Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ନିଜ ଦଳକୁ ବରିଷ୍ଠ କଂଗ୍ରେସ ନେତାଙ୍କ ଟିପ୍ସ: କହିଲେ- ସଫଳ ହେବାକୁ ହେଲେ ବିଜେପି ଭଳି ଆମକୁ ବଡ଼ ଭାବିବାକୁ ପଡ଼ିବ

17/05/2021 at 10:56 PM

ନୂଆଦିଲ୍ଲୀ ୧୭/୫: ବିଜେପି ଭଳି ଚାନ୍ତାଧାରା ରଖିବାକୁ ନିଜ ଦଳକୁ ପରାମର୍ଶ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ। ଛୋଟ ଏବଂ ଶକ୍ତିହୀନ ହୋଇଯାଉଥିବା ନେଇ ନୈରାଶ୍ୟଜନକ ଭାବନାକୁ ନମାନିବାକୁ କଂଗ୍ରେସକୁ ଟିପ୍ସ ଦେଇଛନ୍ତି ଖୁର୍ସିଦ। ପିଟିଆଇ-ଭାଷାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ପଶ୍ଚିମବଙ୍ଗ ଏବଂ ଆସାମରୁ ଗୋଟିଏ କଥା ଶିଖିଲି। ଆପଣଙ୍କୁ କେବେ ବି ସ୍ବୀକାର କରିବା କଥା ନୁହେଁ କି ଆପଣ ବହୁତ ଛୋଟ ଏବଂ କମଜୋର ତଥା କୌଣସି କ୍ଷେତ୍ର କିମ୍ବା ରାଜ୍ୟରେ କିଛି ବଡ଼ କରିପାରିବେ ନାହିଁ।’

ଖୁର୍ସିଦ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମାନୁଛି ବିଜେପି ସେହି ସବୁ ସ୍ଥାନରେ ବି ଭଲ କଲା ଯେଉଁଠି ତାର ଅସ୍ତିତ୍ବ ନଥିଲା। ଏମିତି ସ୍ଥାନରେ ବିଜେପି ଏମିତି କରିବାକୁ ପ୍ରୟାସ କଲା ଯେଉଁଠି ଏବେ ବି ବିଜେପିର କୌଣସି ଅସ୍ତିତ୍ବ ନାହିଁ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘କଂଗ୍ରେସକୁ ଏଭଳି ନୈରାଶ୍ୟଜନକ ଦୃଷ୍ଟିକୋଣକୁ ସ୍ବୀକାର କରବିା ଉଚିତ ନୁହେଁ କି ବହୁ ରାଜ୍ୟ ହରାଇସାରିଛି ଯାହା ଆଉ ହାସଲ କରିପାରିବ ନାହିଁ। ମୋତେ ଲାଗୁଛି ପ୍ରତିବଦ୍ଧତା ଏବଂ ବିଶ୍ବାସ ବଳରେ ଆ​‌ମେ ଏହା କରିପାରିବା ଏବଂ କରିବା ଦରକାର।’

ଏହା ସହ ସେ ବିଶ୍ବାସ କରୁଛନ୍ତି, ପଶ୍ଚିମବଙ୍ଗ ଲୋକେ ଭାବିଚିନ୍ତି ରଣନୀତି ସହ ମତଦାନ କରିଛନ୍ତି । ଯୋଉଁଥିପାଇଁ କଂଗ୍ରେସ ଏବଂ ବାମ ଦଳର ସଫା ହୋଇଗଲା। ପଶ୍ଚିମବଙ୍ଗରେ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ ଏବଂ ଆସାମରେ ଏଆଇୟୁଡିଏଫ୍‌ ସହ ମେଣ୍ଟ ଯୋଗୁ କଂଗ୍ରେସକୁ କ୍ଷତି ହେଲା ବୋଲି କଂଗ୍ରେସର ବରିଷ୍ଠ ନେତାଙ୍କ ସଫେଇକୁ ନେଇ ଖୁର୍ସିଦ କହିଛନ୍ତି, ‘ଯେତେବେଳେ ଆପଣ ସଫଳ ହୋଇପାରିବେ ନାହିଁ ତେବେ ଏହି ଭଳି ସ୍ପଷ୍ଟୀକରଣ ଦିଆଯାଏ। ସଫଳ ହେଲେ ଅଲଗା ପ୍ରକାର ସ୍ପଷ୍ଟୀକରଣ ଦିଆଯାଏ।’

ସେ କହିଛନ୍ତି, ‘ମୋତେ ଲାଗୁନି ନିର୍ବାଚନ ପରେ ସ୍ପଷ୍ଟୀକରଣର କିଛି ମାନେ ରହିଛି। ମୁଁ ଏହା କହିପାରିବି ଦୁଇ ପକ୍ଷରୁ ବହୁତ କିଛି କଥା କୁହାଯାଇପାରେ।’ ଏହା ସହ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଲୋକଙ୍କ ମଧ୍ୟରେ ଭାବନାକୁ ପ୍ରକାଶ କରିବ ବୋଲି ସଲମାନ ଖୁର୍ସିଦ କହିଛନ୍ତି।

   Related Posts