ସୁପରଷ୍ଟାର ସଲମନଙ୍କ ବିବାହ ଭିଡିଓ ହେଲା ଭାଇରାଲ, ବାହାଘର ଡ୍ରେସ ଡିଜାଇନ କରିଥିଲେ ଭଉଣୀ ଅଲବିରା

Published By : Prameya-News7 Bureau | July 09, 2019 IST

ସୁପରଷ୍ଟାର ସଲମନ ଖାନ କେବେ ବାହାହେବେ ତାକୁ ସବୁବେଳେ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି । ମୌକା ମିଳିବା ମାତ୍ରେ ତାଙ୍କୁ ତାଙ୍କ ବିବାହ ସମ୍ପର୍କିତ ବାରମ୍ବାର ପଚରାଯାଉଛି । କିନ୍ତୁ କେବେ ବି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ସଲମନଙ୍କ କେବେ ବାହାଘର ହେବ ସେ ସମ୍ପର୍କରେ କୌଣସି ସୁରକ ତ ମିଳୁ ନାହିଁ ତେବେ ଏବେ ତାଙ୍କର ଏକ ବିବାହ ଭିଡିଓ ସାମାଜିକ ଗଣ ମଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବରବେଶରେ ସଜ୍ଜିତ ସଲମନ କନ୍ୟାକୁ ବରମାଳ ପିନ୍ଦାଉଥିବା ଦୃଶ୍ୟ ରହିଛି । ଏହି ଭିଡିଓ ଦେଖି ଆପଣ ସଲମନ ଖାନଙ୍କ ଉପରେ ଅଭିମାନ କରିପାରନ୍ତି ଯେ, ବିନ କୌଣସି ସୂଚନାରେ ସଲମନ କେମିତି ବାହା ହୋଇଗଲେ । କିନ୍ତୁ ଆପଣ ଅଭିମାନ କରିବା ପୂର୍ବରୁ ଆମେ କହିଦେବାକୁ ଚାହୁଁ ଯେ, ଏହି ବାହାଘର ଭିଡିଓ ହେଉଛି ସଲମନଙ୍କ ଚଳଚ୍ଚିତ୍ର ଭାରତର ଏକ ଦୃଶ୍ୟମାତ୍ର ।

wp:html
/wp:html

ଭାରତ ଫିଲ୍ମର ଏକ ଦୃଶ୍ୟରେ ନାୟିକା କାଟ୍ରିନା କେଫ୍‌ ସଲମନଙ୍କୁ ବରମାଳା ପିନ୍ଧାଇବା ପରେ ସଲମନ ମଧ୍ୟ ତାଙ୍କୁ ବରମାଳା ପିନ୍ଧାଇଛନ୍ତି । ବରମାଳା ଆଦାନ ପ୍ରଦାନବେଳେ ସମବେତ ଲୋକମାନେ ତାଳିମାରିବା ସହ ପ୍ରବଳ ପାଟିତୁଣ୍ଡ କରୁଥିବା ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ, ଏହି ଭିଡିଓଟିକୁ ଏବେ ଡ୍ରେସ ଡିଜାଇନର ଏସଲେ ରିବେଲୋ ସେୟାର କରିଛନ୍ତି । ରିବେଲୋ କହିଛନ୍ତି ଯେ, ଫିଲ୍ମର ଏହି ଦୃଶ୍ୟ ପାଇଁ କଷ୍ଟ୍ୟୁ ଡିଜାଇନ କଲାବେଳେ ତାଙ୍କୁ ବହୁତ ମଜା ଲାଗିଥିଲା । ଭାରତ ଫିଲ୍ମର ନିର୍ମାତା ତଥା ସଲମନ ଖାନଙ୍କ ଭଉଣୀ ଅଲବିରା ଖାନ ଅଗ୍ନିହୋତ୍ରୀଙ୍କ ସହ ମିଶି ସେ ଏହି ଡ୍ରେସର ଡିଜାଇନ କରିଥିଲେ ବୋଲି କହିଛନ୍ତି ରିବେଲୋ ।

ଇଦ୍‌ ରେ ମୁକ୍ତିଲାଭ କରିଥିବା ଫିଲ୍ମ ଭାରତର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଆବ୍ବାସ ଜାଫର । ଫିଲ୍ମରେ ସଲମନ ବିଭିନ୍ନ ବୟସର ଭୂମିକାରେ ଅଭିନୟ କରୁଥିବାରୁ ସେ ବିଭିନ୍ନ ଗେଟଅପ ଓ ଲୁକରେ ପରଦାକୁ ଆସିଛନ୍ତି । ବାହାଘରର ଏହି ଦୃଶ୍ୟରେ ସଲମନଙ୍କ ବୟ ୭୦ ବର୍ଷ ବୋଲି ଦର୍ଶାଯାଇଛି । ସଲମନ ରିଲ ଲାଇଫରେ ବହୁ ବିବାହ ଦୃଶ୍ୟରେ ଅବତିର୍ଣ୍ଣ ହୋଇଛନ୍ତି । କିନ୍ତୁ ରିୟଲ ଲାଇଫରେ ମଧ୍ୟ ସଲମନଙ୍କ ବିବାହ ହେବାକୁ ଯାଉଥିଲା । ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କ ସହ ସଲମନଙ୍କ ବିବାହ ସ୍ଥିର ହୋଇଥିଲା । ବାହାଘର କାର୍ଡ ବି ଛପା ସରିଥିଲା । କିନ୍ତୁ ସାମାନ୍ୟ ଭୁଲ ବୁଝାମଣା ପାଇଁ ଏହି ବିବାହ ଭାଙ୍ଗିଯାଇଥିଲା । ଏହା ପରେ ସଲମନଙ୍କ ସହ ବଲିଉଡର ବହୁ ଅଭିନେତ୍ରୀଙ୍କ ସହ ଯୋଡାଯାିଛି । ହେଲେ ଆଜି ଯାଏ ସଲମନ କୁଆଁରା ରହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.