Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେଲୁନ ମାଲିକଙ୍କ ଖୁସି : ସୁନା କଇଁଚିରେ କାଟିଲେ ପ୍ରଥମ ଗ୍ରାହକଙ୍କ କେଶ

30/06/2020 at 2:18 PM

ମୁମ୍ବାଇ ୩୦/୬: ଲକଡାଉନ୍ କାରଣରୁ ପାଖାପାଖି ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ୍ ଏବଂ ବିୟୁଟି ପାର୍ଲରଗୁଡ଼ିକ ପୁଣି ଥରେ ଖୋଲିବାର ଅନୁମତି ମିଳିଯାଇଛି। ସରକାରଙ୍କଠୁ ଅନୁମତି ମିଳିବା ପରେ କୋଲ୍ହାପୁରରେ ଜଣେ ସେଲୁନର ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶକୁ କାଟିବା ପାଇଁ ସୁନା କଇଁଚିର ବ୍ୟବହାର କରିଛନ୍ତି।

‘ମିଶନ୍ ବିଗିନ ଅଗେନ’ ଜରିଆରେ ମହାରାଷ୍ଟ୍ର ସରକାର କରୋନା ଭାଇରସକୁ ନେଇ ଲକଡାଉନରେ କିଛି କୋହଳ କରିଛି ଯାହା ପରେ ଜୁନ୍ ୨୮ତାରିଖରୁ ପାର୍ଲର ଏବଂ ସେଲୁନ ଖୋଲିବାର ଅନୁମତି ମିଳିଛି।

ସରକାରଙ୍କଠୁ ଅନୁମତି ମିଳିବା ଖୁସିରେ କୋଲ୍ହାପୁରରେ ସେଲୁନ୍ ମାଲିକ ରାମଭାଉ ସଙ୍କପାଲ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବା ପାଇଁ ସୁନା କଇଁଚିର ବ୍ୟବସ୍ଥା କରିଥିଲେ।

ସେ କହିଛନ୍ତି ଯେ ଲକଡାଉନ୍ କାରଣରୁ ୩ମାସରୁ ଅଧିକ ସମୟ ଯାଏଁ ସେଲୁନ୍ ବନ୍ଦ ରହିଥିଲା ଯାହା ଦ୍ବାରା ତାଙ୍କ ବ୍ୟବସାୟ ପୂରାପୂରି ପ୍ରଭାବିତ ହୋଇଛି। ସେଲୁନ୍ ମାଲିକ ଏବଂ କର୍ମଚାରୀଙ୍କୁ ଏହି ସମୟରେ ଖରାପ ସ୍ଥିତି ଦେଇ ଅତିକ୍ରମ କରିବାକୁ ପଡ଼ିଛି କିନ୍ତୁ ଏବେ ପୁଣି ଥରେ ସେଲୁନ୍ ଖୋଲିଯିବାରୁ ସେ ବହୁତ ଖୁସି ଅଛନ୍ତି।

ସଙ୍କପାଳ କହିଛନ୍ତି ଯେ ଆର୍ଥିକ ସମସ୍ୟା ଯୋଗୁଁ ଅନେକ ସେଲୁନ୍ ମାଲିକ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଏହି ଖରାପ ସ୍ଥିତିରୁ ମୁକୁଳିବାରେ ସଫଳ ହୋଇଛନ୍ତି ଏଥିପାଇଁ ଖୁସିରେ ନିଜ ପ୍ରଥମ ଗ୍ରାହକଙ୍କ କେଶ ସୁନା କଇଁଚି​ରେ କାଟିଥିଲେ।

ସୁନା କଇଁଚିକୁ ନେଇ ସେ କହିଛନ୍ତି ଯେ ଗତ କିଛି ବର୍ଷରୁ ସେ ଏହି ବ୍ୟବସାୟରେ ଅଛନ୍ତି ଏବଂ ନିଜ ସେଭିଂ ଟଙ୍କାରେ ସେ ୧୦ଭରି ସୁନାର କଇଁଚି କିଣିଛନ୍ତି।

   Related Posts