Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସଲମାନ ଖାନଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ଏହି ଅଭିନେତ୍ରୀ : କହିଲେ,‘ଜଣା ନାହିଁ, ମୋ ପରେ କେତେ ଜଣ ଗାର୍ଲଫ୍ରେଣ୍ଡ ଥିଲେ’

19/07/2021 at 5:22 PM

ନୂଆଦିଲ୍ଲୀ ୧୯/୦୭ : ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜିବଲ ବ୍ୟାଚଲର୍ ସଲମାନ ଖାନ । ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁକୁ ଯୋଡା ଯାଇଛି । କିନ୍ତୁ କାହା ସହ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନାହିଁ । ବଲିଉଡ ଅଭିନେତ୍ରୀ ସୋମି ଅଲ୍ଲିଙ୍କ ସହ ମଧ୍ୟ ସଲମାନଙ୍କ ଆଫେୟାର୍ସ ରହିଥିଲା । ଯାହକି ଦୀର୍ଘ ଦିନ ଚାଲିଥିଲା, ହେଲେ ପରେ ଭାଙ୍ଗି ଯାଇଥିଲା ।

ସୂଚନା ଅନୂଯାୟୀ, ସୋମି ଅଲ୍ଲି ଏକ ଇଣ୍ଟରଭ୍ୟୁରେ ଅଭିନେତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଛି କହିଥିଲେ । ସଲମାନ ଓ ସୋମି ଦୁହିଁଙ୍କର ଆଠ ବର୍ଷ ଧରି ସମ୍ପର୍କ ଥିଲା । କିନ୍ତୁ ପରେ ସଲମାନ ଖାନଙ୍କ ଉପରେ ଧୋକା ଦେବାର ଅଭିଯୋଗ ଲଗାଇଥିଲେ । ଏଥିପାଇଁ ସେ ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ ।  ସେ ଏହା ମଧ୍ୟ କହିଥିଲେ କି ସୋମି, ସଲମାନ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିବାର ଥିଲା କିନ୍ତୁ କୌଣସି କାରଣରୁ ପ୍ରୋଜେକ୍ଟଟି ହୋଇପାରିଲା ନାହିଁ । ସଲମାନ ନିଜର ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ପାଇଁ ଖୋଜା ଚାଲିଥିଲା । ସେହି ଫିଲ୍ମର ନାମ ବୁଲନ୍ଦ ଥିଲା । ନିର୍ଦ୍ଦେଶକଙ୍କ ସହ କିଛି ଅସୁବିଧା ଥିଲା ଫଳରେ ଫିଲ୍ମଟିକୁ ବନ୍ଦ କରାଯାଇଥିଲା ।

ଏହା ସହ ତାଙ୍କୁ ପଚରାଯାଇଥିଲା କି ସଲମାନ ଖାନଙ୍କ ସହ ଏପର୍ଯ୍ୟନ୍ତ ସମ୍ପର୍କରେ ଅଛନ୍ତି କି? ଏହାର ଉତ୍ତର ଦେଇଥିଲେ କି ଦୀର୍ଘ ୫ ବର୍ଷରୁ  ସେ ସଲମାନ ଖାନଙ୍କ ସହ କଥା ହୋଇନାହାନ୍ତି । ସେ କହିଥିଲେ କି ମୋତେ ଲାଗୁଛି କି ସେ ଆଗକୁ ବଢି ଯିବାଟା ଠିକ୍ , ମୁଁ ମଧ୍ୟ ଆଗକୁ ବଢି ସାରିଛି । ଜାଣି ନାହିଁ ୧୯୯୯ରେ  ମୁଁ ଅଲଗା ହେବା ପରେ ତାଙ୍କର କେତେ ଗାର୍ଲଫ୍ରେଣ୍ଡ ରହିଛି । ଏହା ସହ ମୁଁ ଜାଣିଛି କି ତାଙ୍କର ଏନଜିଓ ଭଲ ଭାବେ କାମ କରୁଛି ଓ ମୋତେ ତାଙ୍କ କାମ ଏବଂ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍ ଉପରେ ଗର୍ବ ଅଛି । ମାନସିକ ସ୍ତରରେ ତାଙ୍କ ସହ ଯୋଗାଯୋଗ ନକରିବା ହିଁ ମୋ ପାଇଁ ଭଲ । ଭଲ କଥା ଯେ ସେ ଖୁସିରେ ଅଛନ୍ତି । ଏତିକି ହିଁ ମୁଁ ଚାହେଁ ବୋଲି କହିଛନ୍ତି ସୋମି ଅଲ୍ଲୀ ।

   Related Posts