ବିଶ୍ବାସ ନହେଲେ ମଧ୍ୟ ସତ : ପାରାଦୀପରେ ସମୁଦ୍ରର ଲୁଣି ପାଣି ହେବ ମିଠା, ଖର୍ଚ୍ଚ ହେବ ୧୧୬ କେଟି ଟଙ୍କା

Published By : Prameya-News7 Bureau | July 16, 2019 IST

ପାରାଦୀପ ୧୬।୭: ସମୁଦ୍ରର ଲୁଣି ଜଳରୁ ପ୍ରସ୍ତୁତ ହେବ ମଧୁର ଜଳ।ବ୍ୟବହୃତ ହେବ ବିଶୁଦ୍ଧ ପାନୀୟ ଜଳ ଭାବରେ।ପାରାଦୀପ ବନ୍ଦରରେ ଅନେକ ସମୟରେ ଦେଖାଯାଇଥିବା ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ ପାରାଦୀପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

{"id":134155,"width":578,"height":424}

ସମୁଦ୍ରର ଲୁଣିଆ ପାଣିରୁ ବାହାରିବ ମିଠା ପାଣି।ସେ ପୁଣି ବିଷୁଦ୍ଧ ପାନୀୟ ଜଳ।କଥାଟି କେମିତି କେମିତି ଲାଗୁଥିଲେ ମଧ୍ୟ ଏହା ସତ।ଆଉ ଏହି ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି।ଓଡ଼ିଶାର ପାରାଦୀପରେ ପ୍ରଥମଥର ପାଇଁ ନିର୍ମାଣ ହେବ ମଧୁର ଜଳ ପ୍ରକଳ୍ପ।ଯାହାକୁ ନେଇ ପାରାଦୀପ ବନ୍ଦର ନ୍ୟାସଓଏନ୍ଆଇଓଟି ବା ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ଓସନ ଟେକ୍ନୋଲୋଜି ମଧ୍ୟର ହୋଇଛି ଚୁକ୍ତିନାମା।ପାରାଦୀପ ବନ୍ଦର ଅଫିସର୍ସ କ୍ଲବ୍ଠାରେ ଆୟୋଜିତ ଏହି ସ୍ବାକ୍ଷର ସମାରୋହରେ ପାରାଦୀପ ବନ୍ଦର ପକ୍ଷରୁ ମୁଖ୍ୟଯନ୍ତ୍ରୀ କେ.ରାମଚନ୍ଦ୍ରରା ଓ ଏବଂ ଏନ୍ଆଇଓଟି ଭୂବିଜ୍ଞାନ ମନ୍ତ୍ରାଣଳୟର ବିଶେଷଜ୍ଞ ଶିଶିର ଦାସ ଉପସ୍ଥିତ ଥିଲେ।

{"id":134156}

ଦୈନିକ ୧୦ ମିଲିୟନ ଲିଟର ଉତ୍ପାଦନକ୍ଷମତା ରଖୁଥିବା ଏହି ପ୍ରକଳ୍ପ ପାଇଁ ବିନିଯୋଗ ହେବ ପ୍ରାୟ ୧୧୬ କୋଟି ଟଙ୍କା । ଏନେଇ ଚଳିତ ବର୍ଷ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ କାର୍ଯ୍ୟାଦେଶ ଦିଆଯିବ।

{"id":134157,"width":575,"height":422}

ପାନୀୟ ଜଳ ପ୍ରସ୍ତୁତ କରିବା ଓ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତି କିଲୋଲିଟର ପିଛା ପ୍ରାୟ ୪୧ ଟଙ୍କା ୧୭ ପଇସା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।ଯାହାକି ବର୍ତ୍ତମାନ ଖର୍ଚ୍ଚ ହେଉଥିବା ଅର୍ଥଠାରୁ ଯଥେଷ୍ଟ କମ।ଏହି ଜଳ ପ୍ରସ୍ତୁତ ହେବା ପରେ ପ୍ରଥମେ ବନ୍ଦରାଞ୍ଚଳରେ ବିତରଣ କରାଯିବ ଓ ପରବର୍ତ୍ତୀ ସମୟରେ ଏହାକୁ ଆଖପାଖରେ ବିସ୍ତୃତ ଆକାରରେ ବଣ୍ଟନ କରାଯିବ ବୋଲି ଜଣାପଡିଛି।ତେବେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ବାରା ଭୂତଳ ଜଳ ହ୍ରାସ ଏବଂ ଖରାଦିନେ ନିଅଣ୍ଟିଆ ଜଳ ସମସ୍ୟାକୁ ଏହି ପ୍ରକଳ୍ପ ଅଚିରେ ସମାଧାନ କରିପାରିବ ।

{"id":134158,"width":577,"height":423}

ବନ୍ଦର ନଗରୀ ପାରାଦୀପ ରେକର୍ଡ ଉପରେ ରେକର୍ଡ କରି ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୄଷ୍ଟି କରିଥିବା ବେଳେ ଏହି ପ୍ରକଳ୍ପ ପ୍ରତିଷ୍ଠା ପରେ ଆଉ ଏକ ସଫଳତାର ଶୀର୍ଷରେ ପହଁଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.