ଦବଙ୍ଗଷ୍ଟାର ସଲମାନ ଖାନଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣିଲେ…ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 29, 2019 IST

ମୁମ୍ବାଇ୨୯|୯: ବଲିଉଡର ଦବଙ୍ଗଷ୍ଟାର ସଲମାନ ଖାନଙ୍କ ଦମଦାର ଅଭିନୟ ଲାଗି ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରନ୍ତି। ସଲମାନଙ୍କ ଆକ୍ସନ ଫିଲ୍ମ ସବୁବେଳେ ବକ୍ସ ଅଫିସରେ ଧମାଲ କରିଥାଏ। କିନ୍ତୁ ବଲିଉଡରେ ଅଧିକ ବୟସରେ ଫିଟ୍‌ନେସ ରହୁଥିବା ଅଭିନେତାଙ୍କ ମଧ୍ୟ ସଲମାନ ଅନ୍ୟତମ। ତାଙ୍କର ବୟସ ୫୦ ବର୍ଷ ଅତିକ୍ରମ କରି ସାରିଲାଣି ତଥାପି ସଲମାନଙ୍କ ଫିଟ୍‌ନେସ ଦେଖିଲେ କେହି ତାଙ୍କ ବୟସ ଆକଳନ କରି ପାରିବେ ନାହିଁ।

୧୯୮୮ ମସିହାରେ ବିବି ଫିଲ୍ମ ମାଧ୍ୟମରେ ସଲମାନ ବଲିଉଡରେ ପାଥ ଥାପିଥିଲେ। ଏହାପ​‌ରେ ତାଙ୍କ ଅଭିନୀତ ଫିଲ୍ମ ମେନେ ପ୍ୟାର କୀୟା ସଲମାନଙ୍କୁ ସୁପରଷ୍ଟାର କରି ଦେଇଥିଲା। ସଲମାନ ସବୁବେଳେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଥାନ୍ତି। ସଲମାନଙ୍କ ବଡି ପାଇଁ ସେ ସବୁବେଳେ ଚର୍ଚ୍ଚା ରହିଥାନ୍ତି। ନିଜର ଫିଟ୍‌ନେସ ବଜାଇ ରଖିବା ଲାଗି ସଲମାନ ବହୁତ ପରିଶ୍ରମ କରିଥାନ୍ତି। ବଡି ତିଆରି କରିବା ଲାଗି ଖାଦ୍ୟର ଆବଶ୍ୟକ ରହିଛି। ସେଥିଲାଗି ସଲମାନ ନିଜର ଖାଦ୍ୟପେୟ ଉପରେ ସବୁବେ​‌ଳେ ଧ୍ୟାନ ଦେଇଥାନ୍ତି। ସଲମାନଙ୍କ ଗୋଟିଏ ଦିନରେ ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ଜାଣନ୍ତୁ..

{"id":164086}

ବଲିଉଡର ସୁପରଷ୍ଟାର ସଲମାନ ଖାନ ମସଲାଯୁକ୍ତ ଖାଦ୍ୟ ବିଲକୁଲ ଖାଆନ୍ତି ନାହିଁ। ସଲମାନ ପ୍ରତ୍ୟେକ ଦିନ ସକାଳୁ ଲେମ୍ବୁ, ମହୁ ଓ ଘିଅଲ ଏବଂ ହଲୁକା ଭାବେ ସ୍ନାକ୍ସ ବ୍ରେକଫାଷ୍ଟରେ ଖାଆନ୍ତି। ଏହାସହ ପ୍ରତ୍ୟେକ ଦିନ ସକାଳୁ ୪ଟି ଅଣ୍ଡାର ଆମଲେଟ୍‌ ସଲମାନ ଖାଆନ୍ତି। ଆମିଷ ମଧ୍ୟରେ ସଲମାନ ଚିକେନ ଖାଇବା ଲାଗି ଅଧିକ ପସନ୍ଦ କରନ୍ତି। ଏପରିକି ଡିନର ଓ ଲଞ୍ଚରେ ସେ ପ୍ରତ୍ୟେକ ଦିନ ସାଲାଡ୍ ଖାଆନ୍ତି। ଯଦି ସଲମାନଙ୍କ ପ୍ରତ୍ୟେକ ଦିନର ଖାଦ୍ୟପେୟର ମୂଲ୍ୟ ଆକଳନ କରାଯାଏ । ତେବେ ସଲମାନ ୮ ହଜାର ଟଙ୍କା ପ୍ରତ୍ୟେକ ଦିନ ଖାଦ୍ୟପେୟରେ ଖର୍ଚ୍ଚ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.