ବାସ୍ତୁ ଶାସ୍ତ୍ର: ଘରେ କରନ୍ତୁ ଲୁଣର ଏହି ସବୁ ଛୋଟ ଉପାୟ, ଦୂର ହେବ ସମସ୍ୟା

Published By : Prameya-News7 Bureau | March 10, 2020 IST

ଘରେ ଆମ ନିତ୍ୟ ବ୍ୟବହାର୍ଯ୍ୟରେ ଆସୁଥିବା ଛୋଟଛୋଟ ସାମଗ୍ରୀ ଆମର ବଡ ବଡ ସମସ୍ୟାର ସମାଧାନ କରିପାରେ। ଏପରି ଏକ ସାମଗ୍ରୀ ହେଉଛି ଲୁଣ। ଯାହାକୁ ଆମେ ନିତିଦିନ ଆମର ଖାଦ୍ୟକୁ ଋଚିକର କରିବା ଲାଗି ବ୍ୟବହାର କରିଥାଏ। ହେଲେ କେବେ ଜାଣିଛନ୍ତି କି ସାମାନ୍ୟ ଲୁଣ ଆମ ଜୀବନର ସମସ୍ତ ନକରାତ୍ମକତାକୁ ଦୂର କରଦେଇ ପାରେବୋଲି। କେବଳ ନକରାତ୍ମକତା ନୁହେଁ ଅର୍ଥ ସମ୍ପର୍କିତ ସମସ୍ତ ବାଧା ଓ ବାସ୍ତୁ ଦୋଷ ଜନିତ ବିପତିରୁ ବି ଆମକୁ ରକ୍ଷା କରିପାରେ। ତେବେ ଆସନ୍ତୁ ଜାଣିବା ଲୁଣର ଉପାୟ।

{"id":235999,"sizeSlug":"large"}

ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ଏକ ଏପରି ପଦାର୍ଥ ଯାହା ସମସ୍ତ ନକରାତ୍ମକତାକୁ ନଷ୍ଟ କରିଦେଇଥାଏ ଅଥବା ଅବଶୋଷ କରିନେଇଥାଏ। ଏହା ବଦଳେ ଘରେ ସକରାତ୍ମକ ଶକ୍ତିବୃଦ୍ଧି କରିବା ଯୋଗୁ ଲୋକେ ସୁଖ ଶାନ୍ତିରେ ରହିପାରନ୍ତି। ତେବେ ଜାଣନ୍ତୁ ଲୁଣ ଦ୍ୱାରା ସମାଧାନ ହେଉଥିବା ସମସ୍ୟା

{"id":236004,"width":578,"height":413,"sizeSlug":"large"}

ଦୃଷ୍ଟିଦୋଷ ଦୂର କରେ
ଘରେ ଛୋଟଛୋଟ ପିଲାଙ୍କୁ ପ୍ରାୟତଃ ଲୋକଙ୍କ ଦୃଷ୍ଟି ଲାଗି ଯାଏ ବୋଲି କୁହନ୍ତି। ଏଥିଲାଗି ପିଲା ଚିଡଚିଡା ହେବା ସହ କାନ୍ଦକଟା ବି କରେ। ଘରେ ଅଶାନ୍ତିର ମାହୋଲ ସୃଷ୍ଟି ହୁଏ। ଏଭଳି ପରିସ୍ଥିତି ବାରମ୍ବାର ହେଉଥିଲେ ଦୃଷ୍ଟି ପଡିଥିବା ପିଲା ହେଉ କି ଲୋକକୁ ଚିମୁଟେ ଲୁଣରେ ଝାଡି ସେହି ଲୁଣକୁ ବୋହି ଯାଉଥିବା ପାଣିରେ ଭସେଇ ଦେଲେ ଦୃଷ୍ଟି ଦୋଷ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

{"id":236001,"sizeSlug":"large"}

ଦୂର କରେ ବାସ୍ତୁଦୋଷ
ଘରେ ବାସ୍ତୁ ଦୋଷ ହେଲେ ନାନା ସମସ୍ୟା ଉପୁଜେ। ଯଦି ଘରେ ନିୟମିତ ସମସ୍ୟା ଦେଖାଦେଉଥାଏ ଓ ଶୁଭକାର୍ଯ୍ୟରେ ବାଧ ଉପୁଜୁଥାଏ ତେବେ ଏହା ବାସ୍ତୁଦୋଷ ଜନିତ ବୋଲି ନିଶ୍ଚିତ ହୋଇଯାଆନ୍ତୁ। ଏଥିଲାଗି ଏକ କାଚ ପାତ୍ରରେ କିଛି ଲୁଣ ବାଥ ରୁମର ଯେକୌଣସି କୋଣରେ ରଖି ଦିଅନ୍ତୁ। ମାସକ ପରେ କୌଣସି ଦିନ ଲୁଣକୁ ବାଥ ରୁମରେ ଫ୍ଲସ୍ କରିଦିଅନ୍ତୁ। ଦେଖିବେ ଘରର ସମସ୍ୟା ହ୍ରାସ ହେବ। ବାସ୍ତୁ ଶାସ୍ତ୍ରରେ କାଚ ଓ ଲୁଣ ଉଭୟ ରାହୁଙ୍କ ପ୍ରତୀକ। ଏଣୁ ଘରର ବାସ୍ତୁଦୋଷ ଦୂର କରିବାରେ ସହାୟକ ହୋଇଥାନ୍ତି।

{"id":236002,"width":578,"height":465,"sizeSlug":"large"}

ଘରେ ନକରାତ୍ମକ ଶକ୍ତିର ଅନୁଭବ ହେଉଥିଲେ
ଯଦି ଘରେ ଏକା ରହିବାକୁ ଡର ଲାଗୁଥାଏ କି ଆଭାସ ହେଉଥାଏ କିଏ ଯେପରି ଆପଣଙ୍କ ପଛେ ପଛେ ବୁଲୁଛି। ଏପରି ହେଉଥିଲେ କାଚ ପାତ୍ରରେ କିଛି ଲୁଣ ଘରର ଯେ କୌଣସି କୋଣରେ ରଖି ଦିଅନ୍ତୁ। ଏହା ଦ୍ୱାରା ହୁଏତ ନକରାତ୍ମକ ଶକ୍ତି ଘରୁ ବାହାରି ଯିବେ କିମ୍ବା ଲୁଣ ଏହାକୁ ଅବଶୋଷ କରିନେବ।

{"id":236003,"sizeSlug":"large"}

ଘରେ କୌଣସି ପ୍ରକାରର ବାଧା ହେଉଥିଲେ
ଯଦି ପରିବାର ସଦସ୍ୟଙ୍କ ବ୍ୟବସାୟ, ଚାକିରୀରେ ସମସ୍ୟା ଦେଖାଦେଉଥାଏ ତେବେ ଏକ କାଚ ଗ୍ଲାସ୍‌ରେ ପାଣି ଭରନ୍ତୁ। ତେବେ ଗ୍ଲାସକୁ ସାମାନ୍ୟ ଖାଲି ରଖନ୍ତୁ, ଏଥିରେ ସାମାନ୍ୟ ଲୁଣ ପକାଇ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ। ମାସକ ପରେ ପାଣିକୁ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ ଏହିପରି କିଛି ଦିନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଅପସିର ଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.