ବିବାଦରେ ସଲମାନଙ୍କ ପ୍ରପର୍ଟି : ଆସନ୍ତାକାଲି ହେବ ଫଇସଲା

Published By : Prameya-News7 Bureau | February 06, 2019 IST

ମୁମ୍ବାଇ ୬/୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ମୁମ୍ବାଇ ଖାର ସ୍ଥିତ ପ୍ରପର୍ଟିକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ସୂଚନାଯୋଗ୍ୟ ଯେ, ଏହି ପ୍ରପର୍ଟିକୁ ଜଣେ ରିଟେଲ ଫୁଡ କମ୍ପାନୀକୁ ଲିଜରେ ଦିଆଯାଇଛି | ପ୍ରପର୍ଟିରେ ଏକ ଗଛ ରହିଛି | କମ୍ପାନୀ ମାଲିକ ସେହି ଗଛକୁ କାଟିବା ପାଇଁ ଅନୁମତି ମାଗିଥିଲେ | ପରିବେଶ ବିଭାଗ କର୍ମଚାରୀ ଏଥିରେ ଆପତ୍ତି କରିଛନ୍ତି | ଏନେଇ ବିଏମସିକୁ ଏକ ଆବେଦନ ମଧ୍ୟ କରାଯାଇଛି |


ଆବେଦନରେ ଲେଖା ଯାଇଛି ଯେ, ଗଛ କୌଣସି ପ୍ରକାର ସମସ୍ୟାର କାରଣ ନୁହେଁ | ସେଥିପାଇଁ ଏହାକୁ କଟା ଯିବା ପାଇଁ ଅନୁମତି ଦିଆଯିବ ଉଚିତ ନୁହେଁ | କମ୍ପାନୀ ପୂର୍ବରୁ ହିଁ ଜାଣିଥିଲା ଯେ, ସେହି ସ୍ଥାନରେ ଏକ ଗଛ ରହିଛି | କିନ୍ତୁ ସେତେବେଳେ ସେ କୌଣସି ଆପତ୍ତି ଦର୍ଶାଇନଥିଲେ | କିନ୍ତୁ କମ୍ପାନୀ ମାଲିକଙ୍କ କହିବାନୁଯାୟୀ, ଫାୟାର ଇଂଜିନ ଭଳି ବାହନ ପାଇଁ ଏହି ଗଛ ସମସ୍ୟା ସୃଷ୍ଟି କରୁଛି | କମ୍ପାନୀ ମାଲିକ ଗ୍ରୀନ ଆକ୍ଟିଭିଷ୍ଟଙ୍କ କଥାରେ ସହମତି ଦେଇଛନ୍ତି ଯେ, ଗଛ ଯିବା ଆସିବ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁନାହିଁ | କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସୃଷ୍ଟି କରୁଛି |


ସୂଚନାଯୋଗ୍ୟ ଯେ, ଯେତେବେଳେ ଏହି ପ୍ରପର୍ଟିର ନିର୍ମାଣ ଚାଲିଥିଲା ସେତେବେଳେ ବିଏମସି ଏହାକୁ ସବୁଜ ସଂକେତ ଦେଇଥିଲା | ବିଏମସିକୁ ଦିଆଯାଇଥିବା ଚିଠିରେ ଗଛ କାଟିବା କଥା ଲେଖା ଯାଇନଥିଲା | ସେତେବେଳେ ବିଏମସି ଏକ ପବ୍ଲିକ ନୋଟିସ ଜାରି କରିଥିଲା | ନୋଟିସରେ ବିଏମସି ଲେଖିଛି ଯେ, ପ୍ରପର୍ଟିର ମାଲିକ ଗଛ କାଟିବା ପାଇଁ ଅନୁମତି ମାଗିଛନ୍ତି | ଏନେଇ ଯଦି ସ୍ଥାନୀୟ ଲୋକଙ୍କ କୌଣସି ଆପତ୍ତି ଅଛି କିମ୍ବା କିଏ ଯଦି ନିଜର ମତାମତ ରଖିବା ପାଇଁ ଚାହୁଁଛନ୍ତି ତା'ହେଲେ ଗୁରୁବାର ସୁଦ୍ଧା ନିଜର ମତାମତ ରଖିପାରିବେ |


ପ୍ରପର୍ଟି ମାଲିକ ସଲମାନ ଖାନ କହିଛନ୍ତି ଯେ, ସେ ସେହି ଗଛକୁ ଅନ୍ୟ କେଉଁଆଡେ ସ୍ଥାନାନ୍ତର କରିଦେବେ | ତେବେ ଏନେଇ କୌଣସି ନିଷ୍କର୍ଷ ଏବେ ଯାଏଁ ବାହରିନାହିଁ | ଗୁରୁବାର ପରେ ନିଷ୍ପତ୍ତି ନିଆଯିବ ଯେ, ଗଛ କଟା ହେବ ନା ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.