ଶିବ ସେନାରେ ଯୋଗ ଦେଲେ ଦବଙ୍ଗଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ…

Published By : Prameya-News7 Bureau | October 19, 2019 IST

ମୁମ୍ବାଇ୧୯|୧୦: ନିର୍ବାଚନ ସମୟରେ ସଲମାନ ଖାନଙ୍କ ବଡିଗାର୍ଡ ଶେରା ଶିବ ସେନାରେ ଯୋଗ ଦେଇଛନ୍ତି। ଶିବ ସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସଲମାନଙ୍କ ବଡି ଗାର୍ଡ ଶେରା ଦଳରେ ସାମିଲ୍ ହୋଇଛନ୍ତି । ଶେରା ଶିବ ସେନାରେ ମିଶିବା ସଂପର୍କରେ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ଦିନ ଅର୍ଥାତ ୨୨ ବର୍ଷଧରି ସଲମାନଙ୍କ ବଡିଗାର୍ଡ ଶେରା ଭାବେ କାର୍ଯ୍ୟ କରି ଆସୁଛନ୍ତି। ଶେରାଙ୍କ ପ୍ରକୃତ ନାଁ ହେଉଛି ଗୁରମୀତ ସିଂହ ଜଲି।

wp:core-embed/twitter {"url":"https://twitter.com/ShivSena/status/1185272099302072320","type":"rich","providerNameSlug":"twitter","className":""}
https://twitter.com/ShivSena/status/1185272099302072320
/wp:core-embed/twitter

ସୂଚନା ଅନୁସାରେ ଶେରାଙ୍କ ମାସିକ ଦରମା ପନ୍ଦର ଲକ୍ଷ ଟଙ୍କା । ଏପରିକି ତାଙ୍କର ବାର୍ଷିକ ଆୟ ହିସାବ କଲେ ୨ କୋଟିରୁ ଅଧିକ ଟଙ୍କା ହେବ। ସୋସିଆଲ ମଡିଆରେ ସାମ୍ନାକୁ ଆସିଥିବା ଫଟୋରେ ଶେରାଙ୍କ କାନ୍ଧରେ କମଳା ରଙ୍ଗର ଶାଲ ପକାଇଛନ୍ତି।

{"id":171670}

ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ଶିବ ସେନା ଓ ବିଜେପି ଏକାଠି ନିର୍ବାଚନ ଲଢ଼ିବେ। ଏମାନଙ୍କ ସହ ଶେରା ମଧ୍ୟ ନିର୍ବାଚନ ପ୍ରଚାର କରିବେ ବୋଲି ଶିବ ସେନାର ମୁଖ୍ୟ କହିଛନ୍ତି। ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ୨୮୮ ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେରେ ମତଦାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.