ରିଲିଜ ହେଲା ସଲମାନ ଖାନଙ୍କ ନୂଆ ଗୀତ 'ପ୍ୟାର କରୋନା'...

Published By : Prameya-News7 Bureau | April 20, 2020 IST

ମୁମ୍ବାଇ ୨୦/୦୪: ସଲମାନ ଖାନ କରୋନା ଭାଇରସକୁ ନେଇ ଗତ କିଛି ଦିନ ହେଲା ଲଗାତାର ଲୋକଙ୍କୁ ସଚେତନ କରୁଛନ୍ତି | ସଲମାନ ବର୍ତ୍ତମାନ ନିଜର ପନବେଲ ସ୍ଥିତ ଫାର୍ମହାଉସରେ ଅଛନ୍ତି | ସେଠାରେ ଥାଇ ସେ ଭିଡିଓ କରି ଜନତାଙ୍କୁ ସୁରକ୍ଷିତ ରହିବା, ଘରେ ରହିବା, ସରକାରଙ୍କୁ ଆଦେଶ ପାଳନ କରିବା ପାଇଁ ସନ୍ଦେଶ ଦେଉଛନ୍ତି | କରୋନା ଭାଇରସକୁ ନେଇ ସେ ଏକ ଗୀତ ରିଲିଜ କରିଛନ୍ତି |

wp:core-embed/instagram {"url":"https://www.instagram.com/p/B_JyTOKFN8p/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B_JyTOKFN8p/?utm_source=ig_web_copy_link
/wp:core-embed/instagram

ସଲମାନ ଏହି ଗୀତକୁ ହୁସେନ ଦଲାଲଙ୍କ ସହିତ ମିଶି ଲେଖିଛନ୍ତି ଏବଂ ନିଜେ ଗାଇଛନ୍ତି | ଗୀତର ନାଁ ହେଲା ପ୍ୟାର କରୋନା | ଗୀତ ମାଧ୍ୟମରେ ସେ ଲୋକଙ୍କୁ ଘରେ ରହିବାକୁ, ପରସ୍ପରକୁ ସ୍ନେହ କରିବାକୁ, ସାମାଜିକ ଦୂରତା ରଖିବାକୁ, ସରକାରଙ୍କ ଆଦେଶ ପାଳନ କରିବାକୁ ଏବଂ ନିଜ ଦେଶକୁ ରକ୍ଷା କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି | ସଲମାନଙ୍କ ଏହି କରୋନା ଗୀତ ୟୁଟ୍ୟୁବରେ ଷ୍ଟ୍ରିମ କରାଯାଇଛି | ଗୀତରେ ଅନେକ ଲୋକ କମେଣ୍ଟ କରିଛନ୍ତି ଏବଂ ଖୁବ ପ୍ରଶଂସା କରିଛନ୍ତି|

ସଲମାନ ଅଲଗା ଅଲଗା ଭିଡିଓ ଜରିଆରେ ଜନତାଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି | ଏହା ପୂର୍ବରୁ ସଲମାନ ନିଜର ଏକ ଭିଡିଓରେ ବାହାରେ ବୁଲୁଥିବା ଲୋକଙ୍କୁ ଜୋକର ବୋଲି କହିଥିଲେ| ସେ କହିଥିଲେ କିଛି ଜୋକରମାନଙ୍କ ଯୋଗୁଁ ଦେଶରେ କରୋନା ମାମଲା ବଢି ଯାଇଛି| ଯଦି ଲୋକ ସେତିକି ସଚେତନ ରହିଥାନ୍ତେ ତାହେଲେ ଲକଡାଉନ ସମୟରେ ହଟି ଯାଇଥାନ୍ତା ଏବଂ ସମସ୍ତେ ଆରାମରେ କାମକୁ ଫେରି ପାରିଥାନ୍ତେ| ସଲମାନ କହିଛନ୍ତି ଯେ ସେ ପନବେଲରେ ନିଜ ମା ସଲମା ଖାନ, ଦୁଇ ଭଉଣୀ ଏବଂ ନିଜ ପରିବାର ସଦସ୍ୟଙ୍କ ସହ ରହୁଛନ୍ତି | ତାଙ୍କ ସହ ତାଙ୍କର ହୋମ ଷ୍ଟାଫ ମଧ୍ୟ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.