Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟିଆରପି ସଙ୍କଟରେ ବିଗ୍‌ବସ୍‌ , ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେବ ଶୋ’ !

11/11/2021 at 9:08 AM

ନୂଆଦିଲ୍ଳୀ ୧୧।୧୧ : କାମରେ ଆସୁନି ବଲିଉଡର ଦବଙ୍ଗ ସଲମାନ ଖାନ୍‌ଙ୍କ ଜଲୱା। ଲକ୍ଷ ଲକ୍ଷ ଫ୍ୟାନ୍ସ ସେଲେବ୍ରିଟି ଥାଇ ବି ଦେଖାଇ ପାରୁ ନାହାନ୍ତି ଜାଦୁ। ଦର୍ଶକଙ୍କୁ କରିପାରୁ ନାହାନ୍ତି ଆକର୍ଷିତ। ଟିଭିର ସୁପରହିଟ୍‌ ରିଆଲିଟି ଶୋ’ ‘ବିଗ୍‌ ବସ’ ଚଳିତ ସିଜିନ୍‌ରେ ଫିକା ପଡିଯାଇଛି । ଟିଆରପି ସଙ୍କଟରେ ବିଗ୍‌ବସ୍‌ । ଶୁଣିବାକୁ ମିଳିଛି କି ସଲମାନଙ୍କ ଏହି ଶୋ’ରେ ତାଲା ପଡିଯିବ ।

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ ଚଳିତ ସିଜିନର ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍ସାହ ସୀମା ନଥିଲା। ଟିଭି ଜଗତର ନାମୀଦାମୀ ଓ ଟ୍ରେଣ୍ଡିଂ ଷ୍ଟାର ଏହି ଶୋ’ର ଭାଗ ନେଇଛନ୍ତି। ଏହାପରେ ବି ହିଟ୍‌ ହେବା ବଦଳରେ ଏହା ଫ୍ଲପ୍‌ ହୋଇଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସିଜିନ୍‌ ୧୫ର ପ୍ରତିଯୋଗୀମାନେ ଦର୍ଶକଙ୍କୁ ଏଣ୍ଟରେଟନ୍‌ମେଣ୍ଟ କରିବାରେ ଫେଲ୍‌ ହୋଇ ଯାଇଛି। ପ୍ରତି ସପ୍ତାହରେ ଏହି ଶୋ’ର ଟିଆରପି ତଳକୁ ଖସିବାକୁ ଲାଗିଛି।  ଏମିତି କି ସଲମାନ ଖାନଙ୍କ  ୱିକେଣ୍ଡ କା ୱାର୍‌ ଏପିସୋଡ ମଧ୍ୟ ଲୋକଙ୍କୁ ପସନ୍ଦ ଆସିନି। ଏହା ପରେ ପରେ  ଟିଆରପି ମଧ୍ୟ ଖସି ଯାଉଛି।  ବିଗ୍‌ ବସ୍‌-୧୫ କୁ ହାଇଏଷ୍ଟ ଟିଆରପି ପାଇଁ ମେକର୍ସମାନେ ହଟକେ ବନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍‌ ଠାକରେ ଚାଲୁ ନାହିଁ ।  କିନ୍ତୁ ଏହା ଏବେ ଦର୍ଶକଙ୍କ ମନ ଜିଣି ପାରି ନାହିଁ। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବିଗ୍‌ ବସ୍‌-୧୫କୁ ବନ୍ଦ କରିବାକୁ ମେକର୍ସମାନେ ନିଷ୍ପତ୍ତି ନେଇଛନ୍ତି।

ପ୍ରତିଯୋଗୀ, ହୋଷ୍ଟ ଏବଂ ଶୋ’ ଉପରେ ମେକର୍ସମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚଳିତ ବର୍ଷ ବିଗ୍‌ ବସ୍‌ ଘରକୁ ଜଙ୍ଗଲ ଥିମ୍‌ରେ ତିଆରି କରାଯାଇଛି।ଏହା ବ୍ୟତୀତ ସଲମାନଙ୍କ ଫିସ୍‌ ଏବଂ ପ୍ରତିଯୋଗୀଙ୍କୁ ମିଶାଇ ଏହି ଶୋ’ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମେକର୍ସମାନେ ଶୋ’ ସଫଳ କରିବା ପାଇଁ ୧୫ ଜଣ ପ୍ରତିଯୋଗୀଙ୍କ ଉପରେ ଆଶା କରିଥିଲେ, କିନ୍ତୁ ତାଙ୍କ ଆଶା ଏବେ ଧୂଳିସାତ୍‌ ହୋଇଛି। ଗେଷ୍ଟ ଏବଂ ହୋଷ୍ଟ ସଲମାନଙ୍କ ଦ୍ୱାରା ବାରମ୍ବାର ଚେତାବନୀ ପରେ ବି  ପ୍ରତିଯୋଗୀମାନେ ନିଜ ଗେମ୍‌ରେ ସୁଧାର ଆଣିପାରିନାହାନ୍ତି। ନେହା ଓ ରାକେଶ ବାପ୍‌ଟାଙ୍କ ୱାଇଲ କାର୍ଡ ଏଣ୍ଟ୍ରି  ପରେ ବି ଶୋ’ ରେ କିଛି ଫରକ ପଡିନାହିଁ। ଏଥିପାଇଁ ବିଗ୍‌ ବସ-୧୫କୁ ମେକର୍ସମାନେ ଫେବ୍ରୁଆରୀ ୨୦୨୨ ପୂର୍ବରୁ ବନ୍ଦ କରିବାକୁ ଯୋଜନା କରିଥିବା ଜଣାପଡିଛି।v

   Related Posts