୫୩ ବର୍ଷରେ ସଲମାନ : ଏହି ମାରାତ୍ମକ ରୋଗ ଭୋଗୁଛନ୍ତି , କହିଲେ ଏପରି କଷ୍ଟ ସହିବା ମୁସ୍କିଲ୍

Published By : Prameya-News7 Bureau | December 27, 2018 IST

ମୁମ୍ବାଇ ୨୭/୧୨: ଆଜି ଅର୍ଥାତ୍ ଡିସେମ୍ବର ୨୭ତାରିଖ ବଲିଉଡ ଅଭିନେତା ସଲମାନ ଖାନ୍ ନିଜର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ନିଜ ଫିଟନେସ୍ ଏବଂ ଷ୍ଟାରଡମ୍ ପାଇଁ ପ୍ରସିଦ୍ଧ ସୁପରଷ୍ଟାର ସଲମାନ ଖାନ୍ ଏକ ରୋଗ ଭୋଗୁଛନ୍ତି। ଏହି ରୋଗର ନାମ ଟ୍ରାଇଜେମିନାଲ ନ୍ୟୁରେଲ୍ଜିଆ।

wp:gallery {"ids":[67777]} /wp:gallery

ଏହି ରୋଗ ବିଷୟରେ ସେ ଗତ ବର୍ଷ ଟ୍ୟୁବଲାଇଟ୍ ଗୀତର ଲଞ୍ଚିଙ୍ଗ୍ ଅବସରରେ କହିଥିଲେ। ଏହି ରୋଗକୁ ସୁଇସାଇଡ ରୋଗ ନାମରେ ମଧ୍ୟ ଜଣାଯାଇଥାଏ  କାରଣ ଏହି ରୋଗରେ ରୋଗୀକୁ ସୁଇସାଇଡ କରିବାର ଇଚ୍ଛା ଜାତ ହୋଇଥାଏ। ସଲମାନ୍ ପ୍ରଥମେ  ୨୦୦୧ମସିହାରେ ନିଜ ମେଡିକାଲ୍ କଣ୍ଡିସନ୍ ବିଷୟରେ କହିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ‘ମୋ କଣ୍ଠସ୍ବରରେ ଯେଉଁ ଭାରୀପଣ ରହିଛି କିମ୍ବା ଚଢ଼ାପଣ ରହିଛି ତାହା ମଦ ପାଇଁ ନୁହେଁ। ମୁଁ ରମଜାନରେ ମଧ୍ୟ ମଦ ପିଏ ନାହିଁ। ଏହା କେବଳ ଏହି ରୋଗ ଯୋଗୁଁ।’ ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ

wp:gallery {"ids":[67778]} /wp:gallery

ଜଣେ ନ୍ୟୁରୋସର୍ଜନଙ୍କ କହିବା ଅନୁସାରେ ଟ୍ରାଇଜେମିନାଲ ନ୍ୟୁରେଲ୍ଜିଆ ଏକ ଏପରି କ୍ରୋନିକ୍ ପେନ୍ କଣ୍ଡିସନ୍ ଯାହା ମସ୍ତିଷ୍କରେ ଥିବା ଟ୍ରାଇଜେମିନାଲ କିମ୍ବା 5th କେନିୟାଲ ନର୍ଭକୁ ପ୍ରଭାବିତ କରିଥାଏ। ଏହି ରୋଗରେ ହଠାତ୍ ଅସହନୀୟ ଯନ୍ତ୍ରଣା ଏବଂ ତୀବ୍ର ଜ୍ବଳନ ହୋଇଥାଏ। ଏପରି ଅନୁଭବ ହୋଇଥାଏ ଯେପରି ଦେହରେ ଆଘାତ ଲାଗିଛି। ଏହି ଯନ୍ତ୍ରଣା କିଛି ସେକେଣ୍ଡରୁ ଆରମ୍ଭ ହୋଇ ୨ମିନିଟ ପର୍ଯ୍ୟନ୍ତ ହୋଇଥାଏ। ଅଧିକାଂଶ ସମୟ ଦେହର ଦୁଇ ପାର୍ଶ୍ବରେ ଏକା ସହିତ କିମ୍ବା ଅଲଗା ଅଲଗା ଭାବେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ।

wp:gallery {"ids":[67779]} /wp:gallery

ଯଦିଓ ଏହି ରୋଗ ଯେକୈାଣସି ବୟସରେ ହୋଇପାରେ କିନ୍ତୁ ୫୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଏହି ରୋଗ ହେବାର ଅଧିକ ଆଶଙ୍କା ଥାଏ। ଏହି ରୋଗ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ଆଜି ଭାଇଜାନଙ୍କ ଜନ୍ମ ଦିନରେ ଆମର କାମନା-ସେ ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରନ୍ତୁ  ।

wp:gallery /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.