Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସେଲୁନ ମାଲିକ ଦମ୍ପତ୍ତି ବିଷ ପିଇ କଲେ ଆତ୍ମହତ୍ୟା, ସନ୍ଦେହଘେରରେ ପରିବାରଲୋକ : ଭାଇରାଲ୍ ହେଉଛି ଅଡିଓ କ୍ଲିପ୍

15/05/2021 at 7:54 PM

ଜଳନ୍ଧର ୧୫।୫: ଜଳନ୍ଧର ରାମମଣ୍ଡୀ ଥାନା ଅନ୍ତର୍ଗତ ଉପକାର ନଗରରେ ଥିବା ଏକ ସେଲୁନରେ କାମ କରୁଥିବା ଦମ୍ପତ୍ତି କୌଣସି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଦୁଇ ଜଣ ରାଧା ଏବଂ ସାଗର ବୋଲି ଜଣାପଡିଛି । ଉଭୟ ରାମମଣ୍ଡୀ ଥାନା ଅନ୍ତର୍ଗତ ଉପକାର ନଗରରେ ରହୁଥିଲେ ଏବଂ ଏକ ସେଲୁନରେ କାମ କରୁଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସଂପର୍କରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟମାନେ ଉଭୟଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ମୃତ ସାଗରଙ୍କ ମା’ ସୁନୀତା ଦେବୀ କହିଛନ୍ତି ଯେ, ମୋ ପୁଅର ଶ୍ବଶୁରଘର ଲୋଙ୍କ ତାଙ୍କୁ ହଇରାଣ କରୁଥିଲେ । ଯେଉଁଥିପାଇଁ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିଲା । ଉଭୟ ୪ ବର୍ଷ ପୂର୍ବେ ବିବାହ କରିଥିଲେ । ସ୍ତ୍ରୀଙ୍କର ଶାଶୁଘର ଲୋକଙ୍କ ସହ ପଡୁନଥିବାରୁ ଉଭୟ ଅଲଗା ରହୁଥିଲେ ।

ପୋଲିସ କହିଛି ଯେ, ଘଟଣାର ତଦନ୍ତ କରାଯାଉଛି । ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଯାଞ୍ଚ ବେଳେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଗରଙ୍କର ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଛି । ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘରଲୋକ ଦାୟୀ ବୋଲି କହିଛନ୍ତି । ଅଡିଓରେ ସେ କହିଛନ୍ତି ତାଙ୍କ ଘରଲୋକ ତାଙ୍କୁ ସମ୍ପତ୍ତିରୁ ବେଦଖଲ କରିଦେଇଛନ୍ତି । ଏବେ ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ ।

   Related Posts