲି ନିର୍ଯ୍ୟାତନା ଦିଆଯାଇଛି । ଯାହାକୁ ଦେଶର ଦକ୍ଷିଣପନ୍ଥୀ ନେତା ନିନ୍ଦା କରିବା ସହ ରାଷ୍ଟ୍ରପତି ନାୟୀବ ବୁକେଲେଙ୍କୁ ସମାଲୋଚନା କରିଛି । ଜେଲରେ ପ୍ରାୟ ୧୨,୮୬୨ଜଣ କଏଦୀ ରହିଛନ୍ତି ।  

ରାଷ୍ଟ୍ରପତି ନାୟୀବ ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଏହି ହୃଦୟ ବିରାଦକ ଫଟୋ ସାମ୍ନାକୁ ଆସିଥିଲା । କଏଦୀଙ୍କୁ ଏଠାରେ ଲୁହା ବାକ୍ସରେ ରଖିବା ସହ ସେମାନଙ୍କୁ ଅତି ଅମାନବୀୟ ଭାବେ ଅତ୍ୟାଚାର କରାଯାଇଥିଲା । ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ଆରମ୍ଭ ହୋଇଛି । ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ଅବମାନନା କରିଥିବା ଅଭିଯୋଗ ହୋଇଛି ।

ଏହାକୁ ୱେଇ ଆମେରିକା ହ୍ୟୁମାନ୍ ରାଇଟସ୍ ଓ୍ୱାଚର କାର୍ଯ୍ୟନିର୍ବାହୀ ଅଧିକାରୀ ଜୋସ୍ ମିଗୁଏଲ୍ ବିଭାନକୋ କହିଛନ୍ତି ଯେ, ଏହି କାର୍ଯ୍ୟକୁ ବିଶ୍ୱସ୍ତରରେ ନିନ୍ଦା କରାଯିବା ଉଚିତ । ରାଷ୍ଟ୍ରପତି ନିଜ ସ୍ୱାଧୀନତା ଶକ୍ତିର ଦୂରୁପଯୋଗ କରିଛନ୍ତି । ଏଲ୍ ସାଲଭାଡରୁ ଏକଛତ୍ରବାଦୀ ଶାସନରେ ପରିଣତ ହେବାକୁ ଦିଆଯିବ ନାହିଁ । ଏହାସହ ସାଲଭାଡରବାସୀଙ୍କୁ ସୁରକ୍ଷା ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଚିନ୍ତାଜନକ । ଏହା କଏଦୀଙ୍କ ମୌଳିକ ଅଧିକାରର ଉଲଙ୍ଘନ ।

ତେବେ ବୁକେଲେ ଦାୟିତ୍ୱ ଗ୍ରହଣ କରିବା ପରଠୁ ପ୍ରାୟ ୧୦ ହଜାର ଲୋକଙ୍କୁ ହତ୍ୟା କରାଯାଇଛି । ପୋଲିସ ଓ ଆର୍ମୀକୁ ନିର୍ଦ୍ଦେଶ ଦେଇ ବିଭିନ୍ନ ହିଂସାକାଣ୍ଡ ଘଟାଇ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅକଥନୀୟ ଅତ୍ୟାଚାର କରାଯାଉଛି । ପୋଲିସ ଓ ସେନାକୁ ଲଗାଇ ବର୍ବରତା ପ୍ରଦର୍ଶନ କରାଯାଉଛି । ତବେ ଏପରି କରିବା ଦ୍ୱାରା କଏଦୀମାନୀ ଜୀବନ ସାରା ହତ୍ୟାକାଣ୍ଡ ପାଇଁ ଅନୁଶୋଚନା କରିବେ ବୋଲି ବୁକେଲେ ସଫେଇ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.