ସଲମାନଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏହି ଅଭିନେତ୍ରୀ, ଏବେ ବାଧ୍ୟ ହୋଇ ଚଳାଉଛନ୍ତି ଟିଫିନ୍ ସେଣ୍ଟର

Published By : Prameya-News7 Bureau | November 21, 2019 IST

ମୁମ୍ବାଇ୨୧/୧୧: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଡଡ୍‌ଓ୍ବାଲ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ବୀର୍‌ଗତି ଫିଲ୍ମରେ ସଲମାନ ଖାନଙ୍କ ସହ ପୂଜା ଅଭିନୟ କରିଥିଲେ। ପୂଜାଙ୍କ ଚିକିତ୍ସା ଲାଗି ସଲମାନ ଖାନ ସହଯୋଗର ହାତ ବଢ଼ାଇଥିଲେ।

{"id":187780,"width":574,"height":435,"sizeSlug":"large"}

ଆଜି ବି ଏହି ଅଭିନେତ୍ରୀ ସଲମାନଙ୍କୁ  ଭଗବାନ  ଭଳି ପୂଜା କରନ୍ତି। ସେ ଫିଲ୍ମ ଦୁନିଆରେ ପୁଣି ଥରେ ଏଣ୍ଟ୍ରି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ଆର୍ଥିକ ଅବସ୍ଥା ଏତେ ସୁଦୃଢ଼ ନ ଥିବାରୁ ସେ ବାଧ୍ୟ ଟିଫିନ୍ ସେଣ୍ଟର ଆରମ୍ଭ କରି ଦେଇଛନ୍ତି। ଏକ ସାକ୍ଷାତକାରରେ ପୂଜା ଏ ସଂପର୍କରେ ନିଜେ କହିଛନ୍ତି।

{"id":187781,"sizeSlug":"large"}

ସେ କହିଛନ୍ତି ଯେ ଫିଲ୍ମରେ କାମ କରିବା ଲାଗି ବହୁ ପ୍ରଯୋଜକ ଓ ନିର୍ଦେଶକଙ୍କ ପାଖକୁ ଯାଇଛନ୍ତି। ହେଲେ ତାଙ୍କୁ କାମ ମିଳିଲା ନାହିଁ ତେଣୁ ବାଧ୍ୟ ହୋଇ ଟିଫିନ୍ ସେଣ୍ଟର ଖୋଲିଛନ୍ତି।

{"id":187783,"sizeSlug":"large"}

ପୂଜା କହିଛନ୍ତି ଯେ ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନାହିଁ ତଥାପି ପୂଜାଙ୍କ ପାଖରେ ଆତ୍ମବିଶ୍ବାସ ରହିଛି। ଯାହାଫଳରେ ସେ ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

{"id":187784,"sizeSlug":"large"}

ପୂଜାଙ୍କ ସାଙ୍ଗ ଡାକ୍ତର ରାଜେନ୍ଦ୍ର ସିଂହ ଟିଫିନ୍ ସେଣ୍ଟର ଖୋଲିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ସେ ଟିଫିନ ସେଣ୍ଟର ଆରମ୍ଭ କରିଛନ୍ତି। ଟିଫିନ୍ ସେଣ୍ଟର ଖୋଲିବା ଲାଗି ତାଙ୍କ ସାଙ୍ଗ ରାଜେନ୍ଦ୍ର ସବୁ ପ୍ରକାର ସାହାଯ୍ୟ କରିଥିବା ପୂଜା କହିଛନ୍ତି।

{"id":187785,"sizeSlug":"large"}

ପୂଜା ଯେତେବେଳେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ସେତେବେଳେ ସଲମାନ ଖାନ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ପୂଜା ସୁସ୍ଥ ହୋଇ ଫେରିବା ପରେ ଏବେ ସେ ଟିଫିନ ସେଣ୍ଟର ଚଳାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.