ସଲମାନ ଖାନ କଲେ ପର୍ଦ୍ଦାଫାଶ: ସୋସିଆଲ ମିଡିଆରେ କାହିଁକି ଶେୟାର କରନ୍ତି ନିଜର ସାର୍ଟଲେସ ଫଟୋ ଓ ଭିଡିଓ
24/10/2019 at 6:15 PM

ମୁମ୍ବାଇ୨୪|୧୦: ନିକଟରେ ସଲମାନ ଖାନଙ୍କ ନୂଆ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଫିଲ୍ମ ଦବଙ୍ଗ-୩ ଟ୍ରେଲର ସୋସିଆଲ ମିଡିଆରେ ଏବେ ଘୂରି ବୁଲୁଛି। ଏହି ଟ୍ରେଲରେ ରୋମାନ୍ସ, କମେଡି ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ପରେ ସଲମାନଙ୍କ ସାର୍ଟଲେସ୍ ଫଟୋର ପର୍ଦ୍ଦାଫାଶ ହୋଇଛି। ସୋସିଆଲ ମିଡିଆରେ କାହିଁକି ସଲମାନ ନିଜର ଫଟୋ ଓ ଭିଡିଓ ଶେୟାର କରନ୍ତି ଏହି ସଂପର୍କରେ ସେ କହିଛନ୍ତି।

ଫିଲ୍ମ ଦବଙ୍ଗ-୩ରେ ସଲମାନ ବେୟାର ବଡିରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ସଲମାନ ନିଜର ଖୋଲା ବଡ଼ିର ରାଜ ଖୋଲିଛନ୍ତି।
ଫିଲ୍ମରେ ଟ୍ରେଲର ଲଞ୍ଚ ବେଳେ ସେ କହିଛନ୍ତି ଫିଲ୍ମରେ ତାଙ୍କ ବଡି ଦେଖି ବହୁତ ଜଣ ଭାବନ୍ତି କି ୟେ କେବଳ ଭିଏଫଏକ୍ସର କମାଲ। ପ୍ରକୃତରେ ଭାଇର ବଡି ଏମିତି ନୁହେଁ। ଚୁଲ୍ବୁଲ୍ ଚରିତ୍ର ପାଇଁ ସଲମାନଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିଛି। ଯେଉଁଥିରେ ସେ ବହୁତ ଝାଳ ବାହାର କରିଛନ୍ତି। ତେଣୁ ଦର୍ଶକ ଜାଣିବା ଦରକାର ଭାଇ କେତେ ମାତ୍ରାର ପରିଶ୍ରମ କରୁଛନ୍ତି।
ଏହାପରେ ଫିଲ୍ମ ଦର୍ଶକଙ୍କ କଥା ସେ କହିଥିଲେ ଯେ ଦର୍ଶକଙ୍କୁ ଖାଲି ଦେଖିବାର ଅଛି ଚୁଲବୁଲ ପାଣ୍ଡେ ଶେଷରେ ଦବଙ୍ଗ ହେଉଛନ୍ତି କି ନାହିଁ। ଆସନ୍ତା ଡିସେମ୍ବର ୨୦ ତାରିଖରେ ଦବଙ୍ଗ-୩ ଫିଲ୍ମ ରିଲିଜ ହେବ। ପ୍ରଭୁଦେବା ନିର୍ଦେଶୀତ ଫିଲ୍ମରେ ସଲମାନ ଖାନ, ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକରଳ ସୁଦୀପ କିଚ୍ଚା, ଅରବାଜ ଖାନ ଓ ମହେଶ ମଞ୍ଜରେକରଙ୍କୁ ପ୍ରମୁଖ ଭୂମିକାରେ ଦେଖିବା ପାଇଁ ମିଳିବ।
