Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲିଜ ହେଲା ସଲମାନ ଖାନଙ୍କ ‘ଭାରତ’ର ଟ୍ରେଲର : ପିଲାଦିନରୁ ବୃଦ୍ଧାବସ୍ଥାର ଜୀବନଯାତ୍ରା,ହସି ହସି କାନ୍ଦି ପଡ଼ିବେ ଆପଣ

22/04/2019 at 3:50 PM

ମୁମ୍ବାଇ ୨୨/୪: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ବହୁ ପ୍ରତୀକ୍ଷିତ ଟ୍ରେଲର ଆଜି ଦ୍ବିପ୍ରହରରେ ଲଞ୍ଚ କରି ଦିଆଯାଇଛି। ଇଦ ଅର୍ଥାତ୍ ଜୁନ୍ ୫ ତାରିଖ ଦିନ ରିଲିଜ ହେବାକୁ ଥିବା ‘ଭାରତ’ର ଟ୍ରେଲରକୁ ସମସ୍ତେ ଅପେକ୍ଷା କରିଥିଲେ। ଟ୍ରେଲର ପୂର୍ବରୁ ସଲମାନ ପ୍ରତିଦିନ ଫିଲ୍ମର ଏକ ପୋଷ୍ଟର ସେୟାର କରୁଥିଲେ। ଫିଲ୍ମର ଟ୍ରେଲର ଅତ୍ୟନ୍ତ ଆକର୍ଷଣୀୟ ଲାଗୁଛି। ଟ୍ରେଲରରେ ସର୍ବପ୍ରଥମେ ସଲମାନ ଡାଏଲଗ୍ କହୁଥିବା ଦେଖିବାକୁ ମିଳୁଛି,ଯେଉଁଥିରେ ସେ ନିଜକୁ ମଧ୍ୟମବର୍ଗୀୟ ବୃଦ୍ଧ ବ୍ୟକ୍ତି କହୁଛନ୍ତି।

ଫିଲ୍ମର ଟ୍ରେଲର ଆସୁ ଆସୁ ସୋଶିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି। ୧୯୬୪ମସିହାରୁ ୨୦୧୦ଯାଏଁ ଅର୍ଥାତ୍ ଦୀର୍ଘ ୫୦ବର୍ଷର ଏହି କାହାଣୀରେ ସଲମାନ ଖାନଙ୍କ ପିଲାଦିନରୁ ଆରମ୍ଭ କରି ବୃଦ୍ଧାବସ୍ଥାର ଜୀବନଯାତ୍ରା ରହିଛି। ଫିଲ୍ମର ଟ୍ରେଲରରେ ଆକର୍ଷଣୀୟ ସିନ୍,ଡାଏଲଗ୍ ଏବଂ ଦର୍ଶକଙ୍କୁ ଆକୃଷ୍ଟ କରି ପାରୁଥିବା ଏଲିମେଣ୍ଟ ରଖାଯାଇଛି। ଏହି ଫିଲ୍ମରେ କାଟ୍ରିନାଙ୍କ ଅନ୍ଦାଜ ଏକଦମ୍ ନିଆରା ରହିଛି। ଅଧିକାଂଶ ସିନରେ ସେ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି ଏବଂ ଶୁଦ୍ଧ ହିନ୍ଦୀ କହି ସଲମାନଙ୍କୁ ଜବାବ ଦେଉଛନ୍ତି।

୩ମିନିଟ ୧୧ସେକେଣ୍ଡର ଟ୍ରେଲରରେ ବହୁତ କିଛି ଦେଖାଯାଇଛି। ଏହି ଫିଲ୍ମରେ ସଲମାନ ଖାନ,କାଟ୍ରିନା କୈଫଙ୍କ ବ୍ୟତୀତ ନୋରା ଫତେହି,ତବ୍ବୁ,ଜ୍ୟାକି ଶ୍ରଫ,ଦିଶା ପଟାନୀ ଏବଂ ସୁନୀଲ ଗ୍ରୋଭୋରଙ୍କ ଭଳି କଳାକାର ନଜର ଆସିଛନ୍ତି।

   

   Related Posts