କୋକ୍ ଷ୍ଟୁଡିଓ ଗାର୍ଲ ସୋନା ମହାପାତ୍ରଙ୍କୁ ଟ୍ବିଟ୍ ରେ ହତ୍ୟା ଧମକ, ସଲମାନଙ୍କ ଫ୍ୟାନ ଦେଇଛନ୍ତି ଶେଷ ଚେତାବନୀ

Published By : Prameya-News7 Bureau | May 29, 2019 IST

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର। ଏଥର ଏକ ଟ୍ବିଟ୍ ବାର୍ତ୍ତାକୁ ନେଇ ସୋନା ଚର୍ଚ୍ଚାକୁ ଆସିଥିବା ବେଳେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ଫ୍ୟାନ ତାଙ୍କୁ ଟ୍ବିଟ୍ ହ୍ୟାଣ୍ଡଲରେ ହତ୍ୟା ଧମକ ଦେଇଛନ୍ତି । ଆଜିକାଲି ସଲମାନ ତାଙ୍କର ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି  । ତେବେ କାର୍ଯ୍ୟକ୍ରମରେ ସଲମାନ ପ୍ରୀୟଙ୍କାଙ୍କ ବିରୋଧରେ କରୁଥିବା ବୟାନବାଜୀକୁ ନେଇ ସୋନା ଟ୍ବିଟ୍ ରେ ଲେଖିବା ତାଙ୍କ ପାଇଁ ଟ୍ରୋଲର କାରଣ  ହୋଇଛି। 

{"id":117414}

ଟ୍ବିଟରରେ ସଲମାନଙ୍କ ଫ୍ୟାନମାନେ ସୋନାଙ୍କୁ ହଇରାଣ କରୁଛନ୍ତି । ତେବେ  ଜଣେ ଫ୍ୟାନ ସମସ୍ତ ସୀମା ସରହଦ ପାରିକରିଛନ୍ତି । ସୋନାଙ୍କ ଟ୍ବିଟ୍  ମନ୍ତବ୍ୟ  ପାଇଁ  ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବେ ବୋଲି ଧମକ୍ ଦେଇଥିବା ନିଜେ ସୋନା ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଯେଉଁଥିରେ ସିଙ୍ଗର ଲେଖିଛନ୍ତି ହିରୋଙ୍କ ଫଲୋର୍ସ ମୋତେ ଅଭଦ୍ର ବ୍ୟବହାର କରୁଛନ୍ତି। ଏଭଳି ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ପୁଣି ‘ଭାରତ’ ଟାଇଟଲ ପାଇଁ ଦାବି କରୁଛନ୍ତି।

wp:html /wp:html

ବାସ୍ତବରେ ସୋନା ତାଙ୍କ ଟ୍ବିଟ୍ ରେ ପ୍ରୀୟଙ୍କାଙ୍କ ସପୋର୍ଟ କରିଥିଲେ। ଯେଉଁଥିରେ ପ୍ରୀୟଙ୍କା ମହିଳାଙ୍କୁ ପ୍ରେରିତ କରୁଥିବା ଉଲ୍ଲେଖ କରିଥିଲେ ସୋନା। ତେବେ ତାଙ୍କର ଏହି ଛୋଟ ମନ୍ତବ୍ୟ ଏବେ ତାଙ୍କ ପାଇଁ ମାନସିକ ଅଶାନ୍ତିର କାରଣ ପାଲଟିଛି । ଫିଲ୍ମ ଭାରତ ପାଇଁ ସଲମାନ ଜୋରଦାର କେଟ୍ରିନାଙ୍କ ପ୍ରଚାର କରୁଛନ୍ତି। ଏକ ବୟାନରେ ସଲମାନ ସୁଟିଂ ଆରମ୍ଭ ହେବାର ମାତ୍ର ୫ ଦିନ ପୂର୍ବରୁ ପ୍ରୀୟଙ୍କା ଫିଲ୍ମରେ କାମ କରିବେନି ବୋଲି ମନା କରିଦେଇଥିଲେ ବୋଲି କହିଥିଲେ। ସେ ଯାହା ଚାହାନ୍ତି ତାହା କରନ୍ତି । ତେବେ ଏଥିଯୋଗୁ କାଟ୍ରିନଙ୍କୁ ଯାହା ଦରକାର ଥିଲାତାହା ମିଳିଲା ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.