ସର୍ଜରୀ ବିଭାଗକୁ ଯିବେ ନାହିଁ ଭିମସାରର ବିବାଦୀୟ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀ । ଲୁଣ ଚିକିତ୍ସାକୁ ନେଇ ବିବାଦୀୟ ହେବା ଓ ଅପରେସନ ବେଳର ଫଟୋ ଭାଇରାଲ ପରେ ଏହି ନିଷ୍ପତ୍ତି ନିଜେ ନେଇଛନ୍ତି ଅଶ୍ବିନୀ । ଭିମ୍ସାରରେ ନିର୍ଦ୍ଦେଶକଙ୍କ କାର୍ଯ୍ୟଧାରାକୁ ଛାତ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଏବେ ବ୍ୟାକ୍ଫୁଟକୁ ଆସିଛନ୍ତି ପୂଜାହାରୀ। ତାଙ୍କ ବିରୋଧରେ ଭୁଲ ଚିକିତ୍ସା ପଦ୍ଧତି ପ୍ରୟୋଗ ଆସିବା ପରେ ଏକ ୪ ଜଣିଆ ଟିମ୍ ଗଠନ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏହି ଟିମ୍ ତାରରିପୋର୍ଟ ଦେଇ ପୂଜାହାରୀଙ୍କୁ ମଧ୍ୟ ଦାୟୀ କରିଥିଲା। ତେବେ ଏନେଇ ସରକାର କୌଣସି କାର୍ଯାନୁଷ୍ଠାନକୁଆସିବା ପୂର୍ବରୁ ନିଜେ ସର୍ଜରୀ ୱାର୍ଡରୁ ଦୂରେଇ ଯାଇଛନ୍ତି ପୂଜାହାରୀ
{"id":61771,"width":563,"height":794}ତେବେ କଣ ଥିଲା ପୂରା ଘଟଣା । ଭିମସାରର ଜୁନିୟର ଡାକ୍ତର ସଂଘ ଅଭିଯୋଗ ଆଣିଥିଲା କି ଅଶ୍ବିନୀଙ୍କ ଲୁଣ ଚିକିତ୍ସା ଲାଗି ଜଣେ ରୋଗୀର ଜୀବନ ଯାଇଥିଲା ।ଆଉ ଏଥିଲାଗି ନ୍ୟୁଜ୭ ଆଗରେ କିଛି ତଥ୍ୟ ପ୍ରମାଣ ବି ରଖିଥିଲେ ସଂଘର ସଦସ୍ୟମାନେ । କିଛି ଫଟୋ ଓ ଭିଡିଓ ଦେଖାଇଥିଲେ । ଅଭିଯୋଗ ଅନୁସାରେ ଅଗଷ୍ଟ ୨୭ରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ କର୍କଟରେ ପୀଡ଼ିତ ପ୍ରସାଦି ପ୍ରଧାନ ।ଆଉ ଚିକିତ୍ସକ ଥିଲେ ନିଜେ ନିର୍ଦ୍ଦେଶକ ଅଶ୍ବିନୀ ଜୁନିୟର ଡାକ୍ତରଙ୍କ ଅଭିଯୋଗ ଅନୁସାରେ ରୋଗୀ ପେଟରେ ମୁଠା ମୁଠା ଲୁଣ ଢାଳି ଚିକିତ୍ସା କରୁଥିଲେ ଅଶ୍ବିନୀ । ଆଉ ପ୍ରମାଣ ସ୍ବରୁପ ଅପରେସନ ଥିଏଟରରେ ଲୁଣ ପ୍ୟାକେଟର ଫଟୋ ବି ସାମ୍ନାକୁ ଆଣିଥିଲା ସଂଘ । ଯେଉଁଥିପାଇଁ ରୋଗୀର ସୋଡ଼ିୟମ ହଠାତ ବୃଦ୍ଧି ପାଇଥିବା ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା।
ସର୍ଜରୀ ବିଭାଗକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଅଶ୍ବିନୀ । ସେପଟେ କିନ୍ତୁ ଅଶ୍ବିନୀ ପୂଜାହାରିଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଜୁନିୟର ଡାକ୍ତର। ସେ ନିର୍ଦ୍ଦେଶକ ପଦରୁ ନ ହଟିଲେ ଅନ୍ୟ ମେଡ଼ିକାଲ କଲେଜର ଜୁନିୟର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।