ଲୁଣ ଓ ଲବଙ୍ଗର ସାମାନ୍ୟ ଉପାୟ ଆପଣଙ୍କୁ କରିପାରେ ମାଲାମାଲ, ଥରେ ପ୍ରୟୋଗ କରି ଦେଖନ୍ତୁ
8/07/2019 at 5:42 PM

ଆଜିର ସମୟରେ ସବୁଠରୁ ବଡ ଆବଶ୍ୟକତା ହେଉଛି ଟଙ୍କା। ଏଥି ପାଇଁ ଲୋକେ ଦିନରାତି ଏକ କରିଦେଉଛନ୍ତି। ହେଲେ ଯାହା ଉପାର୍ଜନ କରୁଛନ୍ତି ସେଥିରେ ସବୁ ଆବଶ୍ୟକତା ପୁରଣ ହେଉନି। ଦେଖାଯାଏ ଲୋକେ ଚାକିରୀ କରି ପର୍ଯ୍ୟାପ୍ତ ଆୟ କରୁଛନ୍ତି, ହେଲେ ଦରମା ଘର ପର୍ଯ୍ୟନ୍ତ ବି ପହଞ୍ଚି ପାରୁନି। ଏପଟ ସେପଟ ଖର୍ଚ୍ଚ ପାଇଁ ମାସଜାକର ପରିଶ୍ର ଲବ୍ଧ ଅର୍ଥ ପାଣି ପରି ବହି ଯାଉଛି। କିଛି ଉପାର୍ଜନ ସଞ୍ଚୟ ହେଉ ସମସ୍ତେ ଚାହାନ୍ତି, ହେଲେ ତାହା ସମ୍ଭବ ହୁଏନି। ଯଦି ଆପଣବି ଏଭଳି ସମସ୍ୟାର ଗ୍ରସିତ ହେଉଛନ୍ତି ତେବେ ଶାସ୍ତ୍ର ସମ୍ମତ କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରିପାରନ୍ତି। ଏଇଭଳି ଏକ ଉପାୟ ହେଉଛି ଲୁଣ ଓ ଲବଙ୍ଗ ପ୍ରୟୋଗ। କେମିତି କରିବେ ଉପାୟ ଆସନ୍ତୁ ଜାଣିବା।

କୌଣସି ଏକ ଭଲ ଦିନ ଦେଖି ଏକ କଳାକପଡାରେ କିଛି ଲୁଣ ଓ ଲବଙ୍ଗ ରଖନ୍ତୁ। ଭଗବାନଙ୍କୁ ସୁମରଣ କରି ଏହାକୁ ଏକ ପୁଟୁଳା କରନ୍ତୁ। ପୁଟୁଳାକୁ କେବଳ ଲାଟ୍ରିନ ଓ ବାଥରୁମ ଛାଡି ବାକି ସବୁ ଘର ବୁଲେଇ ଆଣନ୍ତୁ। ଏହା ପରେ ପୁଟୁଳିକୁ ଏକ କଳା ସୂତାରେ ବାନ୍ଧି ଘର ଭିତରପଟ ମୁଖ୍ୟ ଦ୍ୱାର ସମ୍ମୁଖରେ ଟଙ୍ଗାଇ ଦିଅନ୍ତୁ। ଦେଖିବେ ଆର୍ଥିକ ପରିସ୍ଥିତିରେ ନିଶ୍ଚିତ ପରିବର୍ତନ ଆସିବ। ଅପବ୍ୟୟ ଅଟକିବା ସହ କିଛି ଅର୍ଥ ସଞ୍ଚୟ କରିବାରେ ଆପଣସକ୍ଷମ ହେବେ।

ଲୁଣ ଏକ ଏପରି ପଦାର୍ଥ ଯାହା ସମସ୍ତ ନକରାତ୍ମକତାକୁ ଦୂରେଇ ରଖେ। ଏଣୁ ଉପାୟରେ ଲୁଣକୁ ପ୍ରାଥମିକତା ଦିଆଯାଇଛି। ସେହିପରି ଲବଙ୍ଗ ଏକ ଦୁର୍ଲଭ ମସଲା। ପୂର୍ବରୁ ଆମ ଦେଶକୁ ବିଦେଶରୁ ଲବଙ୍ଗ ଆମଦାନୀ ହେଉଥିଲା। ଏଣୁ ଏହାକୁ ଧନକାରକ ବୋଲି ମନେ କରାଯାଏ। ଏଣୁ ଉପାୟ ନିଶ୍ଚିତ ସହାୟକ ହେବ ବୋଲି ଆଶା କରାଯାଉଛି।