Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସଲମାନଙ୍କୁ ପ୍ରଶଂସକ ଦେଲେ ଇଦ୍ ଭେଟି, ଓଟିଟିରେ ଇତିହାସ ରଚିଲା ‘ରାଧେ’

14/05/2021 at 10:51 PM

ମୁମ୍ବାଇ ୧୪।୦୫: ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ମହଲରେ ବେଶ ଆଦୃତ ହୋଇଛି। ଭାଇଜାନଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଇତିହାସ ରଚିଛି। ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ ଲୋକେ ଓଟିଟି ପ୍ଲାଟଫର୍ମରେ ଫିଲ୍ମକୁ ଦେଖିଛନ୍ତି। ଏନେଇ ସଲମାନ ଖାନ ନିଜର ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସଲମାନ ଖାନ ଶୁକ୍ରବାର ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଲମାନ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଇଦର ବଧେଇ। ରାଧେକୁ ପ୍ରଥମ ଦିନରେ ସବୁଠୁ ଅଧିକ ଦେଖି ରେକର୍ଡ କରି ରିଟର୍ଣ୍ଣ ଗିଫ୍ଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଫିଲ୍ମ ଇଣ୍ଡଷ୍ଟ୍ରୀ ଆପଣଙ୍କ ଭଲ ପାଇବା ଓ ବିନା ସମର୍ଥନରେ ଚାଲି ପାରିବ ନାହିଁ। ଧନ୍ୟବାଦ।

ସଲମାନ ଖାନଙ୍କ ଫିଲ୍ମକୁ ନେଇ ତାଙ୍କ ପ୍ରଶଂସକ ମହଲରେ ଏତେ ଉତ୍ସାହ ଦେଖିବାକୁ ମିଳିଥିଲା ଯେ, ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ରିଲିଜ୍‌ର କିଛି ସମୟ ପରେ ଓଟିଟି ପ୍ଲାଟଫର୍ମ ଜି୫ର ସର୍ଭର କ୍ରାସ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଠିକ୍ କରାଯାଇଥିଲା। ଫିଲ୍ମକୁ କେବଳ ଜି୫ରେ ୪୨ ଲକ୍ଷ ଅର୍ଥାତ ୪.୨ ଏମ ଭ୍ୟୁଜ୍ ମିଳିଛି। ହେଲେ ଅନ୍ୟ ପ୍ଲାଟଫର୍ମର ରେକର୍ଡ ଏବେ ସାମ୍ନାକୁ ଆସିନାହିଁ। କିନ୍ତୁ ଜି୫ ସମସ୍ତ ରେକର୍ଡ କାଟି ଦେଇଛି।

ଆଇଏମବିଡିରେ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ଫିଲ୍ମକୁ ବୀପରିର ଫଳାଫଳ ମିଳିଛି। ଫିଲ୍ମକୁ ମାତ୍ର ୨.୦ ରେଟିଂ ମିଳିଛି। ଏହା ପ୍ରଥମ ଥର ନୁହେଁ, ଯେଉଁଠି ସଲମାନ ଖାନଙ୍କ ଫିଲ୍ମକୁ ଆଇଏମବିଡିର କମ ରେଟିଂ ମିଳିଛି ଏବଂ ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ କରିଛି। ଏହା ପୂର୍ବରୁ ମଧ୍ୟ ଦବଙ୍ଗ ଖାନଙ୍କ ଅନେକ ଫିଲ୍ମକୁ ଖରାପ ରେଟିଂ ମିଳିଥିଲେ ମଧ୍ୟ ବକ୍ସ  ଅଫିସ୍‌ରେ କମାଲ କରିଛି।

   Related Posts